ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ବେଙ୍ଗଲରେ କିଏ ହେବ ମୁଖ୍ୟ ମନ୍ତ୍ରୀ? ବିଜେପିର 'ନିଷ୍ପତ୍ତି' ଉପରେ ଦିଲୀପ ଘୋଷ ଦେଲେ ସଂକେତ

ବେଙ୍ଗଲରେ କିଏ ହେବ ମୁଖ୍ୟ ମନ୍ତ୍ରୀ? ବିଜେପିର 'ନିଷ୍ପତ୍ତି' ଉପରେ ଦିଲୀପ ଘୋଷ ଦେଲେ ସଂକେତ

ପଶ୍ଚିମ ବଙ୍ଗରେ ଥିବା ଭାରତୀୟ ଜନତା ପାର୍ଟିର (BJP) ବଙ୍ଗଳା ୟୁନିଟର ସଭାପତି ଦିଲୀପ ଘୋଷ (Dilip Ghosh) ସଂକେତ ଦେଇ କହିଛନ୍ତି ଯେ ରାଜ୍ୟରେ ସରକାର ଗଠନ ହେଲେ ସିଏମ କାହାକୁ କରାଯିବ ତାହା ସ୍ଥିର ହୋଇ ସାରିଛି ।

ବେଙ୍ଗଲରେ କିଏ ହେବ ମୁଖ୍ୟ ମନ୍ତ୍ରୀ? ବିଜେପିର 'ନିଷ୍ପତ୍ତି' ଉପରେ ଦିଲୀପ ଘୋଷ ଦେଲେ ସଂକେତ
ବେଙ୍ଗଲରେ କିଏ ହେବ ମୁଖ୍ୟ ମନ୍ତ୍ରୀ!
  • News18 Odia
  • Last Updated: March 31, 2021, 10:46 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କୋଲକାତା: ପଶ୍ଚିମ ବଙ୍ଗ ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗୁରୁବାର ଅନୁଷ୍ଠିତ ହେବ । ଏହାପୂର୍ବରୁ ଭାରତୀୟ ଜନତା ପାର୍ଟି (BJP) ବଙ୍ଗଳା ୟୁନିଟର ସଭାପତି ଦିଲୀପ ଘୋଷ (Dilip Ghosh) ସଂକେତ ଦେଇଛନ୍ତି ଯେ ରାଜ୍ୟରେ ସରକାର ଗଠନ ହେଲେ ସିଏମ କାହାକୁ କରାଯିବ ତାହା ସ୍ଥିର ହୋଇ ସାରିଛି ।

ବିଜେପି ସପକ୍ଷରେ ଏକ 'ମଜବୁତ ଲହର' ରହିଛି ଦାବି କରି ଘୋଷ ମଙ୍ଗଳବାର ଦିନ ବିଶ୍ୱାସ ଜତାଇଛନ୍ତି ଯେ ରାଜ୍ୟରେ ପରବର୍ତ୍ତୀ ସରକାର ତାଙ୍କ ଦଳରୁ ହିଁ ଗଠନ ହେବ ଓ ଏହାର ଅର୍ଥନୁହେଁ ଯେ ମୁଖ୍ୟ ମନ୍ତ୍ରୀ ଜଣେ ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ହେବ । ମେଦିନିନପୁରର ସାଂସଦ ଘୋଷ ଦାବି କରିଛନ୍ତି ଦଳ ସପକ୍ଷରେ ସୃଷ୍ଟି ହୋଇଥିବା ଏକ ଶକ୍ତିଶାଳୀ ହାୱା ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ରହିବ ।

ବିଜେପି ଏହାର ବିଜୟକୁ ନେଇ ଆତ୍ମବିଶ୍ୱାସୀ - ଘୋଷ
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଘୋଷ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ମତଦାନ ପରେ କେବଳ ବିଜେପି ଏହାର ବିଜୟ ଉପରେ ବିଶ୍ୱାସ ରଖିଥିବାବେଳେ ତୃଣମୂଳ କଂଗ୍ରେସ ଓ ଏହାର ନେତାମାନେ ନିରାଶ ହୋଇଛନ୍ତି । ନିର୍ବାଚନ ଅଗ୍ରଗତି କଲାବେଳେ ବିଜେପି ସପକ୍ଷରେ ପରିବେଶ ଅଧିକ ଶକ୍ତିଶାଳୀ ଓ ତୃଣମୂଳ କଂଗ୍ରେସ କର୍ମୀମାନେ ପରାଜୟ ଅନୁଭବ କରିବେ । ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ ​​କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିଓଙ୍କ ସମେତ ବିଜେପି ଲୋକସଭାର ତିନିଜଣ ସଦସ୍ୟ ଓ ରାଜ୍ୟସଭା ସଦସ୍ୟ ସ୍ବପ୍ନ ଦାସ ଗୁପ୍ତଙ୍କୁ ମନୋନୀତ କରିଛି । କିନ୍ତୁ ଘୋଷ ଏଥିରେ ଅନ୍ତର୍ଭୁକ୍ତ ନୁହଁନ୍ତି । ଯଦି ଦଳ ଜିତେ ତେବେ ମୁଖ୍ୟ ମନ୍ତ୍ରୀ ପଦ ପାଇଁ ଘୋଷ ଅନ୍ୟତମ ।

ନିର୍ବାଚନରେ ​​ବିଜେପି ଜିତିବା ଘଟଣାରେ କୌଣସି ନୂତନ ନିର୍ବାଚିତ ବିଧାୟକ ମୁଖ୍ୟ ମନ୍ତ୍ରୀ ହେବେ କି ବୋଲି ପଚରାଯିବାରୁ ସେ କହିଛନ୍ତି, ' ଏଥର କୌଣସି ବି ନିଷ୍ପତ୍ତି ଦଳ ନେବା କିନ୍ତୁ ଏହା ଅର୍ଥନୁହେଁ ଯେ ମୁଖ୍ୟ ମନ୍ତ୍ରୀ ଜଣେ ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ହେବ । ଯେତେବେଳେ ମମତାଜୀ ମୁଖ୍ୟ ମନ୍ତ୍ରୀ ହେଲେ ସେ ଜଣେ ବିଧାୟକ ବି ନଥିଲେ ।

କେବେଠାରୁ ଆରମ୍ଭ ହୋଇଥିଲା ଘୋଷଙ୍କ ରାଜନୈତିକ କରିୟର?
ଘୋଷ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଗଠନର ଏକ ପ୍ରାକାରକ ଭାବରେ ସାଧାରଣ ଜୀବନ ଆରମ୍ଭ କରିଥିଲେ । ୨୦୧୪ ରେ ସେ ବିଜେପିରେ ଯୋଗ ଦେଇ ରାଜ୍ୟ ୟୁନିଟର ସାଧାରଣ ସମ୍ପାଦକ ହୋଇଥିଲେ । ପରେ ସେ ରାଜ୍ୟ ସଭାପତି ହୋଇଥିଲେ । ସେ ୨୦୧୬ ବିଧାନସଭା ନିର୍ବାଚନ ସହିତ ନିଜର ରାଜନୈତିକ ଇନିଂସ ଆରମ୍ଭ କରିଥିଲେ । ସେ ପଶ୍ଚିମ ମେଦିନୀପୁରୀର ଖରାଗପୁର ବିଧାନସଭା ଆସନରୁ ନିର୍ବାଚନରେ ​​ଜିତିଥିଲେ ଓ ଏଠାରୁ ସାତଥର ବିଧାୟକ ଥିବା କଂଗ୍ରେସର ଜିଆନ ସିଂ ସୋହାନପାଲଙ୍କୁ ପରାସ୍ତ କରିଥିଲେ । ନିକଟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନିର୍ବାଚନ ରାଲିରେ ଯୋଗ ଦେଇ ଘୋଷଙ୍କୁ କଡ଼ା ପ୍ରଶଂସା କରିଥିଲେ । ରାଜ୍ୟସଭାରେ ୨୯୪ ଟି ଆସନ ପାଇଁ ଆଠଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ । ମାର୍ଚ୍ଚ ୨୭ ରେ ପ୍ରଥମ ପର୍ଯ୍ୟାୟର ଭୋଟ୍ ସମାପ୍ତ ହୋଇଛି ।
Published by: Jagdish Barik
First published: March 31, 2021, 10:46 AM IST