ପଶ୍ଚିମ ବଙ୍ଗ ଓ ଆସାମ ନିର୍ବାଚନ ପାଇଁ ସରିଲା ପ୍ରଚାର; ଅନେକ ଆସନରେ ସିଧାସଳଖ ଲଢ଼େଇ ହେବ

ପଶ୍ଚିମ ବଙ୍ଗରେ ପ୍ରଥମ ପର୍ଯ୍ୟାୟର ଯେଉଁ ୩୦ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ ୨୦୧୬ ନିର୍ବାଚନରେ ସେଥିରୁ TMC ୨୭ଟିରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଦୁଇଟି ଓ RSP ଗୋଟିଏ ଆସନ ପାଇଥିଲା । ଏହି ଅଞ୍ଚଳରେ ବିଜେପିର ଖାତା ଖୋଲି ନ ଥିଲା ।

ମାର୍ଚ୍ଚ ୨୭ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ହେବ ।

ମାର୍ଚ୍ଚ ୨୭ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ହେବ ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ପଶ୍ଚିମ ବଙ୍ଗ (West Bengal) ଓ ଆସାମ (Assam) ବିଧାନ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଲାଗି ପ୍ରଚାର ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ବଙ୍ଗରେ ୩୦ ଓ ଆସାମରେ ୪୭ଟି ଆସନ ପାଇଁ ମାର୍ଚ୍ଚ ୨୭ ତାରିଖ ଦିନ ମତଦାନ ହେବ । ଉଭୟ ରାଜ୍ୟରେ ଭୋଟ୍ ଗ୍ରହଣ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଚାରର ଶେଷ ଦିନ ଗୁରୁବାର ଦିନ ବିଜେପି, ତୃଣମୂଳ କଂଗ୍ରେସ୍‌ (Trinamool Congress, TMC) ଓ କଂଗ୍ରେସର ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ।

ପଶ୍ଚିମ ବଙ୍ଗରେ (West Bengal Assembly Polls 2021) ପ୍ରଥମ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବାକୁ ଥିବା ୩୦ଟି ଆସନ ମଧ୍ୟରେ ରହିଛି ପଶ୍ଚିମ ମେଦିନୀପୁର, ପୂର୍ବ ମେଦିନୀପୁର, ବାଙ୍କୁଡ଼ା, ଝାଡ଼ଗ୍ରାମ ଓ ପୁରୁଲିଆ । ପ୍ରଥମ ପର୍ଯ୍ୟାୟରେ ମୋଟ ପ୍ରାର୍ଥୀ ସଂଖ୍ୟା ୧୯୧ । ଏହି ୩୦ଟି ଯାକ ଆସନରେ ଟି.ଏମ୍‌.ସି. ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ବିନ୍ଦ୍ବିତା ହେବ । ୨୦୧୬ ନିର୍ବାଚନରେ ଏହି ୩୦ଟି ଆସନରୁ ଟି.ଏମ୍‌.ସି. ଏକାକୀ ୨୭ଟିରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଦୁଇଟି ଓ ଆର୍‌.ଏସ୍‌.ପି. ଗୋଟିଏ ଆସନରେ ବିଜୟୀ ହୋଇଥିଲା । ଗତ ଥର ବିଜେପି ଏହି ଅଞ୍ଚଳରେ ଖାତା ଖୋଲିପାରି ନ ଥିଲା ।

ଏହା ବି ପଢ଼ନ୍ତୁ | ୨୪ କ୍ୟାରେଟ୍ ସୁନା କିଣିବାକୁ ଚାହୁଁଛନ୍ତି? ଗୋଲ୍ଡ ବଣ୍ଡରେ ନିବେଶ କରନ୍ତୁ; ଏହାର ଚାହିଦା ବଢ଼ୁଛି

ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ସେମାନଙ୍କ ମଧ୍ୟରେ ଅଛନ୍ତି ପୁରୁଲିଆରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ସୁଦୀପ ମୁଖାର୍ଜୀ, କଂଗ୍ରେସର ପାର୍ଥପ୍ରତୀମ ବାନାର୍ଜୀ, ଟି.ଏମ୍‌.ସି.ର ସୁଜୟ ବାନାର୍ଜୀ, ବାଘମୁଣ୍ଡିରେ ଟି.ଏମ୍‌.ସି.ର ସୁଶାନ୍ତ ମହାତୋ, ବିଜେପିର ଆଶୁତୋଷ ମହାତୋ, ଖଡ଼ଗପୁର ଆସନରେ ଟି.ଏମ୍‌.ସି.ର ଦିନେନ ରାୟ, ବିଜେପିର ତପନ ଭୂୟାଁ, ମେଦିନୀପୁରରେ ଟି.ଏମ୍‌.ସି.ର ଜୁନ୍ ମାଲିୟା ଓ ବିଜେପିର ସମିତ କୁମାର ଦାସ ।

ମମତା ବାନାର୍ଜୀ (ଫାଇଲ୍ ଫଟୋ)


ଶେଷ ଦିନରେ ବିଜେପି ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତର ପ୍ରଦେଶ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ନିକଟରେ ବିଜେପିରେ ଯୋଗ ଦେଇଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦୋର ପ୍ରଚାର କରିଥିଲେ । ଟି.ଏମ୍‌.ସି. ପକ୍ଷରୁ ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ବିଭିନ୍ନ ସମାବେଶରେ ଉଦବୋଧନ ଦେଇ ବିଜେପି ସରକାରକୁ ସମାଲୋଚନା କରିଥିଲେ ।

ଏହା ବି ପଢ଼ନ୍ତୁ | କରୋନାର ପ୍ରକୋପ ବଢ଼ିଲା; ଓଡ଼ିଶାକୁ ଫେରିଲା ରାତ୍ରିକାଳୀନ କର୍ଫ୍ୟୁ; ମାଲକାନଗିରିରେ ଲାଗୁ ହେଲା

ଯୋଗୀ ଆଦିତ୍ୟନାଥ ମାନଖାନା, ଚନ୍ଦ୍ରକୋଣା ଓ ନନ୍ଦିଗ୍ରାମରେ ପ୍ରଚାର କରିଥିଲେ । ସାଲଟୋରା, ମାନବଜାର, କେଶିୟାରି ଓ ଝାଡ଼ଗ୍ରାମରେ ବଲିଉଡ୍ ଅଭିନେତା ତଥା ବିଜେପି ନେତା ମିଥୁନ୍ ଚକ୍ରବର୍ତ୍ତୀ ରୋଡ୍ ଶୋ କରିଥିଲେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଜୟପୁର, ତାଲଦାଙ୍ଗ୍ରା ଓ କାକଦ୍ବିପ ନିର୍ବାଚନ ମଣ୍ଡଳୀରେ ରାଲି କରିଥିଲେ । ସେମାନେ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ଟି.ଏମ୍‌.ସି. ସରକାର ଉପରେ ଧୁମ୍ ବର୍ଷିଥିଲେ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବର: ଭଡ଼ାଟିଆଙ୍କ ଉପରେ ଆକ୍ରମଣ ମାମଲାରେ ଗିରଫ ହୋଇପାରନ୍ତି BJP ନେତ୍ରୀ ତାଙ୍କ ସ୍ୱାମୀ

ଆସାମରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪୭ଟି ଆସନରେ ଭୋଟ୍ ଗ୍ରହଣ ହେବ । ବାରଟି ଜିଲ୍ଲାରେ ଥିବା ୪୭ଟି ଆସନ ମଧ୍ୟରୁ ପାଞ୍ଚଟି ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷିତ । ପ୍ରଥମ ପର୍ଯ୍ୟାୟରେ ସ୍ବାଧୀନ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୨୬୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ୧୨ଟି ଜିଲ୍ଲାରେ ୧୧ ହଜାର ୫୩୭ ଭୋଟ ଗ୍ରହଣ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ୮୧ ଲକ୍ଷ ଭୋଟର ନିଜ ମତଦାନ ଅଧିକାର ସାବ୍ୟସ୍ତ କରିବେ ।

ଏହା ବି ପଢ଼ନ୍ତୁ | ପୁରୀରେ ବଟି ଦେବାରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ; ଅବସ୍ଥା ସଙ୍କଟାପନ୍ନ

ଆସାମରେ ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି ସେମାନଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ଯିଏ ବିଜେପି ପ୍ରାର୍ଥୀ ଭାବେ ମାଜୁଲିରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ବିଧାନ ସଭା ବାଚସ୍ପତି ହିତେନ୍ଦ୍ର ନାଥ ଗୋସ୍ବାମୀ ଜୋରହାଟରୁ, କ୍ୟାବିନେଟ ମନ୍ତ୍ରୀ ରଞ୍ଜିତ ଦତ୍ତ ବେହାଲିରୁ, ନବ କୁମାର ଦୋଲେ ଜୋନାଇରୁ, ସଞ୍ଜୟ କିଶାନ ତିନସୁକିଆରୁ, ପିସିସି ସଭାପତି ରିପୁନ ବୋରା ଗୋହପୁରରୁ, ଦେବବ୍ରତ ସାଇକିଆ ନାଜିରାରୁ ଓ ପିସିସି ସାଧାରଣ ସମ୍ପାଦକ ବୁପେନ ବୋରା ବିହିପୁରିଆରୁ ନିର୍ବାଚନ ଲଢୁଛନ୍ତି ।



ପ୍ରଚାରର ଶେଷ ଦିନରେ ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର୍‌ କରାଯାଇ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ଭିକ୍ଷା କରାଯାଇଛି ।
Published by:Anand Shankar Thankur Das
First published: