ପଶ୍ଚିମ ବଙ୍ଗରେ ଘୃଣ୍ୟ କାଣ୍ଡ: ଶିକ୍ଷୟତ୍ରୀଙ୍କ ଗୋଡ଼ରେ ଦଉଡ଼ି ବାନ୍ଧି ରାସ୍ତାରେ ଘୋଷାଡ଼ିଲେ ଶାସକ TMCର ନେତା

ଶିକ୍ଷୟିତ୍ରୀ ନିଜ ଜମି ଉପରେ ରାସ୍ତା ନିର୍ମାଣକୁ ବିରୋଧ କରିବାରୁ ତାଙ୍କୁ ଏ ଅମାନୁଷିକ କାଣ୍ଡର ଶିକାର ହେବାକୁ ପଡ଼ିଥିଲା । ଭିଡିଓ ଭାଇରାଲ ହେବା ପରେ ତୃଣମୃଳ କଂଗ୍ରେସ ସେହି ନେତାଙ୍କୁ ଦଳରୁ ନିଲମ୍ବିତ କରିଛି ।

ପଶ୍ଚିମ ବଙ୍ଗରେ ଘୃଣ୍ୟ କାଣ୍ଡ: ଶିକ୍ଷୟତ୍ରୀଙ୍କ ଗୋଡ଼ରେ ଦଉଡ଼ି ବାନ୍ଧି ରାସ୍ତାରେ ଘୋଷାଡ଼ିଲେ ଶାସକ TMCର ନେତା
ଘଟଣାର ଭିଡିଓରୁ ଏକ ସ୍କ୍ରୀନଶଟ୍‌
  • News18 Odia
  • Last Updated: February 3, 2020, 2:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ଜଣେ ହାଇ ସ୍କୁଲ ଶିକ୍ଷୟିତ୍ରୀଙ୍କ ଦୁଇ ଆଣ୍ଠୁରେ ଦଉଡ଼ି ବାନ୍ଧି ତାଙ୍କୁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେବା ଭଳି ଘୃଣ୍ୟ ଘଟଣା ଘଟିଛି ପଶ୍ଚିମ ବଙ୍ଗରେ । ଏ କାର୍ଯ୍ୟ କରଥିବା ଲୋକଙ୍କ ନେତୃତ୍ୱ କରୁଥିଲେ ଶାସକ ତୃଣମୂଳ କଂଗ୍ରେସ ଦଳର ଜଣେ ନେତା ।

ଦକ୍ଷିଣ ଦିନାଜପୁର ଜିଲ୍ଲାର ଗଙ୍ଗାରାମପୁରେ ଜାନୁୟାରୀ ୩୧ରେ ଘଟିଥିବା ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ୍‌ ହେଉଛି । ଭିଡିଓରେ ଶିକ୍ଷୟିତ୍ରୀ ସ୍ମୃତିକାନା ଦାସ ତାଙ୍କ ଜମିରେ ରାସ୍ତା ନିର୍ମାଣକୁ ନେଇ ବିରୋଧ କରିବାରୁ ଗ୍ରାମ ପଞ୍ଚାୟତର ଉପପ୍ରଧାନ ଅମଲ ସରକାର ତାଙ୍କୁ ଅମାନୁଷିକ ଭାବେ ଟାଣି ଟାଣି ପିଟୁଥିବା ଦେଖାଯାଉଛି । ଜଣେ ଲୋକ ତାଙ୍କ ଗୋଡ଼ରେ ଏକ ଦଉଡ଼ି ବାନ୍ଧି ଧରିଥିବା ବେଳେ ଆଉ କିଛି ଲୋକ ତାଙ୍କ ବାହୁକୁ ଧରି ରାସ୍ତାରେ ଟାଣୁଥିବା ଦେଖାଯାଉଛି ।

ଶିକ୍ଷୟିତ୍ରୀଙ୍କ ସାନ ଭଉଣୀ ସୋମା ଦାସ ଏ କୃତ୍ୟର ବିରୋଧ କରିବାରୁ ତାଙ୍କୁ ମଧ୍ୟ ଧକ୍କା ମାରି ତଳେ ପକେଇ ଦିଆଯାଇଥିଲା ।

‘‘ମୁଁ ଯେତେବେଳେ ବିରୋଧ କଲି, ତୃଣମୂଳ କଂଗ୍ରେସର କର୍ମୀ ଓ ଅମଲ ସରକାର ମୋତେ ପିଟିଥିଲେ । ସେମାନେ ମୋ’ ଗୋଡ଼କୁ ଏକ ଦଉଡ଼ିରେ ବାନ୍ଧି ବହୁ ବାଟ ପର୍ଯ୍ୟନ୍ତ ଘୋଷାଡି ଘୋଷାଡ଼ି ନେଇଥିଲେ । ମୁଁ ଏ ନେଇ ପୋଲିସରେ ଅଭିଯୋଗ କରିଛି,’’ ଇଣ୍ଡିଆନ ଏକ୍ସପ୍ରେସକୁ ବିବୃତ୍ତି ଦେଇ କହିଛନ୍ତି ଶିକ୍ଷୟିତ୍ରୀ ଦାସ ।

ଉଭୟ ଶିକ୍ଷୟିତ୍ରୀ ଓ ତାଙ୍କ ଭଉଣୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଭଉଣୀ ସୋମା ଦାସଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଛାଡ଼ି ଦିଆଯାଇଥିବା ବେଳେ ଶିକ୍ଷୟିତ୍ରୀ ସ୍ମୃତିକାନା ଦାସ ଶନିବାର ଡାକ୍ତରଖାନାରୁ ବାହାରିଛନ୍ତି ।

ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେବା ପରେ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଅମଲ ସରକାରଙ୍କୁ ଦଳରୁ ନିଲମ୍ବନ କରିଛି । ଦଳ ତରଫରୁ କୁହାଯାଇଛି ଯେ ଘଟଣାର ତଦନ୍ତ ଚାଲିଛି ଓ ତଦନ୍ତ ସରିବା ପର୍ଯ୍ୟନ୍ତ ସରକାର ନିଲମ୍ବିତ ହୋଇ ରହିବେ ।
First published: February 3, 2020, 2:31 PM IST
corona virus btn
corona virus btn
Loading