ଶରୀରର ଏହି ଅଙ୍ଗରେ ଝିଟିପିଟି ପଡିଛି କି ? ହେବ ଟଙ୍କାର ବର୍ଷା !

ଆପଣଙ୍କ ଦେହର କେଉଁ ଅଙ୍ଗରେ ଝିଟିପିଟି ପଡିଲେ ଅତ୍ୟନ୍ତ ଶୁଭ ଏବଂ କେଉଁ ଅଙ୍ଗରେ ପଡିଲେ ଅଶୁଭ ? ଆଜି ଆମେ ଆପଣଙ୍କୁ ଜଣାଇବୁ ସେ ସମ୍ପର୍କରେ ।

ଶରୀରର ଏହି ଅଙ୍ଗରେ ଝିଟିପିଟି ପଡିଛି କି ? ହେବ ଟଙ୍କାର ବର୍ଷା !

ଶରୀରର ଏହି ଅଙ୍ଗରେ ଝିଟିପିଟି ପଡିଛି କି ? ହେବ ଟଙ୍କାର ବର୍ଷା !

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଖରାଦିନ ହେଉ କି ବର୍ଷା ଦିନ । ପ୍ରାୟ ସବୁ ଋତୁରେ ରାତି ସମୟରେ ଆପଣ ନିଜ ଘରର କାନ୍ଥରେ ଝିଟିପିଟି ଦେଖିବାକୁ ପାଉଥିବେ । ବିଶେଷ କରି ବର୍ଷାଦିନରେ ଆପଣଙ୍କ ଘରର ଲାଇଟ୍ ପାଖରେ ପୋକ ବୁଲିବା ସମୟରେ ଝିଟିପିଟି ପୋକ ଖାଇବାକୁ ଆସିଥାନ୍ତି । ଝିଟିପିଟିକୁ କିଛି ବ୍ୟକ୍ତି ଅନେକ ଭୟ କରିଥାନ୍ତି । ଯଦି ଭୁଲରେ ଝିଟିପିଟି ଉପରେ ପଡିଯାଏ ବିଶେଷ କରି ମହିଳାମାନେ ଚିଲାଇବାର ଦେଖିବାକୁ ମିଳିଥାଏ ।

କିଛି ଲୋକ ଝିଟିପିଟିକୁ ଘୃଣା କରୁଥିବା ସମୟରେ ଆଉ କିଛି ଲୋକ ଝିଟିପିଟିକୁ ଦେଖି ଖୁସି ହୋଇଥାନ୍ତି । କାରଣ କିଛି ବ୍ୟକ୍ତିଙ୍କର ବିଶ୍ୱାସ ରହିଛି ଯେ, ଘରେ ଝିଟିପିଟି ରହିଲେ ଧନପ୍ରାପ୍ତି ହୋଇଥାଏ । କିନ୍ତୁ ଝିଟିପିଟି ଯଦି ମଣିଷର ଦେହ ଉପରେ ପଡେ ତେବେ ବ୍ୟକ୍ତି ପଣ୍ଡିତଙ୍କର ପରାମର୍ଶ ନେଇଥାନ୍ତି । ବିଶେଷ କରି ଏହା କେଉଁ ଅଙ୍ଗରେ ପଡିଲେ ଶୁଭ ଏବଂ ଅଶୁଭ ତାହା ଜାଣିବା ପାଇଁ ମନରେ ଆଗ୍ରହ ରହିଥାଏ ।

ପଣ୍ଡିତମାନେ ମଧ୍ୟ ଶୁଭ ଓ ଅଶୁଭ ସମ୍ପର୍କରେ ଲୋକଙ୍କୁ ଜଣାଇଥାନ୍ତି । ପଣ୍ଡିତ କୁହନ୍ତି ଯେ, କିଛି ଅଙ୍ଗରେ ଝିଟିପିଟି ପଡିଲେ ଅତ୍ୟନ୍ତ ଶୁଭ ଏବଂ ଆଉ କିଛି ଅଙ୍ଗରେ ପଡିଲେ ଅଶୁଭ ଫଳ ମିଳିଥାଏ । ଆଜି ଆପଣଙ୍କୁ ଜଣାଇବୁ କେଉଁ ଅଙ୍ଗରେ ଝିଟିପିଟି ପଡିଲେ ଶୁଭ ଏବଂ ଅଶୁଭ ।

