Taliban Rule: ଆଫଗାନିସ୍ତାନୀ ମହିଳାଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେଲେ ତାଲିବାନ

ଯେତେବେଳେ ୯୦ଦଶକରେ ତାଲିବାନମାନେ ଆଫଗାନିସ୍ତାନ ଦଖଲ କରିଥିଲେ ସେତେବେଳେ ସେମାନେ ମହିଳାମାନଙ୍କୁ ବୁର୍ଖା ପିନ୍ଧିବାକୁ ମନା କରିଥିଲେ। କିନ୍ତୁ ବର୍ତ୍ତମାନ ହିଯାବ ପିନ୍ଧିବାକୁ ଅନୁମତି ଦେଇଛନ୍ତି।

ଆଫଗାନିସ୍ତାନ ମହିଳାଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେଲେ ତାଲିବାନ (ପ୍ରତୀକାତ୍ମକ ଛବି)

ଆଫଗାନିସ୍ତାନ ମହିଳାଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେଲେ ତାଲିବାନ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ : ବର୍ତ୍ତମାନ ଆଫଗାନିସ୍ତାନରେ ତାଲିବାନ ଦଖଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଫଗାନିସ୍ତାନରେ ଅଧିବାସୀମାନେ କଣ କରୁଛନ୍ତି, କଣ ଖାଉଛନ୍ତି କିମ୍ବା ପିନ୍ଧୁଛନ୍ତି ଓ ଅନ୍ୟାନ୍ୟ ବିଷୟ ବାବଦରେ ସାରା ବିଶ୍ୱର ଲୋକମାନେ ଜାଣିବା ପାଇଁ ବେଶ ଆଗ୍ରହୀ ଅଛନ୍ତି।

୯୦ ଦଶକରେ ତାଲିବାନମାନେ ଆଫଗାନିସ୍ତାନ ଅଧିକାର କରିବା ପରେ ସେଠାକାର ମହିଳାମାନଙ୍କ ପୋଷାକ ପିନ୍ଧିବା ଉପରେ କଟକଣା ଲଗାଇଥିଲେ। ସେ ସମୟରେ ବୁର୍ଖା ପିନ୍ଧିବା ଉପରେ ରୋକ ଲଗାଇଥିଲେ ତାଲିବାନ। କିନ୍ତୁ ଏବେ ମହିଳାମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଇଛି।

ତାଲିବାନ ଆଫଗାନିସ୍ତାନରେ କ୍ଷମତା ଗ୍ରହଣ କରିବା ପରେ ଏହାର ମୁଖପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏଥର ଆଫଗାନିସ୍ତାନର ମହିଳାମାନେ ବୁର୍ଖା ପିନ୍ଧିପାରିବେନି। ମହିଳାମାନେ କେବଳ ହିଜାବ ପିନ୍ଧି ପାରିବେ।  ଉଲ୍ଲେଖଥାଉ କି, ମହିଳାଙ୍କ ଡ୍ରେସ କୋଡ଼ ସମ୍ବନ୍ଧରେ ତାଲିବାନର ଏହା ଏକ ପ୍ରମୁଖ ପରିବର୍ତ୍ତନ। ପୂର୍ବ ଥର ତାଲିବାନ ଆଫଗାନିସ୍ତାନ ଉପରେ ଶାସନ କଲାବେଳେ ବୁର୍କା ମହିଳାଙ୍କ ପାଇଁ ବାଧ୍ୟତାମୂଳକ ଥିଲା।

ଏହି ହିଜାବ କ’ଣ?  କେଉଁ ମୁସଲମାନ ଦେଶରେ ମହିଳାମାନଙ୍କ ପାଇଁ ଏହା ଆବଶ୍ୟକ?  ଏହା ବୁର୍ଖା ଓ ନିକାବଠାରୁ କିପରି ଭିନ୍ନ?  ଆସନ୍ତୁ ଜାଣିବା।

