ଆକ୍ସନ: ପଦ ସମ୍ଭାଳିବା ମାତ୍ରେ ମମତା ୨୯ IPS ବଦଳାଇଲେ; କୁଚବିହାର SP ଙ୍କୁ ନିଲମ୍ବିତ କଲେ

ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ପଶ୍ଚିମ ବଙ୍ଗର (West Bengal) କୁଚବିହାର ଜିଲ୍ଲାର ପୋଲିସ ଅଧୀକ୍ଷକ ଦେବଶିଷ ଧରଙ୍କୁ ନିଲମ୍ବିତ କରିଛନ୍ତି । ଯେଉଁଠାରେ ୧୦ ଏପ୍ରିଲ ରେ ସୀତାଲୁଚି ଆସନରେ ମତଦାନ ସମୟରେ ସିଏସ୍ଏଫ୍ ଗୁଳିରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା ।

ଆକ୍ସନ: ପଦ ସମ୍ଭାଳିବା ମାତ୍ରେ ମମତା ୨୯ IPS ବଦଳାଇଲେ; କୁଚବିହାର SP ଙ୍କୁ ନିଲମ୍ବିତ କଲେ
ପଦ ସମ୍ଭାଳିବା ମାତ୍ରେ ମମତା ୨୯ IPS ବଦଳାଇଲେ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
କୋଲକାତା: ପଶ୍ଚିମ ବଙ୍ଗରେ (West Bengal) ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିବାର କିଛି ଘଣ୍ଟା ପରେ ବୁଧବାର ପୋଲିସ ବିଭାଗରେ (Police Department) ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏଥିମଧ୍ୟରୁ ଅଧିକାଂଶ ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ (Election Commission) ଦ୍ୱାରା ହସ୍ତାନ୍ତର କରାଯାଇଥିଲା ।

ସନ୍ଧ୍ୟାରେ ଜାରି କରାଯାଇଥିବା ଆଦେଶ ଅନୁଯାୟୀ ଯେଉଁ ପଦବୀଗୁଡିକ ପନଃ ସ୍ଥାପିତ ହୋଇଛି, ସେମାନଙ୍କ ମଧ୍ୟରେ ପୋଲିସ୍ ମହାନିର୍ଦ୍ଦେଶକ ବୀରେନ୍ଦ୍ର, ଅତିରିକ୍ତ ମହାନିର୍ଦ୍ଦେଶକ (ଆଇନ ଓ ଆଦେଶ) ଜାଭେଦ୍ ଶାମିମ୍ ଓ ସୁରକ୍ଷା ନିର୍ଦ୍ଦେଶକ ବିବେକ ସାହା ଅଛନ୍ତି । ବୁଧବାର ସନ୍ଧ୍ୟାରେ ଜାରି କରାଯାଇଥିବା ଆଦେଶରେ ଏହି ସୂଚନା ଦିଆଯାଇଛି । ରାଜ୍ୟ ସରକାର କୁଚବିହାର ଜିଲ୍ଲାର ପୋଲିସ ଅଧୀକ୍ଷକ ଦେବଶିଷ ଧରଙ୍କୁ ନିଲମ୍ବନ କରିଛନ୍ତି । ଯେଉଁଠାରେ ୧୦ ଏପ୍ରିଲରେ ସୀତାଲୁଚି ଆସନରେ ମତଦାନ ସମୟରେ ସିଏସ୍ଏଫ୍ ଗୁଳି ଚଳାଇବାରୁ ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା ।

ବାନାର୍ଜୀ ପୂର୍ବରୁ ଘଟଣାର ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦେବଶିଷ ଧରଙ୍କ ସ୍ଥାନରେ କେ କନ୍ନନଙ୍କୁ ପୋଲିସ ଅଧୀକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି ଯାହାଙ୍କୁ ନିର୍ବାଚନ ସମୟରେ ପୋଷ୍ଟିଂକୁ କରାଯାଇଥିଲା । ନିର୍ବାଚନ ଆୟୋଗ ଡିଜିପି ବିରେନ୍ଦ୍ରଙ୍କୁ ସ୍ଥାନାନ୍ତର କରି ନୀରଜ ନୟନ ପାଣ୍ଡେଙ୍କୁ ତାଙ୍କ ସ୍ଥାନରେ ନୂତନ ଡିଜିପି ଭାବରେ ନିଯୁକ୍ତ କରିଥିଲେ । ବର୍ତ୍ତମାନ ପାଣ୍ଡେଙ୍କୁ ମହାନିର୍ଦ୍ଦେଶକ (ଅଗ୍ନିଶମ ସେବା) ଭାବରେ ନିଯୁକ୍ତ କରାଯାଇଛି ।

ସେହିଭଳି ଅତିରିକ୍ତ ମହାନିର୍ଦ୍ଦେଶକ (ଆଇନ ଓ ଆଦେଶ) ଜଗମୋହନଙ୍କୁ ବଦଳାଯାଇ ସିଭିଲ ଡିଫେନ୍ସକୁ ପଠାଯାଇଥିବାବେଳେ ତାଙ୍କ ସ୍ଥାନରେ ଜାଭେଦ ଶାମିମଙ୍କୁ ଏହି ପଦବୀ ଦିଆଯାଇଛି । ଏଥି ସହିତ ମେଦିନୀପୁରର ପୁରବା ଠାରେ ଏକ ରାଲିରେ ମମତା ବାନାର୍ଜୀ ଆହତ ହେବା ପରେ ଆୟୋଗ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଥିବା ଅଭିଯୋଗରେ ସାହିଙ୍କୁ ଡିଜି ସୁରକ୍ଷା ପଦରୁ ହଟାଇ ଦେଇଥିଲେ । ଏକ ପୃଥକ କ୍ରମରେ ତାଙ୍କୁ ପୂର୍ବ ଜାଗାରେ ପୁନଃ ପୋଷ୍ଟ କରାଯାଇଛି ।
Published by: Jagdish Barik
First published: May 6, 2021, 9:33 AM IST