News 18 Odia Digital
ନୂଆଦିଲ୍ଲୀ; ପ୍ରେମ ଛୋଟ ବଡ଼ ଦେଖେ ନାହିଁ, ପ୍ରେମରେ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏହି କଥା ଖାଲି ବହି ଭିତରେ ରହିନାହିଁ। ବରଂ ବାସ୍ତବ ଜୀବନରେ ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ସେମାନଙ୍କ ଠାରୁ ଦୁଇଗୁଣରୁ ଅଧିକ ବୟସର ବ୍ୟକ୍ତିଙ୍କୁ ନିଜ ହୃଦୟ ଦେଇ ବସନ୍ତି । ସେମିତି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ତାଙ୍କ ନିଜ ଝିଅଠାରୁ ସାନ ଝିଅକୁ ଭଲ ପାଉଛନ୍ତି । ଏହିପରି ଏକ ପ୍ରେମ କାହାଣୀ ହେଉଛି ଆଶ୍ରାଫ ଓ ଅମ୍ବରଙ୍କର, ଯାହା ଭାଇରାଲ ହୋଇଛି । ସେମାନଙ୍କ ବୟସର ବ୍ୟବଧାନ ୪୦ ବର୍ଷ ରହିଛି ।
୬୦ ବର୍ଷୀୟ ଆଶ୍ରାଫ ଓ ୨୦ ବର୍ଷୀୟ ଅମ୍ବର ପରସ୍ପରକୁ ଭଲ ପାଉଥିଲେ ଓ ପରିବାରର ବିରୋଧ ସତ୍ତ୍ୱେ ଦୁହେଁ ଏକାଠି ରହିବାକୁ ଓ ମରିବାକୁ ଶପଥ ନେଇଥିଲେ, ଦୁହେଁ ବିବାହ ବି କରିନେଲେ । ବାସ୍ତବରେ, ଯେଉଁ ଦୋକାନରେ ୨୦ ବର୍ଷ ବୟସ୍କା ଅମ୍ବର ସର୍ବଦା ଲିପଷ୍ଟିକ୍, ଅତର ଓ ପାଉଡର କିଣିବାକୁ ଯାଉଥିଲେ । ସେହି ପ୍ରଡକ୍ଟର କ୍ୱାଲିଟି ଦ୍ୱାରା ସେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ଦୋକାନୀଙ୍କୁ ହୃଦୟ ଦେଇ ବସିଲେ ।
ଏହା ଏକ ଅଦ୍ଭୁତ ପ୍ରେମ କାହାଣୀ । ଅମ୍ବର ଓ ଆଶ୍ରାଫ ସେମାନଙ୍କ ମଧ୍ୟରେ ବୟସ ବ୍ୟବଧାନକୁ ନେଇ ସମାଜ କିମ୍ବା ପରିବାର ସେମାନଙ୍କ ବିଷୟରେ କ’ଣ ଭାବନ୍ତି କିମ୍ବା କୁହନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଏହି କାରଣ ହେଉଛି ଯେ ଉଭୟ ସବୁ ବାଧାବିଘ୍ନ ପରେ ମଧ୍ୟ ପରସ୍ପରର ହାତ ଛାଡି ନଥିଲେ ।ବିବାହ କରି ନେଇଥିଲେ । ଉଭୟଙ୍କ ପ୍ରେମ କାହାଣୀ ପ୍ରସାଧନ ଦୋକାନରୁ ଆରମ୍ଭ ହୋଇଥିଲା । ଆଶ୍ରାଫ ଏକ ପ୍ରସାଧନ ଦୋକାନ ଚଳାନ୍ତି ଯେଉଁଠାରେ ଅମ୍ବର ପ୍ରାୟତଃ ଲିପଷ୍ଟିକ୍, କାଜଲ ଭଳି ଜିନିଷ କିଣିବାକୁ ଯାଆନ୍ତି ।
ଅନ୍ୟ ସମସ୍ତ ଦୋକାନ ଅପେକ୍ଷା ଏହିଠାରେ କ୍ୱାଲିଟି ବହୁତ ଭଲ ଥିଲା । ତେଣୁ ସେ ଏହି ଦୋକାନକୁ ବାରମ୍ବାର ଆସିବା ଆରମ୍ଭ କରିଥିଲେ। ଏହି ସମୟରେ ଅମ୍ବର ଆଶ୍ରାଫଙ୍କ ଆଚରଣକୁ ପସନ୍ଦ କରିଥିଲେ ଓ ତାଙ୍କୁ ଭଲ ପାଇ ବସିଲେ । ଅମ୍ବର ପ୍ରଥମେ ପ୍ରସ୍ତାବ ଦେଇଥିଲେ । ଯାହା ପରେ ୬୦ ବର୍ଷର ଆଶ୍ରାଫଙ୍କ ହୃଦୟରେ ମଧ୍ୟ ପ୍ରେମ ଘଣ୍ଟି ବାଜିଥିଲା । ତେବେ ପରିବାର ଏହି ସମ୍ପର୍କକୁ ଦୃଢ଼ ବିରୋଧ କରିଥିଲେ । କିନ୍ତୁ ଏହି ଦୁଇଜଣ କାହା କଥା ଶୁଣି ନଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।