News18 Odia Digital
ନୂଆ ଦିଲ୍ଲୀ: ପଶ୍ଚିମ ବଙ୍ଗ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ (West Bengal Assembly Election 2021) ପାଇଁ ପ୍ରସ୍ତୁତି ଜୋରଦାର କରି ବିଜେପି ରବିବାର ଦିନ ହାୱଡ଼ାରେ ଏକ ବିଶାଳ ସମାବେଶ ଆୟୋଜନ କରିଥିଲା । ଏହି ରାଲିରେ ଗୃହ ମନ୍ତ୍ରୀ ଅମିତ ଶାହା (Amit Shah) ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କୁ (Mamata Banerjee) କଡା ଟାର୍ଗେଟ କରିଛନ୍ତି । ହାୱଡ଼ାରେ ଏକ ଭର୍ଚୁଆଲ୍ ରାଲିକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ୧୦ ବର୍ଷ ପୂର୍ବେ ଲେଫ୍ଟକୁ ହରାଇ ତୃଣ ମୂଳ କଂଗ୍ରେସ ସରକାର ଗଠନ କରିଥିଲା । ମମତା ବାନାର୍ଜୀ ପରିବର୍ତ୍ତନ କରିବାକୁ ଯାଇ ମା' ମାଟି ଓ ମନୁଷଙ୍କ ସ୍ଲୋଗାନ ଦେଇ ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜି ନିଜ ଦଳର ଲୋକମାନେ ତାଙ୍କୁ ଛାଡି ଯାଉଛନ୍ତି । ସେମାନଙ୍କ ସ୍ଲୋଗାନରେ କଣ ହେଲା । ଅମିତ ଶାହା ଏହା ମଧ୍ୟ କହିଛନ୍ତି ଯେ ନିର୍ବାଚନ ଆସିବା ମାତ୍ରେ ମମତା ଜୀ ଏକାକୀ ହୋଇଯାଇଥିବେ । ଚଳିତ ବର୍ଷ ବଙ୍ଗଳାରେ ବିଧାନସଭା ନିର୍ବାଚନ ଅଛି । ଶାହାଙ୍କର ପଶ୍ଚିମ ବଙ୍ଗ ଗସ୍ତ କରିବାର ଥିଲା । କିନ୍ତୁ ହଠାତ୍ ତାଙ୍କର ଯାତ୍ରା ବାତିଲ୍ ହୋଇଯାଇଥିଲା । ତେଣୁ ସେ ନିଜେ ଦିଲ୍ଲୀରୁ ଏହି ରାଲିକୁ ସମ୍ବୋଧିତ କରୁଛନ୍ତି ।
ଅମିତ ଶାହା ଅଭିଯୋଗ କରିଛନ୍ତି ଯେ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରୁନାହାଁନ୍ତି । ସେ କହିଛନ୍ତି, 'ଦିଦି ବଙ୍ଗଳାକୁ ଆୟୁଷ୍ମାନ ଭାରତ ଯୋଜନାର ଲାଭ ପାଇବାକୁ ଦେଉନାହାଁନ୍ତି, କାରଣ ମୋଦୀ ଜୀ ଏହି ଯୋଜନା ଆରମ୍ଭ କରିଥିଲେ । ମୁଁ ବଙ୍ଗଳାବାସୀଙ୍କୁ ନିଶ୍ଚିତ କରୁଛି ଯେ ବିଜେପି ସରକାର ଆସିବା ପରେ ଆମେ ପ୍ରଥମ କ୍ୟାବିନେଟରେ ପ୍ରସ୍ତାବ ଦେବୁ ଯେ ଏହି ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେବ ।"
ଶାହା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ମମତା ବାନାର୍ଜୀଙ୍କ ନୀତି ଯୋଗୁଁ ବଙ୍ଗଳାର କୃଷକମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ସେ କହିଛନ୍ତି, 'ମମତା ଦିଦି ନିକଟରେ ଏକ କାଗଜ ପଠାଇଛନ୍ତି ଯାହା କିସାନ ସାମମାନ ନିଧି ଯୋଜନା କାର୍ଯ୍ୟକାରୀ କରିବାକୁ ଆମେ ସହମତ ହୋଇଛୁ । ଦିଦି, ତୁମେ କାହାକୁ ବୋକା ବନାଉଛ, କେବଳ କାଗଜ ପଠାଇଛ, ଏହା ସହିତ ତୁମର କୃଷକଙ୍କ ତାଲିକା, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦରକାର । ତୁମେ କିଛି ପଠାଇ ନାହଁ ।"
ଅମିତ ଶାହା ଆହୁରି କହିଛନ୍ତି, 'ମମତା ଦିଦିଙ୍କ ସରକାର ବଙ୍ଗଳାର ମାଟିକୁ ରକ୍ତ ରଞ୍ଜିତ କରିଛନ୍ତି । ଅନୁପ୍ରବେଶକାରୀଙ୍କୁ ବଙ୍ଗଳା ପ୍ରବେଶ କରିବାକୁ ଦିଦି ଅନୁମତି ଦେଇଛନ୍ତି । କେବଳ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ବିଜେପି ସରକାର ଅନୁପ୍ରବେଶକାରୀଙ୍କୁ ଅଟକାଇ ପାରିବ ।"
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।