ଏକନାଥ ସିନ୍ଦେ (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
- Other, India
News18 Odia Digital
ମୁମ୍ବାଇ: ମଙ୍ଗଳବାର ଦିନ ଭାରତର ନିର୍ବାଚନ ଆୟୋଗ ମଧ୍ୟ ଏକନାଥ ସିନ୍ଦେ ଦଳକୁ ନୂତନ ନିର୍ବାଚନ ପ୍ରତୀକ ଦେଇଛନ୍ତି। ନିର୍ବାଚନ ଆୟୋଗ ସିନ୍ଦେ କ୍ୟାମ୍ପକୁ 'ଦୁଇଟି ଖଣ୍ଡା ଓ ଢାଲ' ନିର୍ବାଚନ ପ୍ରତୀକ ଭାବେ ପ୍ରଦାନ କରିଛନ୍ତି। ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ସ୍ୱାଗତ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ ଏହି ପ୍ରତୀକ ଛତ୍ରପତି ଶିବାଜୀ ମହାରାଜ ଓ ପୁରୁଣା ଶିବସେନା ସହିତ ମଧ୍ୟ ଜଡିତ।
ସିନ୍ଦେ କହିଛନ୍ତି, 'ବାଲାସାହେବାଞ୍ଚି ଶିବସେନା ହେଉଛି ସାଧାରଣ ଲୋକଙ୍କ ଶିବସେନା। ନିର୍ବାଚନ ଆୟୋଗର ଏହି ନିଷ୍ପତ୍ତିକୁ ଆମେ ଗ୍ରହଣ କରୁଛୁ। ଆମେ 'ସୂର୍ଯ୍ୟ' ପ୍ରତୀକକୁ ପସନ୍ଦ କରିଥିଲୁ, କିନ୍ତୁ ସେ ଖଣ୍ଡା ଓ ଢାଲକୁ ଅନୁମୋଦନ କଲେ। ଏହା ପୁରାତନ ଶିବସେନାର ନିର୍ବାଚନ ପ୍ରତୀକ ଥିଲା। ଏହା ଛତ୍ରପତି ଶିବାଜୀ ଓ ତାଙ୍କର ସୈନିକମାନଙ୍କର ପ୍ରତୀକ।
ବାଲ ଠାକରେ ଶିବସେନା ପ୍ରତିଷ୍ଠା ୧୯୬୭-୬୮ରେ ନିର୍ବାଚନରର ମୁମ୍ବାଇ ଓ ଅନ୍ୟାନ୍ୟ ସ୍ଥାନରେ ନିର୍ବାଚନ ପ୍ରତୀକ 'ଦୁଇଟି ଖଣ୍ଡା ଓ ଢାଲ' ଥିଲା। ଆୟୋଗ ଠାକରେ ନେତୃତ୍ୱାଧୀନ ଶିବସେନାକୁ 'ମଶାଲ' ନିର୍ବାଚନ ପ୍ରତୀକ ପ୍ରଦାନ କରିଛନ୍ତି। ଶିବସେନାର ପ୍ରତିଦ୍ୱନ୍ଦ୍ୱୀ ଦଳ ମଧ୍ୟରେ ବିବାଦକୁ ନେଇ ଉଦବ ଠାକରେ ଦଳ ପାଇଁ ଦଳର ନାମ ଭାବରେ 'ଶିବସେନା ଉଦ୍ଧବ ବାଲାସାହେବ ଠାକରେ' ନାମ ବଣ୍ଟନ କରିବାକୁ ସୋମବାର ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏକନାଥ ସିନ୍ଦେ ଦଳକୁ 'ବାଲାସାହେବଞ୍ଚି ଶିବସେନା' ନାମ ବଣ୍ଟନ କରାଯାଇଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।