ତ୍ଵଚାର ରଙ୍ଗ ବଢ଼ାଇବା ସହ ସ୍ୱାସ୍ଥ୍ୟ ଓ କେଶ ପାଇଁ ଲାଭଦାୟକ ଆଲୋଭେରା ତେଲ; ଜାଣନ୍ତୁ ଏହାର ପାଞ୍ଚଟି ଫାଇଦା

ଆଲୋଭେରା ଜେଲରୁ ଅନେକ ଫାଇଦା ମିଳେ, ଆଲୋଭେରା ତେଲ ମଧ୍ୟ ଚର୍ମ ଏବଂ କେଶ ପାଇଁ ଲାଭଦାୟକ ହୋଇପାରେ । ଏହା ବ୍ୟତୀତ ଏହି ତେଲ କ୍ଷତକୁ ମଧ୍ୟ ଭଲ କରିପାରେ ।

ତ୍ଵଚାର ରଙ୍ଗ ବଢ଼ାଇବା ସହ ସ୍ୱାସ୍ଥ୍ୟ ଓ କେଶ ପାଇଁ ଲାଭଦାୟକ ଆଲୋଭେରା ତେଲ; ଜାଣନ୍ତୁ ଏହାର ପାଞ୍ଚଟି ଫାଇଦା

ତ୍ଵଚାର ରଙ୍ଗ ବଢ଼ାଇବା ସହ ସ୍ୱାସ୍ଥ୍ୟ ଓ କେଶ ପାଇଁ ଲାଭଦାୟକ ଆଲୋଭେରା ତେଲ; ଜାଣନ୍ତୁ ଏହାର ପାଞ୍ଚଟି ଫାଇଦା

  • Share this:
News 18 Odia Digital

HealthCare; ଆଲୋଭେରା ତେଲ, ଯାହା ଅସଂଖ୍ୟ ଗୁଣରେ ଭରପୂର, ଚର୍ମ ଏବଂ କେଶ ସମେତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଜିନିଷରେ ବ୍ୟବହୃତ ହୁଏ । ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୂର ଆଲୋଭେରା ତେଲରେ କାରୋଟିନ୍ ଏବଂ ଭିଟାମିନ୍ ସି ଓ ଇ ଭରପୂର ଥାଏ । ଯେପରି ଆଲୋଭେରା ଜେଲରୁ ଅନେକ ଫାଇଦା ମିଳେ, ସେପରି ଆଲୋଭେରା ତେଲ ମଧ୍ୟ ଚର୍ମ ଏବଂ କେଶ ପାଇଁ ଲାଭଦାୟକ ହୋଇପାରେ । ଏହା ବ୍ୟତୀତ ଏହି ତେଲ କ୍ଷତକୁ ମଧ୍ୟ ଭଲ କରିପାରେ । ଅଲିଭ୍ ତେଲ, ଜୋଜୋବା ତେଲ କିମ୍ବା ନଡିଆ ତେଲ ସହିତ ଆଲୋଭେରା ତେଲ ମିଶାଇ ବ୍ୟବହାର କରି ପାରିବେ । ଆଲୋଭେରା ତେଲ ଅନ୍ୟ କ’ଣ ଲାଭ ଦେଇପାରେ, ଆସନ୍ତୁ ଜାଣିବା ।

ତ୍ୱଚାର ରଙ୍ଗ ବୃଦ୍ଧି ପାଇବ

ଷ୍ଟାଇଲକ୍ରେଜ୍ ଅନୁଯାୟୀ, ଆଲୋଭେରାରେ ଆଲୋସିନ୍ ଥାଏ, ଯାହା ଚର୍ମର ରଙ୍ଗକୁ ଗୋଟିଏ ଟୋନ ଅଧିକ ବଢାଇପାରେ । ଏହା ବ୍ୟତୀତ, ଯଦି ଚର୍ମରେ ଟ୍ୟାନିଂର ସମସ୍ୟା ଥାଏ, ତେବେ ଆଲୋ ଭେରା ତେଲ ଏହାକୁ ହ୍ରାସ କରିପାରେ । କଦଳୀ ଏବଂ ନଡିଆ ତେଲ ମିଶ୍ରଣ କରି ଆଲୋଭେରା ତେଲ ବ୍ୟବହାର କରି ପାରିବେ ।

ମଶା କାମୁଡ଼ାରୁ ରକ୍ଷା
ଆଲୋଭେରା ତେଲକୁ ଅଲିଭ୍ ତେଲ ସହିତ ମିଶ୍ରଣ କରି ଚର୍ମକୁ ମାଲିସ୍ କରି ମଶାକୁ ଘଉଡାଇ ଦିଆଯାଇପାରେ । ଯଦିଓ ମଶା କାମୁଡିଛି, ତେବେ ଏହି ମିଶ୍ରଣ ଚର୍ମରେ ଲାଲ ରଙ୍ଗର ବୃଦ୍ଧିକୁ ରୋକିପାରେ । ଏହା ଦ୍ୱାରା ମଶାର ସଂକ୍ରମଣକୁ ମଧ୍ୟ ଏଡାଯାଇପାରିବ ।

ଆଣ୍ଟି ଏଜିଙ୍ଗ ଗୁଣ

ଓସିମମ ତେଲରେ ଆଲୋଭେରା ତେଲକୁ ମିଶ୍ରଣ କରି ଚର୍ମରେ ଲଗାଇଲେ ବ୍ରଣରୁ ମୁକ୍ତ ମିଳିପାରେ । ଏହା ବ୍ୟତୀତ ଆଲୋଭେରା ତେଲକୁ ଚା ଗଛ ତେଲରେ ମିଶ୍ରଣ କରିବା ଦ୍ୱାରା ଏଜୀଙ୍ଗ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।

କେଶ ଝଡ଼ିବା ସମସ୍ୟା

ସମସ୍ତ ପ୍ରକାରର କେଶ ସମସ୍ୟାର ମୁକାବିଲା ପାଇଁ ଆଲୋଭେରା ତେଲର ବ୍ୟବହାର ଲାଭଦାୟକ ଅଟେ । ଏହା ସହିତ କେଶ ଝଡ଼ିବା, ଚନ୍ଦାପଣ, ଦୋ ମୁହାଁ ହୋଇଥିବା କେଶ ଏବଂ ଶୁଷ୍କ କେଶର ଚିକିତ୍ସା କରାଯାଇପାରିବ । ଯଦି ଆପଣ ଅଲିଭ୍ ତେଲ, ଆଭୋକାଡୋ, ବାଦାମ ତେଲ କିମ୍ବା କାଷ୍ଟର ତେଲ ସହିତ ମିଶାଇ ଆଲୋଭେରା ତେଲ ବ୍ୟବହାର କରିବା ଦ୍ଵାରା ଅତ୍ୟନ୍ତ ଲାଭଦାୟକ ଅଟେ ।

ଘରେ ତିଆରି କରନ୍ତୁ ଆଲୋ ଭେରା ତେଲ

ଆଲୋଭେରା ପତ୍ରରୁ ଏହାର ଜେଲକୁ ବାହାର କରନ୍ତୁ । ଏହାକୁ ମରାଜାଇଥିବା ନଡିଆ ତେଲ, ସୋରିଷ, କାଷ୍ଟର, ଅଲିଭ୍ କିମ୍ବା ବାଦାମ ତେଲରେ ମିଶାନ୍ତୁ । ଏହି ମିଶ୍ରଣକୁ କମ୍ ନିଆଁରେ ଭଲ ଭାବରେ ଫୁଟାନ୍ତୁ । ଥଣ୍ଡା ହେବା ପରେ ଏହାକୁ ଏକ ପାତ୍ରରେ ଛାଣି ରଖନ୍ତୁ ।

କେଶରୁ ଚର୍ମ ପର୍ଯ୍ୟନ୍ତ ଆଲୋ ଭେରା ତେଲ ବ୍ୟବହାର କରାଯାଇପାରେ । ଏହାକୁ ପ୍ରୟୋଗ କରିବା ପୂର୍ବରୁ ସ୍କିନ ପରୀକ୍ଷା କରାଇ ନିଅନ୍ତୁ , ଯାହା ଦ୍ଵାରା ଏହାର କ୍ଷତି ଏଡାଯାଇପାରିବ ।
Published by:Soubhagya Mishra
First published: