ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଗଣତନ୍ତ୍ର ଦିବସରେ ଦେଖାଯିବନି ପଶ୍ଚିମ ବଙ୍ଗର ପ୍ରଜ୍ଞାପନ ମେଢ଼; ପ୍ରସ୍ତାବକୁ ପ୍ରତ୍ୟାକ୍ଷାନ କଲା କେନ୍ଦ୍ର

ଗଣତନ୍ତ୍ର ଦିବସରେ ଦେଖାଯିବନି ପଶ୍ଚିମ ବଙ୍ଗର ପ୍ରଜ୍ଞାପନ ମେଢ଼; ପ୍ରସ୍ତାବକୁ ପ୍ରତ୍ୟାକ୍ଷାନ କଲା କେନ୍ଦ୍ର

ବିଜେପି ପଶ୍ଚିମ ବଙ୍ଗରେ ନିଜ ସ୍ଥିତି ମଜବୁତ କରିବା ପାଇଁ ସଂଘର୍ଷ କରୁଥିବା ବେଳେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ କେନ୍ଦ୍ରର ବିଜେପି ସରକାରଙ୍କୁ ଅନେକ ପ୍ରସଙ୍ଗରେ ସମାଲୋଚନା କରିଆସୁଛି । ଏହି ସମୟରେ ପ୍ରଜ୍ଞାପନ ମେଢ଼ ବାଦ୍‌ ପଡ଼ିବା ଘଟଣା ସ୍ଥତିକୁ ଆହୁରି ଜଟିଳ କରିପାରେ ।

ଗଣତନ୍ତ୍ର ଦିବସରେ ଦେଖାଯିବନି ପଶ୍ଚିମ ବଙ୍ଗର ପ୍ରଜ୍ଞାପନ ମେଢ଼; ପ୍ରସ୍ତାବକୁ ପ୍ରତ୍ୟାକ୍ଷାନ କଲା କେନ୍ଦ୍ର
ପଶ୍ଚିମ ବଙ୍ଗ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ
  • News18 Odia
  • Last Updated: January 2, 2020, 4:33 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଗଣତନ୍ତ୍ର ଦିବସ ପ୍ୟାରେଡରେ ଅନ୍ୟତମ ମୁଖ୍ୟ ଆକର୍ଷଣ ରହିଥାଏ ରାଜ୍ୟ ଗୁଡ଼ିକର ପ୍ରଜ୍ଞାପନ ମେଢ଼ । ମାତ୍ର ଚଳିତବର୍ଷ ପଶ୍ଚିମ ବଙ୍ଗର ପ୍ରଜ୍ଞାପନ ମେଢ଼ ଗଣତନ୍ତ୍ର ଦିବସରେ ସ୍ଥାନ ପାଇବ ନାହିଁ । ଏନେଇ ପଶ୍ଚିମବଙ୍ଗ ସରକାରଙ୍କ ଦ୍ବାରା ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର ରକ୍ଷାମନ୍ତ୍ରଣାଳୟର ଏକ ଏକ୍ସପର୍ଟ କମିଟି ଅନୁଧ୍ୟାନ କରିବା ପରେ ଖାରଜ କରିଦେଇଛନ୍ତି ।

ସିଏଏ ଏବଂ ଏନ୍ଆରସିକୁ ନେଇ କେନ୍ଦ୍ର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ପ୍ରଥମରୁ ଟକରାଟକରି ଚାଲିଥିବାବେଳେ ଏହି ଘଟଣା ଯେ ନିଆଁରେ ଘିଅ ଢ଼ାଳିବା ଭଳି କାମ କରିବ ତାହା ସ୍ପଷ୍ଟ ଅନୁମେୟ । ଏକ୍ସପର୍ଟ କମିଟି ୧୬ଟି ରାଜ୍ୟ, ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୬ଟି ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼କୁ ଚଳିତ ଥର ପାଇଁ ମଞ୍ଜୁରୀ ଦେଇଛନ୍ତି ।

ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବୟାନ ଅନୁସାରେ ପଶ୍ଚିମବଙ୍ଗ ସରାକାରଙ୍କ ଦ୍ବାରା ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ଏକ୍ସପର୍ଟ କମିଟି ଏହାକୁ ଦୁଇ ଥର ଅନୁଧ୍ୟାନ କରିବାପରେ ଏହି ପ୍ରସ୍ତାବକୁ ଆଗକୁ ନ ନେଇ ଖାରଜ କରିବା ପାଇଁ ମନସ୍ଥ କରିଥିଲେ । ମନ୍ତ୍ରଣାଳୟ ନିକଟକୁ ଚଳିତ ଥର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୩୨ଟି ମେଢ଼ନେଇ ପ୍ରସ୍ତାବ ଆସିଥିବାବେଳେ ୨୪ ଟି ମେଢ଼ କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟ ଏବଂ ଡିପାର୍ଟମେଣ୍ଟ ନିକଟରୁ ଆସିଥିଲା ।

ଗଣତନ୍ତ୍ର ଦିବସର ପ୍ୟାରେଡ଼ରେ ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବା ଲାଗି ରକ୍ଷା ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ତଥା ମନ୍ତ୍ରଣାଳୟ ଓ ଡିପାର୍ଟମେଣ୍ଟ ପାଖରୁ ଦରଖାସ୍ତ ଆହ୍ବାନ କରିଥାଏ । ପରେ ଏହି ପ୍ରସ୍ତାବ ଗୁଡ଼ିକୁ ଦେଖିବା ପାଇଁ ଏକ ଏକ୍ସପର୍ଟ କମିଟି ଗଠନ ହୋଇଥାଏ ଯେଉଁଥିରେ ସଂସ୍କୃତି , କଳା, ସଙ୍ଗୀତ, ସ୍ଥାପତ୍ୟ, ନୃତ୍ୟ ଏବଂ ଚିତ୍ରକଳା ଜଗତର କେତେକ ଖ୍ୟାତନାମା ବ୍ୟକ୍ତିତ୍ବ ମାନେ ରହିଥାନ୍ତି ।

ଏକ୍ସପର୍ଟ ମାନେ ଡିଜାଇନ, ଥିମ, କନସେପ୍ଟ ଏବଂ ସୁଦୃଶ୍ୟତା ଇତ୍ୟାଦି ବିଷୟ ଉପରେ ଅନେକ ଥର ବୈଠକ କରି ବିଚାର କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥାନ୍ତି। କମ ସମୟ କାରଣରୁ କମିଟି କେବଳ ଉତ୍କୃଷ୍ଟ ମେଢ଼ ଗୁଡ଼ିକୁ ଚୟନ କରିଥାନ୍ତି । ତେଣୁ ଏକ ବୟାନରେ କୁହାଯାଇଛି ‘‘ପ୍ରଚଳିତ ପରମ୍ପରା ଅନୁଯାୟୀ ପ୍ୟରେଡ଼ରେ ସର୍ବଶ୍ରଷ୍ଠ ମେଢ଼ ଗୁଡ଼ିକୁ ସ୍ଥାନ ଦିଆଯାଇଥାଏ’’ ।

ତେବେ ବିଜେପି ବର୍ତ୍ତମାନ ପଶ୍ଚିମ ବଙ୍ଗରେ ନିଜର ସ୍ଥିତି ମଜବୁତ କରିବା ପାଇଁ ସଂଘର୍ଷ କରୁଥିବାବେଳେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ କେନ୍ଦ୍ରର ବିଜେପି ସରକାରଙ୍କୁ ଅନେକ ପ୍ରସଙ୍ଗରେ ସମାଲୋଚନା କରିଆସୁଛି । ଏହି ସମୟ ମଧ୍ୟରେ ପ୍ରଜ୍ଞାପନ ମେଢ଼ ବାଦ ପଡ଼ିବା ଘଟଣା ସ୍ଥତିକୁ ଆହୁରି ଜଟିଳ କରିପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି ।
Published by: Anand Shankar Thankur Das
First published: January 2, 2020, 4:33 AM IST