ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»West Bengal Election: BJP ନେତା ରାହୁଲ ସିହ୍ନାଙ୍କୁ EC ବ୍ୟାନ୍ କଲେ; ଶୁଭେନ୍ଦୁଙ୍କୁ ଚେତାବନୀ, ଘୋଷଙ୍କୁ ନୋଟିସ୍

West Bengal Election: BJP ନେତା ରାହୁଲ ସିହ୍ନାଙ୍କୁ EC ବ୍ୟାନ୍ କଲେ; ଶୁଭେନ୍ଦୁଙ୍କୁ ଚେତାବନୀ, ଘୋଷଙ୍କୁ ନୋଟିସ୍

West Bengal Election: ନିର୍ବାଚନ ଆୟୋଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ଓ ଦିଲୀପ ଘୋଷଙ୍କୁ ମଧ୍ୟ ନୋଟିସ ଦେଇଛନ୍ତି । ଏହାସହ ରାହୁଲ ସିହ୍ନାଙ୍କ ପ୍ରଚାର କରିବା ଉପରେ ୪୮ ଘଣ୍ଟା ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି ।

West Bengal Election: BJP ନେତା ରାହୁଲ ସିହ୍ନାଙ୍କୁ EC ବ୍ୟାନ୍ କଲେ; ଶୁଭେନ୍ଦୁଙ୍କୁ ଚେତାବନୀ, ଘୋଷଙ୍କୁ ନୋଟିସ୍
BJP ନେତା ରାହୁଲ ସିହ୍ନାଙ୍କୁ EC ବ୍ୟାନ୍ କଲେ
  • News18 Odia
  • Last Updated: April 13, 2021, 2:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କୋଲକାତା: ପଶ୍ଚିମ ବଙ୍ଗରେ (West Bengal) ନିର୍ବାଚନ ସମୟରେ ହିଂସା ଓ ବକ୍ତବ୍ୟର ଘଟଣା ସାମ୍ନାକୁ ଆସୁଛି । ଏହି ସମୟରେ ନିର୍ବାଚନ ଆୟୋଗ ସୋମବାର ଦିନ ୨୪ ଘଣ୍ଟା ପାଇଁ ଟିଏମସି ମୁଖ୍ୟ ତଥା ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ (Mamata Banerjee) ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏବେ ବିଜେପି ନେତା ରାହୁଲ ସିହ୍ନାଙ୍କ (Rahul Sinha) ବିରୋଧରେ ନିର୍ବାଚନ ଆୟୋଗ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନିର୍ବାଚନ ଆୟୋଗ ତାଙ୍କୁ ୪୮ ଘଣ୍ଟା ପ୍ରଚାର କରିବାକୁ ବାରଣ କରିଛନ୍ତି । ସେ ସଶସ୍ତ୍ର ବାହିନୀ ସଂପର୍କରେ ଆପତ୍ତିଜନକ ବିବୃତ୍ତି ଦେଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ରାହୁଲ ସିହ୍ନା ଆସନ୍ତା ୪୮ ଘଣ୍ଟା ପାଇଁ ପ୍ରଚାର କରିପାରିବେ ନାହିଁ ।

ଏହା ସହ ନିର୍ବାଚନ ଆୟୋଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ଓ ଦିଲୀପ ଘୋଷଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି । ୨୯ ମାର୍ଚ୍ଚରେ ଶୁଭେନ୍ଦୁ ଅଧିକାରୀ ଆପତ୍ତିଜନକ ଭାଷଣ ଦେଇଥିବା ଅଭିଯୋଗ ହୋଇଛି । ସେ ଏହି ପ୍ରସଙ୍ଗରେ ୯ ଏପ୍ରିଲରେ ନିର୍ବାଚନ ଆୟୋଗଙ୍କୁ ଏକ ଜବାବ ପଠାଇଛନ୍ତି ।

ଏଥି ସହିତ ବୁଧବାର ସକାଳ ୧୦ ଟା ପର୍ଯ୍ୟନ୍ତ ପଶ୍ଚିମ ବଙ୍ଗର ବିଜେପି ମୁଖ୍ୟ ଦିଲୀପ ଘୋଷଙ୍କୁ ନିର୍ବାଚନ ଆୟୋଗ ସମୟ ଦେଇଛନ୍ତି । ନିର୍ବାଚନ ଆୟୋଗ ତାଙ୍କୁ କୋଚ ବେହେରା ହିଂସା ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଛନ୍ତି ।







ଏକ ରାଲିରେ ବିଜେପି ନେତା ରାହୁଲ ସିହ୍ନା ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ, 'ସୀତାଲୁଚିରେ ୪ ନୁହେଁ ବରଂ ୮ ଜଣଙ୍କୁ ମରିବାର ଥିଲା । ସେନେଇ କେନ୍ଦ୍ରୀୟ ବାହିନୀ କାରଣ ଦର୍ଶାଅ ନୋଟିସ୍ ପଠାଇବା ଉଚିତ୍ କି ସେ କାହିଁକି ୪ ଜଣଙ୍କୁ ହତ୍ୟା କଲେ ।"

ଏଥି ସହିତ ମମତା ବାନାର୍ଜୀଙ୍କ କେନ୍ଦ୍ରୀୟ ବାହିନୀ ବିରୋଧରେ ତଥା ଧାର୍ମିକ ପ୍ରବୃତ୍ତି ଥିବା ବିବୃତ୍ତି ଯୋଗୁଁ ନିର୍ବାଚନ ଆୟୋଗ ତାଙ୍କ ପ୍ରଚାର ଉପରେ ୨୪ ଘଣ୍ଟା ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିଷ୍ପତ୍ତିକୁ ନିନ୍ଦା କରି ବାନାର୍ଜୀ କହିଛନ୍ତି ଯେ ଆୟୋଗର ଅସାମ୍ବିଧାନିକ ତଥା ଅଗଣତାନ୍ତ୍ରିକ ନିଷ୍ପତ୍ତି ବିରୋଧରେ ସେ ମଙ୍ଗଳବାର ଦିନ ଧାରଣାରେ ବସିବେ ।
Published by: Jagdish Barik
First published: April 13, 2021, 2:26 PM IST