Weight Loss: ଅଧିକ ଜିମ୍ କରିବା ବିପଜ୍ଜନକ କି? ଜାଣନ୍ତୁ କେତେ ସମୟ କରିବେ ୱାର୍କଆଉଟ୍

High Intensity Exercise: ଆଜିକାଲି ଲୋକ ଫିଟ୍ ରହିବା ପାଇଁ ହାଇ ଇଣ୍ଟେସିଟି ୱାର୍କଆଉଟ କରୁଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଅଧିକ ୱାର୍କଆଉଟ୍ କରିବା ଆପଣଙ୍କ ହାର୍ଟ ଆଟାକ୍ ଓ ବ୍ରେନ ହାମରେଜ୍ ହେବାର ଆଶଙ୍କା ବଢ଼ାଇଥାଏ।

ଅଧିକ ଜିମ୍ କରିବା ବିପଜ୍ଜନକ କି? ଜାଣନ୍ତୁ

ଅଧିକ ଜିମ୍ କରିବା ବିପଜ୍ଜନକ କି? ଜାଣନ୍ତୁ

  • Share this:
News18 Odia Digital

Side Effects Of Over Exercise: ଗତ କିଛି ବର୍ଷ ମଧ୍ୟରେ, ଲୋକଙ୍କ ମଧ୍ୟରେ ଫିଟନେସ୍ ପାଇଁ କ୍ରେଜ୍ ବହୁତ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଲୋକ ଜିମରେ ଘଣ୍ଟା ଘଣ୍ଟା ୱାର୍କଆଉଟ୍ କରୁଛନ୍ତି। ଫିଟ୍ ରହିବା ଓ ଏହା ପାଇଁ ବ୍ୟାୟାମ କରିବା ଏକ ଭଲ କଥା, କିନ୍ତୁ କିଛି ଲୋକଙ୍କ ପାଇଁ ୱାର୍କଆଉଟ୍ ପାଗଳାମୀ ସାଜିଛି। ଘଣ୍ଟା ଘଣ୍ଟା କଠିନ ବ୍ୟାୟାମ କରୁଛନ୍ତି ଅନେକ ଲୋକ।

ଫିଟନେସ୍ ପାଇଁ, ନିଜ ଶରୀରର ପ୍ରକାର ନଜାଣି, ଅନେକ ଲୋକ ହାଇ ଇଣ୍ଟେସିଟି ୱାର୍କଆଉଟ କରୁଛନ୍ତି। ଯାହା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଘଣ୍ଟା ଘଣ୍ଟା ଧରି ବ୍ୟାୟାମ କରିବା ଦ୍ୱାରା ବ୍ରେନ ହାମରେଜ୍ ଓ ହାର୍ଟ ଆଟାକ୍ ସମ୍ବନ୍ଧୀୟ ସମସ୍ୟାର ଆଶଙ୍କା ବଢ଼ିଯାଏ। ଆପଣ ଦିନରେ କେତେ ବ୍ୟାୟାମ କରିବା ଉଚିତ୍ ଆସନ୍ତୁ ଜାଣନ୍ତୁ...

ଦିନ ହାର୍ଡକୋର ବ୍ୟାୟାମ କରିବା ଉଚିତ୍ କି?

ଡାକ୍ତରମାନେ କହିଛନ୍ତି ଯେ ସାଧାରଣ ଲୋକ ହାଇ ଇଣ୍ଟେସିଟି ୱାର୍କଆଉଟ କରିବା ଠାରୁ ଦୂରେଇ ରହିବା ଉଚିତ୍। ଫିଟ୍ ରଖିବା ପାଇଁ ଆପଣ କେବଳ ୨୦ ରୁ ୨୫ ମିନିଟ୍ ବ୍ୟାୟାମ କରିବା ଉଚିତ୍। ଆପଣ ଦିନସାରା ହାଲୁକା ବ୍ୟାୟାମ କରିବା ଉଚିତ୍। କେବଳ ଆଥଲେଟିକମାନେ ହାଇ ଇଣ୍ଟେସିଟି ୱାର୍କଆଉଟ କରିବା ଉଚିତ୍।

କେତେ ବ୍ୟାୟାମ ଆବଶ୍ୟକ

ବ୍ୟାୟାମ କରିବା ଆବଶ୍ୟକ, କିନ୍ତୁ ଶରୀର ଉପରେ ଯେତିକି ଚାପ ପଡ଼ିବା ଦରଦାର ତେବେ ସେତିକି ୱାର୍କଆଉଟ୍ କଲେ ଶରୀରର ପାଇଁ ଭଲ। ସପ୍ତାହରେ ମାତ୍ର ୫ ଦିନ ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ପାଇଁ ଲାଭ ହେବ। ଫିଟନେସ୍ ପାଇଁ ଅଧ ଘଣ୍ଟା ପାଇଁ ବ୍ୟାୟାମ କରିବା ଆପଣଙ୍କ ପାଇଁ ଯଥେଷ୍ଟ। କାରଣ ଏଭଳି ଜୀବନଶୈଳୀ ଷ୍ଟ୍ରୋକ୍, ମଧୁମେହ, ଡିପ୍ରେସନ୍ ଓ ଉଚ୍ଚ ରକ୍ତଚାପ ଭଳି ରୋଗର ଆଶଙ୍କା ହ୍ରାସ କରିପିବେ।

ଅତ୍ୟଧିକ ବ୍ୟାୟାମ କରିବାର ବିପଦ

ଅନେକ ଗବେଷଣାରେ ଏହା ପ୍ରକାଶ ପାଇଛି ଯେ ହାଇ ଇଣ୍ଟେସିଟି ୱାର୍କଆଉଟ ହଠାତ୍ ହୃଦସ୍ପନ୍ଦନକୁ ବନ୍ଦ କରିପାରେ। ବେଳେବେଳେ ଅତ୍ୟଧିକ ବ୍ୟାୟାମ କରିବା ଦ୍ୱାରା ମସ୍ତିଷ୍କରେ ରକ୍ତସ୍ରାବ ମଧ୍ୟ ହୁଏ। ବେଳେବେଳେ ଅତ୍ୟଧିକ ବ୍ୟାୟାମ କରିବା ଦ୍ୱାରା ହୃଦ୍‌ଘାତ (SCA) ଓ ବ୍ରେନ ହାମରେଜ୍ ହେବାର ଆଶଙ୍କା ବଢ଼ିଥାଏ।

(Disclaimer: ନ୍ୟୁଜ୧୮ ଓଡ଼ିଆ ଏହି ପ୍ରବନ୍ଧରେ ଉଲ୍ଲେଖ କରାଯାଇଥିବା ପଦ୍ଧତି, ଦାବିକୁ ନିଶ୍ଚିତ କରେ ନାହିଁ। ଏଗୁଡିକ କେବଳ ପରାମର୍ଶ ଭାବରେ ନିଅନ୍ତୁ। ଏହିପରି କୌଣସି ଚିକିତ୍ସା / ଔଷଧ / ଡାଏଟ୍ ଅନୁସରଣ କରିବା ପୂର୍ବରୁ ଦୟାକରି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।)
Published by:Lipina Das
First published: