୧୦ ଦିନିଆ CBI ହେପାଜତକୁ ଗଲେ ଗିରଫ ହୋଇଥିବା TMC ନେତା

Anubrata Mandal Arrested: ପଶୁ ଚୋରା ଚାଲାଣ ମାମଲାରେ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଆଜି ସିବିଆଇ ଗିରଫ କରିଛି। ଏହାସହ ତାଙ୍କୁ ୧୦ ଦିନିଆ ସିବିଆଇ ହେପାଜତରେ ନିଆଯାଇଛି।

୧୦ ଦିନିଆ CBI ହେପାଜତକୁ ଗଲେ ଗିରଫ ହୋଇଥିବା TMC ନେତା

୧୦ ଦିନିଆ CBI ହେପାଜତକୁ ଗଲେ ଗିରଫ ହୋଇଥିବା TMC ନେତା

  • Share this:
News18 Odia Digital

Cattle Smuggling Case: ପଶୁ ଚୋରା ଚାଲାଣ ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଟିଏମସିର ବୀରଭୂମ ଜିଲ୍ଲା ସଭାପତି ଅନୁବ୍ରତ ମଣ୍ଡଳଙ୍କୁ ଗୁରୁବାର ସକାଳେ ଗିରଫ କରିଥିଲା। ବର୍ତ୍ତମାନ ତାଙ୍କୁ ୧୦ ଦିନିଆ ହେପାଜତରେ ନେଇଛି ସିବିଆଇ।

ସିବିଆଇ ଗୁରୁବାର ଆସାନସୋଲର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଅନୁବ୍ରତ ମଣ୍ଡଳ ହାଜିର କରିଥିଲା। ସିବିଆଇ ୧୪ ଦିନ ହେପାଜତ ମାଗିଥିଲା, କିନ୍ତୁ କୋର୍ଟ ୧୦ ଦିନ ହେପାଜତକୁ ଅନୁମତି ଦେଇଛନ୍ତି। ଗୋରୁ ଚୋରା ଚାଲାଣ ମାମଲାରେ ଟିଏମସି ନେତାଙ୍କୁ ଗିରଫ କରାଯାଇଛି।

କୋର୍ଟରେ ଅନୁବ୍ରତ ମଣ୍ଡଳ ଉପସ୍ଥାପନ କରୁଥିବାବେଳେ ଲୋକଙ୍କ ମଧ୍ୟରେ କ୍ରୋଧ ମଧ୍ୟ ଦେଖିବାକୁ ମିଳିଥିଲା। କୋର୍ଟ ପାଖରେ ତାଙ୍କୁ ଜୋତା ଦେଖାଇ ଲୋକେ 'ଚୋର, ଚୋର' ସ୍ଲୋଗାନ ଦେଇଥିଲେ। ଗୁରୁବାର ସକାଳେ ସିବିଆଇର ଏକ ଟିମ୍ ଟିଏମସିର ବୀରଭୂମ ଜିଲ୍ଲା ସଭାପତି ମଣ୍ଡଳଙ୍କ ଘରେ ପହଞ୍ଚିଥିଲେ। ଏକ ଘଣ୍ଟା ଧରି ପଚରାଉଚରା ପରେ ସିବିଆଇ ମଣ୍ଡଳଙ୍କୁ ଗିରଫ କରିଥିଲା।

ଅନ୍ତତଃ ପକ୍ଷେ ଆଠ ଜଣ ଅଧିକାରୀଙ୍କ ଏକ ସିବିଆଇ ଟିମ୍ ସକାଳ ପ୍ରାୟ ୧୦ଟା ସମୟରେ ମଣ୍ଡଳଙ୍କ ବାସଭବନରେ ପହଞ୍ଚି ଅନୁସନ୍ଧାନର ଏକ ଅଂଶ ଭାବରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା।

ଗିରଫ ପୂର୍ବରୁ ଶେଷ ସମନରେ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ହାଜର ହୋଇ ନଥିଲେ। ବେଆଇନ ଗୋରୁ ଚଲାଣ ନେଇ ୨୦୨୦ରେ ସିବିଆଇ ଅନୁବ୍ରତଙ୍କ ନାମରେ ମାମଲା ରୁଜୁ କରଥିଲା।

ସିବିଆଇ କହିବା ଅନୁସାରେ, ୨୦୧୫ରୁ ୨୦୧୭ ମଧ୍ୟରେ ସୀମା ପାର ଗୋରୁ ଚାଲାଣ ହେଉଥିବା ବେଳେ ବିଏସଏଫ ୨୦,୦୦୦ରୁ ଅଧିକ ଗୋରୁ ଜବତ କରିଥିଲା। ଯେଉଁଥିରେ ଅନୁବ୍ରତ ମଣ୍ଡଳ ସମ୍ପୃକ୍ତ ଥିଲେ।
Published by:Lipina Das
First published: