ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ମୋଦି Vs ଦିଦି: ମାର୍ଚ୍ଚ ୨୭ରୁ ପଶ୍ଚିମ ବଙ୍ଗରେ ୮ଟି ପର୍ଯ୍ୟାୟରେ ହେବ ବିଧାନ ସଭା ନିର୍ବାଚନ

ମୋଦି Vs ଦିଦି: ମାର୍ଚ୍ଚ ୨୭ରୁ ପଶ୍ଚିମ ବଙ୍ଗରେ ୮ଟି ପର୍ଯ୍ୟାୟରେ ହେବ ବିଧାନ ସଭା ନିର୍ବାଚନ

ନିର୍ବାଚନ କମିଶନ ଘୋଷଣା କରିଛନ୍ତି ଯେ ପଶ୍ଚିମ ବଙ୍ଗରେ ବିଧାନ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୭ରେ ଓ ଅନ୍ତିମ ପର୍ଯ୍ୟାୟ ଏପ୍ରିଲ ୨୯ରେ ଅନୁଷ୍ଠିତ ହେବ । ଏହି ନିର୍ବାଚନର ଫଳାଫଳ ମେ ୨ ତାରିଖରେ ଘୋଷିତ ହେବ ।

ମୋଦି Vs ଦିଦି: ମାର୍ଚ୍ଚ ୨୭ରୁ ପଶ୍ଚିମ ବଙ୍ଗରେ ୮ଟି ପର୍ଯ୍ୟାୟରେ ହେବ ବିଧାନ ସଭା ନିର୍ବାଚନ
ନରେନ୍ଦ୍ର ମୋଦି ଓ ମମତା ବାନାର୍ଜୀ (ଫାଇଲ୍ ଫଟୋ)
  • News18 Odia
  • Last Updated: March 19, 2021, 5:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ (election Commission of India) ଆଜି ଘୋଷଣା କରିଛନ୍ତି ଯେ ମାର୍ଚ୍ଚ ୨୭ ତାରିଖ ଠାରୁ ଆରମ୍ଭ କରି ଆଠଟି ପର୍ଯ୍ୟାୟରେ ପଶ୍ଚିମ ବଙ୍ଗରେ ବିଧାନ ସଭା ନିର୍ବାଚନ (West Bengal Assembly Elections 2021) ଅନୁଷ୍ଠିତ ହେବ ।

ଶୁକ୍ରବାର ଦିନ ନିର୍ବାଚନ କମିଶନ ଘୋଷଣା କରିଛନ୍ତି ଯେ ପଶ୍ଚିମ ବଙ୍ଗରେ ବିଧାନ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୭ରେ ଓ ଅନ୍ତିମ ପର୍ଯ୍ୟାୟ ଏପ୍ରିଲ ୨୯ରେ ଅନୁଷ୍ଠିତ ହେବ । ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ମେ ୨ ତାରିଖରେ ଘୋଷିତ ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର୍‌ ସୁନୀଲ୍‌ ଅରୋଡ଼ା ।

ଏହି ଆଠଟି ପର୍ଯ୍ୟାୟରେ ମତଦାନ ମାର୍ଚ୍ଚ ୨୭, ଏପ୍ରିଲ ୧, ଏପ୍ରିଲ ୬, ଏପ୍ରିଲ ୧୦, ଏପ୍ରିଲ ୧୭, ଏପ୍ରିଲ ୨୨, ଏପ୍ରିଲ ୨୬ ଓ ଏପ୍ରିଲ ୨୯ରେ ଅନୁଷ୍ଠିତ ହେବ । ନିର୍ବାଚନ ଫଳାଫଳ ମେ ୨ ତାରିଖରେ ଘୋଷଣା କରାଯିବ ।

ଏହା ବି ପଢ଼ନ୍ତୁ | ଝରାଫୁଲ ମୃତ୍ୟୁ: ସ୍କୁଟି ମିଳିଲା, ମୋବାଇଲ୍ଫୋନ୍ବି ମିଳିଲା, ହେଲେ କାହିଁକି ଖୋଲୁନି ରହସ୍ୟ?

ପଶ୍ଚିମ ବଙ୍ଗ ବିଧାନ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ:

ମାର୍ଚ୍ଚ ୨, ୨୦୨୧ ବିଜ୍ଞପ୍ତି ପ୍ରକାଶ ପାଇବ ।

ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ: ମାର୍ଚ୍ଚ ୧

ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ: ମାର୍ଚ୍ଚ ୧୨

ମତଦାନ ତାରିଖ: ମାର୍ଚ୍ଚ ୨୭

ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ:

ମାର୍ଚ୍ଚ ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ: ମାର୍ଚ୍ଚ ୧୨

ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ: ମାର୍ଚ୍ଚ ୧୭

ମତଦାନ ତାରିଖ: ଏପ୍ରିଲ ୧

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ୨୫ ବର୍ଷର ହେଲେ ଦୂତୀ ଚାନ୍ଦ; ଜାଣନ୍ତୁ ବିଶ୍ୱ ସ୍ତରରେ ପରିଚିତ ଏହି ଓଡ଼ିଆ ଦୌଡ଼ ରାଣୀଙ୍କ ବିଷୟରେ ଜଣା-ଅଜଣା କଥା

ପଶ୍ଚିମ ବଙ୍ଗ ବିଧାନ ସଭା ନିର୍ବାଚନ ତୃତୀୟ ପର୍ଯ୍ୟାୟ:

ମାର୍ଚ୍ଚ ୧୬ରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ: ମାର୍ଚ୍ଚ ୨୩

ପ୍ରାର୍ଥୀ ପ୍ରତ୍ୟାହାରର ଶେଷ ତାରିଖ: ମାର୍ଚ୍ଚ ୨୬

ମତଦାନ ତାରିଖ: ଏପ୍ରିଲ ୧୦

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଯାଜପୁର: ପ୍ରେମିକାକୁ ଭେଟିବାକୁ ଯୋଗୀ ବେଶ ଧରି ଆସିଲେ + ଛାତ୍ର; ଧରା ପଡ଼ି ମାଡ଼ ଖାଇଲେ

ପଶ୍ଚିମ ବଙ୍ଗ ବିଧାନସଭାରେ ୨୯୪ଟି ନିର୍ବାଚନମଣ୍ଡଳୀ ଅଛି । ବର୍ତ୍ତମାନର ବିଧାନ ସଭାର କାର୍ଯ୍ୟକାଳ ମେ ୩୦ରେ ଶେଷ ହେଉଛି । ଅନୁସୂଚିତ ଜାତିଙ୍କ ପାଇଁ ୬୮ଟି ଓ ଅନୁସୂଚିତ ଜନଜାତିଙ୍କ ପାଇଁ ୧୬ଟି ଆସନ ସଂରକ୍ଷିତ ଅଛି ।

୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପି ପଶ୍ଚମ ବଙ୍ଗର ୪୨ଟି ଆସନ ମଧ୍ୟରୁ ୧୮ଟି ଜିତିଥିଲା । ତେଣୁ ବିଧାନସଭା ନିର୍ବାଚନରେ ​​ଦଳ ନିଜ ଜିତିବା ସମ୍ଭାବନା ଉପରେ ଅଧିକ ଗୁରୁତ୍ୱ ଦେଉଛି ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁକଟକ ବିଡ଼ାନାସି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ ହେଲା; ଦୋକାନରେ ହାଣି ହତ୍ୟା କରିଥିଲା

ଆସାମ ବିଧାନ ସଭାର ୧୨୬ଟି ଆସନ ମଧ୍ୟରୁ ୨୦୧୬ ନିର୍ବାଚନରେ ୮୬ଟି ସିଟ୍‌ ଜିତି ସରକାର ଗଠନ କରିଥିଲା । କଂଗ୍ରେସ ୨୬ଟି ସିଟ୍‌ ଓ AIUDF ୧୩ଟି ସିଟ୍ ଜିତିଥିଲା । ଅନ୍ୟମାନେ ମାତ୍ର ଗୋଟିଏ ଆସନ ଜିତିଥିଲେ ।

ତାମିଲ ନାଡୁ ବିଧାନ ସଭାର ମୋ’ଟ ୨୩୪ଟି ଆସନ ମଧ୍ୟରୁ AIDMK ମିଳିତ ମଞ୍ଚ ୧୩୪ଟି ଆସନ ଜିତି ସରକାର ଗଠନ କରିଥିଲା । ଡିଏମକେ ଓ କଂଗ୍ରେସ ମିଳିତ ମଞ୍ଚ ୯୮ଟି ସିଟ୍ ପାଇଥିଲେ ।

ପୁଡୁଚେରୀର ୟୁନିଅନ୍ ଟେରିଟୋରୀର ବିଧାନ ସଭାରେ ୩୦ଟି ସିଟ୍ ଅଛି । ଏହି ବିଧାନସଭାରେ ତିନି ଜଣ ମନୋନୀତ ସଦସ୍ୟ ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ କଂଗ୍ରେସ ନେତୃତ୍ୱରେ ଏକ ମିଳିତ ସରକାର ଥିଲା, ମାତ୍ର ଗତ ସପ୍ତାହରେ ଅନେକ ବିଧାୟକ କଂଗ୍ରେସ ଛାଡିଥିଲେ । ଫଳରେ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିଲା । ବର୍ତ୍ତମାନ ସେଠି ରାଷ୍ଟ୍ରପତିଙ୍କ ନିୟମ ବଳବତ୍ତର ରହିଛି ।



ବାମ ଦଳର ଶେଷ ଗଡ଼ କେରଳ ବିଧାନ ସଭାର ୧୪୦ଟି ଆସନ ପାଇଁ ନିର୍ବାଚନ ହେବ । ସେଠି ଏବେ ବାମ ଦଳ ଓ କଂଗ୍ରେସର ଏକ ମିଳିତ ସରକାର ଅଛି । ଗତ ବିଧାନ ସଭା ନିର୍ବାଚନରେ ବାମପନ୍ଥୀମାନେ ୯୧ଟି ଓ କଂଗ୍ରେସ ୪୭ଟି ଆସନ ଜିତିଥିଲା । ବିଜେପି ଓ ଅନ୍ୟମାନେ ମାତ୍ର ଗୋଟିଏ ଗୋଟିଏ ଆସନ ଜିତିଥିଲେ ।
Published by: Anand Shankar Thankur Das
First published: February 26, 2021, 5:56 PM IST