ଏହି ଅଙ୍ଗରେ ଝିଟିପିଟି ପଡ଼ିଲେ ମିଳିଥାଏ ଶୁଭ ସଙ୍କେତ ।

ବାମପଟ କପାଳରେ ଝିଟିପିଟି ପଡିଲେ ଏହାକୁ ଅତ୍ୟନ୍ତ ଶୁଭ ସଙ୍କେତ ଭାବେ ବିବେଚନା କରାଯାଏ । ଯଦି କୌଣସି ମହିଳାଙ୍କ ବାମପଟ କପାଳରେ ଝିଟିପିଟି ପଡ଼େ ତେବେ ତାହାର ଅର୍ଥ ହେଉଛି ଖୁବ୍ ଶୀଘ୍ର କୌଣସି ସ୍ଥାନରୁ ଟଙ୍କା ମିଳିବାକୁ ଯାଉଛି । କେବଳ ଟଙ୍କା ନୁହେଁ ସମ୍ପତ୍ତି ପ୍ରାପ୍ତିର ଶୁଭ ସଂକେତ ରହିଛି ବୋଲି ବିଶ୍ୱାସ କରାଯାଏ ।

କାନରେ ପଡ଼ିଲେ

ଯଦି ଝିଟିପିଟି କୌଣସି ବ୍ୟକ୍ତିର ଡାହାଣ ପଟ କାନରେ ପଡେ, ତେବେ ମୂଲ୍ୟବାନ ଅଳଙ୍କାର ପ୍ରାପ୍ତିର ସମ୍ଭାବନା ଆସିଥାଏ ବୋଲି ବିଶ୍ୱାସ ରହିଛି । ଏହାସହ ଯେଉଁ ବ୍ୟକ୍ତିର ବାମ କାନରେ ଝିଟିପିଟି ପଡିଥାଏ ତାଙ୍କର ଆୟୁଷ ଅଧିକ ହୁଏ ବୋଲି ମଧ୍ୟ କୁହାଯାଏ ।

ବେକ ଓ କାନ୍ଧରେ ଉପରେ ପଡିଲେ

ଝିଟିପିଟି ବେକରେ ପଡିଲେ ଖୁବ ମାନ ସମ୍ମାନ ମିଳିଥାଏ ବୋଲି ପଣ୍ଡିତମାନେ ମତ ପ୍ରକାଶ କରନ୍ତି । ଯେଉଁ ବ୍ୟକ୍ତିଙ୍କର ଡାହାଣ କାନ୍ଧରେ ଝିଟିପିଟି ପଡ଼େ ତାହା ସୂଚାଇଦିଏ ଯେ, କୌଣସି କାମରେ ନିଶ୍ଚୟ ଭାବରେ ବିଜୟ ପ୍ରାପ୍ତ ହେବ ।

ଡାହାଣ ହାତ

ଡାହାଣ ହାତରେ ଝିଟିପିଟି ପଡ଼ିଲେ ଅର୍ଥ ପ୍ରାପ୍ତିର ସମ୍ଭାବନା ରହିଥାଏ । ଏହା ବ୍ୟତୀତ ଡାହାଣ ପାଦ କିମ୍ବା ଡାହାଣ ଗୋଇଠିରେ ଯଦି ଝିଟିପିଟି ପଡେ ତେବେ ତାହା ସୂଚାଇ ଦିଏ ଯେ, ଯାତ୍ରା ଶୁଭଦାୟକ । ଏହାସହ ଡାହାଣ ପାଦରେ ଝିଟିପିଟି ପଡିଲେ  ଧନ ପ୍ରାପ୍ତିର ସଙ୍କେତ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ଅଶୁଭ ସଂକେତ

ବିଶ୍ୱାସ ରହିଛି ଯେ, ଯଦି ବାମ ପାଦରେ ଝିଟିପିଟି ପଡ଼େ ତେବେ ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ରହିଛି । କିମ୍ୱା ଚାକିରିରେ କିଛି ଅସୁବିଧା ସୃଷ୍ଟି ହେବାକୁ ଯାଉଛି ।

ଝିଟିପିଟି ଯଦି କପାଳରେ ପଡେ ତେବେ ଟଙ୍କା ନଷ୍ଟ ହେବ ବୋଲି ସୂଚନା ମିଳିଥାଏ ।

ଯଦି ଝିଟିପିଟି କୌଣସି ବ୍ୟକ୍ତିଙ୍କର ବାମପଟ କାନ୍ଧରେ ପଡେ ତେବେ ଏହା ସୂଚାଇଦିଏ ଯେ, ଶତ୍ରୁମାନେ କିଛି ଷଡଯନ୍ତ୍ର କରୁଥାଇପାରନ୍ତି । ଏହା ସହ ବାମପଟ ହାତରେ ଝିଟିପିଟି ପଡିଲେ ସମ୍ପତ୍ତି ନଷ୍ଟ ହୁଏ ବୋଲି ବିଶ୍ୱାସ କରାଯାଏ ।

ଏହି ଖବର ପଢ଼ନ୍ତୁ -  ଖେଳରେ ପ୍ରତିଦ୍ୱନ୍ଦୀ, ହେଲେ ଖେଳ ବାହାରେ ବଡ଼ ଭାଇ: ସୂର୍ଯ୍ୟକୁମାରଙ୍କୁ ବୁଝାଇଲେ MS Dhoni
Published by:Soubhagya Mishra
First published: