ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»West Bengal: ଶିକ୍ଷା ବିଭାଗ ମୁଖ୍ୟାଳୟ ବାହାରେ ବିଷ ପିଇଲେ ୫ ଜଣ ଶିକ୍ଷୟିତ୍ରୀ; ୨ ଜଣ ଗୁରୁତର

West Bengal: ଶିକ୍ଷା ବିଭାଗ ମୁଖ୍ୟାଳୟ ବାହାରେ ବିଷ ପିଇଲେ ୫ ଜଣ ଶିକ୍ଷୟିତ୍ରୀ; ୨ ଜଣ ଗୁରୁତର

ପଶ୍ଚିମ ବଙ୍ଗର କିଛି ଶିକ୍ଷୟିତ୍ରୀମାନେ ଶିକ୍ଷା ବିଭାଗର ମୁଖ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୋଲିସ ପହଞ୍ଚି ସେମାନଙ୍କୁ ସେଠାରୁ ହଟାଇବାକୁ ଚେଷ୍ଟା କରିଥିବା ବେଳେ ପାଞ୍ଚ ଜଣ ଶିକ୍ଷୟିତ୍ରୀ ବିଷ ବୋତଲ ବାହାର କରି ପୋଲିସ ଆଗରେ ବିଷ ପିଇଥିଲେ।

West Bengal: ଶିକ୍ଷା ବିଭାଗ ମୁଖ୍ୟାଳୟ ବାହାରେ ବିଷ ପିଇଲେ ୫ ଜଣ ଶିକ୍ଷୟିତ୍ରୀ; ୨ ଜଣ ଗୁରୁତର
ଶିକ୍ଷା ବିଭାଗ ମୁଖ୍ୟାଳୟ ବାହାରେ ବିଷ ପିଇଲେ ୫ ଜଣ ଶିକ୍ଷୟିତ୍ରୀ
  • News18 Odia
  • Last Updated: August 25, 2021, 4:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ପଶ୍ଚିମ ବଙ୍ଗର ଶିଶୁ ଶିଖର କେନ୍ଦ୍ରର ଏକ ପ୍ରାଥମିକ ବିଦ୍ୟାଳୟର ପାଞ୍ଚ ଜଣ ଶିକ୍ଷୟିତ୍ରୀ ମଙ୍ଗଳବାର ଶିକ୍ଷା ବିଭାଗ ମୁଖ୍ୟାଳୟ ବାହାରେ ବିଷ ପିଇଥିବା ଅଭିଯୋଗ ହୋଇଛି। ଏହି ସମସ୍ତ ଶିକ୍ଷୟିତ୍ରୀ ଚାକିରି ସମ୍ବନ୍ଧୀୟ ଦାବି ସମ୍ପର୍କରେ ଶିକ୍ଷା ବିଭାଗର ମୁଖ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶିକ୍ଷୟିତ୍ରୀ ବିଷ ପିଇବାର କିଛି ସମୟ ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ସୂଚନାନୁସାରେ, ଶିକ୍ଷକ ଓକିଆ ମଞ୍ଚ (ଶିକ୍ଷକ ଏକତା ମଞ୍ଚ) ବ୍ୟାନର ତଳେ ଏମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଘରଠୁ  ପ୍ରାୟ ୬୦୦ ରୁ ୭୦୦ କିଲୋମିଟର ଦୂରରେ ହୋଇଥିବା ସ୍ଥାନାନ୍ତର ବିରୋଧରେ ଏହି ସମସ୍ତ ଶିକ୍ଷୟିତ୍ରୀ ବିରୋଧ ପ୍ରଦର୍ଶନ କରିଥିଲେ। ଶିକ୍ଷୟିତ୍ରୀଙ୍କୁ ଚୁକ୍ତିରେ ରଖାଯାଇଛି ଓ ବର୍ତ୍ତମାନ ସେମାନଙ୍କୁ ଘର ଠାରୁ ବହୁ ଦୂରରେ ସ୍ଥାନାନ୍ତର କରାଯାଇଛି, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅନେକ ଶିକ୍ଷୟିତ୍ରୀ ।

ଶିକ୍ଷୟିତ୍ରୀମାନେ ଶିକ୍ଷା ବିଭାଗର ମୁଖ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ସେଠାରେ ପୋଲିସ ପହଞ୍ଚି ଶିକ୍ଷୟିତ୍ରୀମାନଙ୍କୁ ସେଠାରୁ ହଟାଇବାକୁ ଚେଷ୍ଟା କରିଥିଲା। ଏହା ପରେ ପାଞ୍ଚ ଜଣ ଶିକ୍ଷୟିତ୍ରୀ ବିଷ ବୋତଲ ବାହାର କରି ପୋଲିସ ଆଗରେ ବିଷ ପିଇଥିଲେ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ତିନିଜଣ ମହିଳା ଘଟଣାସ୍ଥଳରେ ଅଚେତ ହୋଇ ତୁରନ୍ତ ବିଧନଗର ଉପ-ମଣ୍ଡଳ ଡାକ୍ତରଖାନାକୁ ନିଆଯାଇଥିଲେ। ଡାକ୍ତରଖାନାରେ ପ୍ରଥମ ଚିକିତ୍ସା ସମୟରେ ସେମାନଙ୍କ ଅବସ୍ଥା ଖରାପ ହେବା ପରେ ଦୁଇଜଣଙ୍କୁ ଏନ,ଆର,ଏସ. ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟ ଦୁଇଜଣ ଶିକ୍ଷୟିତ୍ରୀଙ୍କୁ ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆତ୍ମହତ୍ୟା ଉଦ୍ୟମ କରିଥିବା ପାଞ୍ଚ ଜଣ ଶିକ୍ଷୟିତ୍ରୀଙ୍କ ସମେତ ସମୁଦାୟ ୧୬ଜଣ, ସ୍ଥାୟୀ ଚାକିରି ଓ ଦରମା ବୃଦ୍ଧି ଭଳି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସଚିବାଳୟ, ନବାନାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଘଟଣାକୁ ତୃଣମୂଳ କଂଗ୍ରେସ ନିନ୍ଦା କରିଛି। ତୃଣମୂଳ କଂଗ୍ରେସ ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ ଶିକ୍ଷା ବିଭାଗ ମୁଖ୍ୟାଳୟ ବାହାରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ। କିଏ ଏହା କରିବାକୁ ପ୍ରେରଣା ଦେଇଛି ଆମେ ତାହା ବିଷୟରେ ଜାଣିବାକୁ ଚେଷ୍ଟା ଚଳାଇଛୁ ।ଯ
Published by: Lipina Das
First published: August 25, 2021, 3:57 PM IST