ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ପଶ୍ଚିମ ବଙ୍ଗର DGP ନିଯୁକ୍ତି ମାମଲା; ମମତା ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ଠାରୁ ମିଳିଲାନି ଆଶ୍ବସ୍ତି

ପଶ୍ଚିମ ବଙ୍ଗର DGP ନିଯୁକ୍ତି ମାମଲା; ମମତା ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ଠାରୁ ମିଳିଲାନି ଆଶ୍ବସ୍ତି

West Bengal DGP appointment case: ଡିଜିପିଙ୍କ ନିଯୁକ୍ତି ସମ୍ପର୍କରେ ପଶ୍ଚିମବଙ୍ଗ ସରକାର ବୁଧବାର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ପିଟିସନ ଦାଖଲ କରିଥିଲେ, ଯାହାକୁ ଗୁରୁବାର ଦିନ କୋର୍ଟ ଏହି ଆବେଦନ ଖାରଜ କରିଦେଇଥିଲେ ।

ପଶ୍ଚିମ ବଙ୍ଗର DGP ନିଯୁକ୍ତି ମାମଲା; ମମତା ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ଠାରୁ ମିଳିଲାନି ଆଶ୍ବସ୍ତି
ପଶ୍ଚିମ ବଙ୍ଗର DGP ନିଯୁକ୍ତି ମାମଲା
  • News18 Odia
  • Last Updated: September 3, 2021, 3:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତିରେ ସ୍ବାଧୀନତା ଦାବି କରି ସୁପ୍ରିମ କୋର୍ଟରେ ପହଞ୍ଚିଥିବା ପଶ୍ଚିମ ବଙ୍ଗ ସରକାରଙ୍କୁ ରିହାତି ମିଳିନାହିଁ। ଗୁରୁବାର ନିଯୁକ୍ତି ସହ ଜଡ଼ିତ ଆବେଦନ ଶୁଣାଣି କରିବାକୁ କୋର୍ଟ ମନା କରି ଦେଇଥିଲେ । ଏଥି ସହିତ ଶୀର୍ଷ କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି ଯେ ସେମାନଙ୍କର ପୁରୁଣା ଆଦେଶରେ ସଂଶୋଧନ କରିବାର କୌଣସି ଆବଶ୍ୟକତା ନାହିଁ । ଆପେକ୍ସ କୋର୍ଟର ପୂର୍ବ ନିଷ୍ପତ୍ତି ଅନୁଯାୟୀ, ପୋଲିସର ସର୍ବୋଚ୍ଚ ପଦବୀରେ ନିଯୁକ୍ତି ନିଷ୍ପତ୍ତି ୟୁନିୟନ ପବ୍ଲିକ ସର୍ଭିସ କମିଶନଙ୍କ (UPSC) ପରାମର୍ଶ କ୍ରମେ ରାଜ୍ୟ ସରକାର ନିଷ୍ପତ୍ତି ନିଅନ୍ତି ।

ଡିଜିପିଙ୍କ ନିଯୁକ୍ତି ସମ୍ପର୍କରେ ପଶ୍ଚିମ ବଙ୍ଗ ସରକାର ବୁଧବାର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ପିଟିସନ ଦାଖଲ କରିଥିଲେ । ଗୁରୁବାର ଦିନ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ । ଏହା ସହିତ ରାଜ୍ୟ ସରକାରଙ୍କୁ ଏଭଳି ଆବେଦନ ନକରିବାକୁ ବାରମ୍ବାର ପରାମର୍ଶ ଦିଆଯାଇଛି । କୋର୍ଟ କହିଛନ୍ତି ଯେ ଏହା ପୂର୍ବରୁ ମଧ୍ୟ ଆପଣଙ୍କର ଆବେଦନ ଖାରଜ ହୋଇଯାଇଛି । ଏଥି ସହିତ ପୁରୁଣା ନିର୍ଦ୍ଦେଶରେ ସଂଶୋଧନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ ରାଜ୍ୟ ସରକାରଙ୍କୁ କହିଛନ୍ତି ।

ବୁଧବାର ସର୍ବୋଚ୍ଚ ଅଦାଲତରେ ଦାଖଲ ହୋଇଥିବା ଏକ ପିଟିସନରେ ରାଜ୍ୟ ସରକାର କହିଥିଲେ ଯେ ୟୁପିଏସସିର କୌଣସି ଅଧିକାର ନାହିଁ କିମ୍ବା ଗୋଟିଏ ରାଜ୍ୟର ଡିଜିପି ନିଯୁକ୍ତ କରିବାର ଅଭିଜ୍ଞତା ନାହିଁ । ପୋଲିସର ଶୀର୍ଷ ପଦବୀରେ ନିଯୁକ୍ତିକୁ ନେଇ ୟୁପିଏସସି ଓ ବଙ୍ଗଳା ସରକାର ମଧ୍ୟରେ ତିକ୍ତତା ଜାରି ରହିଛି । ଗତ ଦୁଇ ମାସ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧୀନରେ ରାଜ୍ୟ ସରକାର ଓ ୟୁପିଏସସି ମଧ୍ୟରେ ଅନେକ ଚିଠି ବିନିମୟ ହୋଇଛି ।
Published by: Lipina Das
First published: September 3, 2021, 3:03 PM IST