ଦୁନିଆର ଅନେକ ସଂସ୍କୃତିରେ ମହିଳାମାନଙ୍କୁ ମୁଣ୍ଡ ଓ କେଶ ଢ଼ାଙ୍କିବାକୁ କୁହାଯାଏ। ଇସଲାମରେ ମହିଳାମାନେ ନିଜ ପିତା ଓ ସ୍ୱାମୀ ବ୍ୟତୀତ ସମସ୍ତ ପୁରୁଷଙ୍କ ଆଗରେ ନିଜକୁ ଘୋଡ଼ାଇବାକୁ କୁହାଯାଏ। ଏଭଳି ପରିସ୍ଥିତିରେ ମହିଳାମାନେ ନିଜକୁ ଘୋଡ଼ାଇବା ପାଇଁ ଏକ ସ୍ୱତନ୍ତ୍ର ପ୍ରକାରର ପୋଷାକ ବ୍ୟବହାର କରନ୍ତି। ଭାରତ, ପାକିସ୍ଥାନ, ଇରାନ, ଇରାକ, ଆମେରିକା, ଇଂଲଣ୍ଡ ସମେତ ସମଗ୍ର ବିଶ୍ୱରେ ଅନେକ ମୁସଲମାନ ମହିଳା ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଏକ ବଡ଼ କପଡା ପିନ୍ଧନ୍ତି ଯାହାକୁ ହିଜାବ କୁହାଯାଏ।

ସମଗ୍ର ବିଶ୍ୱରେ ହିଜାବ ବିଷୟରେ ଅନେକ ବିଶ୍ୱାସ ଅଛି। ସାଉଦି ଆରବ, ଇରାନ, ଇରାକ, ସାଉଦି ଆରବ, ଇରାନ, ଇରାକର ଅନେକ ସ୍ଥାନରେ କେଶ ଘୋଡ଼ାଇ ଘରୁ ବାହାରକୁ ଆସୁନଥିବା ମହିଳାମାନଙ୍କ ଉପରେ ପୁରୁଷମାନେ କମେଣ୍ଟ କରନ୍ତି ଓ ମହିଳାମାନଙ୍କୁ ହତ୍ୟା କରିବାର ଧମକ ଦେଉଥିବାବେଳେ ୟୁରୋପର ଅନେକ ଦେଶରେ ଏହାକୁ ପିନ୍ଧିବା ନିଷେଧ କରାଯାଇଛି।ଡେନମାର୍କର ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ, ତାଙ୍କ ଦେଶର କୌଣସି ମହିଳା ପୂରା ଶରୀର ବା ଚେହେରା ଆଚ୍ଛାଦନ କରି ସର୍ବସାଧାରଣରେ ବୁଲିବେ ନାହିଁ।

ଧାର୍ମିକ ତଥା ସାମାଜିକ ସ୍ତରରେ ମୁସଲମାନ ମହିଳାମାନଙ୍କ ହିଜାବ ସମ୍ବନ୍ଧରେ ଧାରଣା ଥିବାବେଳେ ଏହାର ପ୍ରକାର ଅଣ-ମୁସଲମାନମାନଙ୍କୁ ମଧ୍ୟ ଦ୍ୱନ୍ଦରେ ପକାଇଥାଏ। ମୁସଲମାନ ମହିଳାମାନେ ନିଜ ଶରୀର ଓ କେଶକୁ ହିଜାବ, ବୁର୍ଖା, ନିକାବ, ଅବାୟ, ଅଲ-ଆମିରା ମାଧ୍ୟମରେ ଆଚ୍ଛାଦନ କରନ୍ତି। ଏହି ଭିନ୍ନ ଭିନ୍ନ ପୋଷାକ ବିଷୟରେ ଜାଣନ୍ତୁ।

ହିଜାବ: ଆଧୁନିକ ଇସଲାମରେ ହିଜାବର ଅର୍ଥ ହେଉଛି ପରଦା। କୋରାନରେ ହିଜାବ ପୋଷାକ ସହିତ ଜଡ଼ିତ ନୁହେଁ, ଏକ ପରଦା ଅଟେ ଯାହା ମହିଳା ଓ ପୁରୁଷଙ୍କ ମଧ୍ୟରେ ଦୂରତା ଭଳି କାମ କରେ। କୋରାନରେ ଉଭୟ ମୁସଲମାନ ପୁରୁଷ ଓ ମହିଳାଙ୍କୁ ଭଲ ପୋଷାକ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋରାନରେ ଖିମର (ମୁଣ୍ଡ ଘୋଡ଼ାଇବା ପାଇଁ) ଓ ପୋଷାକ ପାଇଁ ଜିଲବାବ (ବସ୍ତ୍ର) ଶବ୍ଦ ଉଲ୍ଲେଖ କରାଯାଇଛି।  ହିଜାବ ଭଳି ଉଭୟ ପୁରୁଷ ଓ ମହିଳାଙ୍କୁ ଖାଲି ଓ ଆରାମଦାୟକ ପୋଷାକ ପିନ୍ଧିବା ସହିତ ମୁଣ୍ଡ ଘୋଡ଼ାଇବାକୁ କୁହାଯାଇଛି।
Published by:Soumya Das
First published:
)}