West Bengal ବିଜେପି ସଭାପତି ମର୍ଯ୍ୟାଦା ଭୁଲିଗଲେ, ମମତାଙ୍କୁ ବରମୁଣ୍ଡା ପିନ୍ଧିବାକୁ କହିଦେଲେ…
ଦିଲୀପ ଘୋଷଙ୍କ ଏହି ବିବୃତ୍ତି ଉପରେ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମିତ୍ର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ‘‘ଏ ସବୁ କଥା ଚିନ୍ତା କରୁଥିବା ଓ ଏମିତି ବିକୃତ ମାନସିକତା ରଖୁଥିବା ମାଙ୍କଡ଼ମାନେ ପଶ୍ଚିମ ବଙ୍ଗରେ ଜିତିବେ ବୋଲି ଭାବୁଛନ୍ତି।’’

ଦିଲୀପ ଘୋଷ ଓ (ଡାହାଣ) ମମତା ବାନାର୍ଜୀ
- News18 Odia
- Last Updated: March 24, 2021, 9:58 PM IST
ନୂଆ ଦିଲ୍ଲୀ: ପଶ୍ଚିମ ବଙ୍ଗ (West Bengal) ବିଜେପି ସଭାପତି ଦିଲୀପ ଘୋଷ (Dilip Ghosh) ରାଜ୍ୟର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀଙ୍କ (Mamata Banerjee) ବିଷୟରେ ଅମର୍ଯ୍ୟାଦିତ ପାଇଁ ବିବୃତ୍ତି ଦେଇଛନ୍ତି । ଏକ ନିର୍ବାଚନ ରାଲିରେ ସେ ସର୍ବଦା ଶାଢ଼ୀ ପିନ୍ଧୁଥିବା ମମତା ବାନାର୍ଜୀଙ୍କୁ ବରମୁଣ୍ଡା ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ।
ଦିଲୀପ ଘୋଷ ଏକ ନିର୍ବାଚନ ରାଲିରେ କହିଛନ୍ତି, ‘‘ଯଦି ମୁଖ୍ୟ ମନ୍ତ୍ରୀ ନିଜ ଗୋଡ଼ ଦେଖାଇବାକୁ ଚାହୁଁଛନ୍ତି, ତେବେ ସେ ବରମୁଣ୍ଡା ପିନ୍ଧିବା ଉଚିତ୍ ।’’ ଘୋଷଙ୍କ ଏହି ବିବୃତ୍ତିକୁ ମମତାଙ୍କ ଦଳ ତୃଣମୂଳ କଂଗ୍ରେସ୍ (Trinamool Congress, TMC) ଦୃଢ଼ ବିରୋଧ କରିଛି ।
ଏହା ବି ପଢ଼ନ୍ତୁ | ଓଡ଼ିଶାରେ ପୁଣି କରୋନା ବଢ଼ାଇଲା ଚିନ୍ତା; ସରପଞ୍ଚ ଓ ୱାର୍ଡ଼ ମେମ୍ବର୍ମାନଙ୍କୁ ମିଳିଲା ଗୁରୁ ଦାୟିତ୍ୱ
ଏହା ବି ପଢ଼ନ୍ତୁ | ପ୍ରେମରେ ଭଲ ସମ୍ପର୍କ ଓ ଖରାପ ସମ୍ପର୍କ ଭିତରେ କ’ଣ କ’ଣ ପାର୍ଥକ୍ୟ ରହିଛି? ଜାଣନ୍ତୁ
ଘୋଷଙ୍କ ଏହି ବିବୃତ୍ତି ଉପରେ ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମିତ୍ର (Mohua Mitra) ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ‘‘ପଶ୍ଚିମ ବଙ୍ଗ ବିଜେପିର ସଭାପତି ସାଧାରଣ ସଭାରେ ପଚାରିଛନ୍ତି ମମତା ଦିଦି କାହିଁକି ଶାଢ଼ୀ ପିନ୍ଧନ୍ତି ବୋଲି । ସେ ବରମୁଣ୍ଡା ପିନ୍ଧିବା ଉଚିତ୍ ଯାହା ଦ୍ୱାରା ତାଙ୍କ ଗୋଡ଼ ଭଲ କରି ଦେଖାଯିବ ବୋଲି ସେ କହିଛନ୍ତି । ଆଉ ଏ ସବୁ କଥା ଚିନ୍ତା କରୁଥିବା ଓ ଏମିତି ବିକୃତ ମାନସିକତା ରଖୁଥିବା ମାଙ୍କଡ଼ମାନେ ପଶ୍ଚିମ ବଙ୍ଗରେ ଜିତିବେ ବୋଲି ଭାବୁଛନ୍ତି ।’’
@BJP WB Pres asks in public meeting why Mamatadi is wearing a saree, she should be wearing “Bermuda” shorts to display her leg better
And these perverted depraved monkeys think they are going to win Bengal?
— Mahua Moitra (@MahuaMoitra) March 24, 2021
ତୃଣମୂଳ କଂଗ୍ରେସ୍ ନେତ୍ରୀ କାକୋଲି ଘୋଷ ଦସ୍ତିଦାର ଟ୍ୱିଟ୍ କରି କହିଛନ୍ତି: ‘‘ବର୍ତ୍ତମାନ ଦେଖାଯାଉଛି ଯେ ବିଜେପିର ବେଙ୍ଗଲ୍ ସଭାପତିଙ୍କ ଭୂମିକା କେବଳ ବିଷୋଦ୍ଗାର କରିବା ରହିଯାଇଛି । ବେଙ୍ଗଲର ମୁଖ୍ୟ ମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବାଠାରୁ ଆରମ୍ଭ କରି ଦଳର କାର୍ଯ୍ୟକର୍ତ୍ତାଙ୍କ ପ୍ରତି ହିଂସା ଦେଖାଇବା ପର୍ଯ୍ୟନ୍ତ ସବୁ ସୀମା ସେ ସୁବିଧାଜନକ ଭାବରେ ଅତିକ୍ରମ କରିଛନ୍ତି!’’
ଏହା ବି ପଢ଼ନ୍ତୁ | ଭୁବନେଶ୍ବର: ଭଡ଼ାଟିଆଙ୍କ ଉପରେ ଆକ୍ରମଣ ମାମଲାରେ ଗିରଫ ହୋଇପାରନ୍ତି BJP ନେତ୍ରୀ ଓ ତାଙ୍କ ସ୍ୱାମୀ
ନନ୍ଦିଗ୍ରାମରେ ନିର୍ବାଚନ ପ୍ରଚାର କରିବା ବେଳେ ମମତା ବାନାର୍ଜୀଙ୍କ ଗୋଡ଼ରେ ଲାଗିଥିବା ଆଘାତକୁ ନେଇ ଅନେକ ରାଜନୈତିକ ବିବୃତିବାଜୀ ହୋଇଛି । ମମତା ଏହାକୁ ଏକ ଆକ୍ରମଣ ଓ ଷଡଯନ୍ତ୍ର ବୋଲି ବର୍ଣ୍ଣନା କରିଥିଲେ । ହେଲେ ବିରୋଧୀ ଦଳମାନେ ଏହାକୁ ତାଙ୍କର ଏକ ଷ୍ଟଣ୍ଟ୍ ଓ ସହାନୁଭୂତି ଲୁଟିବା ପାଇଁ ପ୍ରୟାସ ବୋଲି କହିଥିଲେ ।
ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ସେମାନଙ୍କ ମଧ୍ୟରେ ପଶ୍ଚିମ ବଙ୍ଗ ହେଉଛି ଏକ ମାତ୍ର ରାଜ୍ୟ ଯେଉଁଠି ଆଠଟି ପର୍ଯ୍ୟାୟରେ ଏହି ନିର୍ବାଚନ ହେବାର ଅଛି । ପ୍ରଥମ ପର୍ଯ୍ୟାୟ ମତଦାନ ୨୭ ମାର୍ଚ୍ଚରେ ହେବ । ପରା ନିର୍ବାଚନର ଫଳାଫଳ ୨ ମଇରେ ଆସିବ ।