କରେଣ୍ଟ ଲାଗି ୧୦ କାଉଡ଼ିଆଙ୍କ ମୃତ୍ୟୁ (ପ୍ରତୀକାତ୍ମକ ଛବି) News18 Odia Digital
ରବିବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର କୁଚବିହାର ଠାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ଜଲପେଶକୁ ଯାଉଥିବା କାଉଡ଼ିଆଙ୍କ ମଧ୍ୟରୁ ୧୦ ଜଣ କାଉଡ଼ିଆଙ୍କର ମୃତ୍ୟୁ ହୋଇଛି। ଆହତ ହୋଇଥିବା ୧୯ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କେଉଁ କାରଣରୁ ଭ୍ୟାନଟି ଚାର୍ଜ ହେଲା ସେ ନେଇ କିଛି ସ୍ପଷ୍ଟ ହୋଇନଥିବାବେଳେ ଏଥିରେ ଡିଜେ ସିଷ୍ଟମ ପାଇଁ ଥିବା ଜେନେରେଟରରୁ ଏହି ଚାର୍ଜ ହୋଇଥିବା ସନ୍ଦେହ କରାଯାଉଛି । ଏହି କାରଣରୁ ପିକଅପରେରେ ଥିବା ଯାତ୍ରୀମାନଙ୍କୁ କରେଣ୍ଟ ଲାଗିଥିଲା। ଦୁର୍ଘଟଣା ପରେ ପିକଅପ୍ ଡ୍ରାଇଭର ଗାଡ଼ି ଛାଡ଼ି ପଳାଇଯାଇଛି।
ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ପିକଅପ୍ ଭ୍ୟାନରେ ପ୍ରାୟ ୩୦ ଜଣ ଲୋକ ଥିଲେ। ସେଥିମଧ୍ୟରୁ ୧୯ ଜଣଙ୍କୁ ଜାଲପାଇଗୁଡ଼ି ଡାକ୍ତରଖାନାକୁ ପଠାଯାଇଛି। ଗାଡ଼ିରେ ଥିବା ଡିଜେ ସିଷ୍ଟମର ଜେନେରେଟର ତାର ସଂଯୋଗ ହେତୁ କକରେଣ୍ଟ ଚାର୍ଜ ଯୋଗୁଁ ଏପରି ଘଟିଥାଇପାରେ ବୋଲି ପୋଲିସ କହିଛି।
ମଧ୍ୟରାତ୍ରରେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିର ପଛପଟେ ଜେନେରେଟର ଥିଲା। ପୋଲିସ କହିଛି ଯେ ସମସ୍ତ ଯାତ୍ରୀ ସୀତାଲାକୁଚି ପୋଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା। ଏହି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି।
ଏଏସପି ବର୍ମା କହିଛନ୍ତି ଯେ ଗାଡି ଜବତ କରାଯାଇଛି, କିନ୍ତୁ ଡ୍ରାଇଭର ପଳାଇ ଯାଇଛନ୍ତି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି।
Published by: Soumya Das
First published: August 01, 2022, 08:07 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।