ଯୌତୁକ ମିଳିଥିବା ଗାଡ଼ିରେ ଟେଷ୍ଟ ଡ୍ରାଇଭ କରୁଥିଲେ ଯୁବକ
- News18 Odia
- Last Updated :
- Other, India
News18 Odia Digital
ଇଟାବା: ଉତ୍ତରପ୍ରଦେଶର ଇଟାବାଠାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଜଣେ ଯୁବକଙ୍କ ଗାଡି ଧକ୍କାରେ ଜଣଙ୍କ ଜୀବନ ଯାଇଛି। ଅନ୍ୟ ୪ଜଣ ଗୁରୁତର ଆହାତ ହୋଇଛନ୍ତି। ମୃତକ ଜଣଙ୍କ ହେଉଛନ୍ତି ଯୁବକଙ୍କ ୩୫ବର୍ଷୀୟ ଖୁଡି । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତମାନଙ୍କ ମଧ୍ୟରେ ୧୦ବର୍ଷୀୟା ଝିଅ ସାମିଲ ଅଛି।
ଆକବରପୁର ଗାଁର ୨୪ ବର୍ଷ ବୟସ୍କ ପିସି ଯବାନ ଅରୁଣ କୁମାରଙ୍କ ବିବାହ ଉତ୍ସବରେ ଏହି ଘଟଣା ଘଟିଛି। ଯୌତୁକରେ ଅରୁଣଙ୍କୁ କନ୍ୟା ଘର ଏକ ଗାଡ଼ି ଦେଇଥିଲେ। ଅରୁଣ ନୂଆ କାର୍ ଡ୍ରାଇଭ୍ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ସେ କିପରି ଡ୍ରାଇଭ୍ କରିବେ ଜାଣି ନଥିଲେ। ସେ କାର ଆରମ୍ଭ କରି ଅଳ୍ପ ବାଟ ଗାଡି ଚଳାଇବାରେ ସକ୍ଷମ ହୋଇଥିଲେ।
ଏହି ସମୟରେ ସେ ବ୍ରେକ୍ ଲଗାଇବା ପରିବର୍ତ୍ତେ ଗିଅର ଦବାଇବାରୁ କାର୍ ପାଖରେ ଠିଆ ହୋଇଥିବା ସମ୍ପର୍କୀୟଙ୍କ ସହ ଗାଡି ତଳକୁ ଆସି ଯାଇଥିଲା। ଏକଦିଲ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ରଣବିଜୟ ସିଂ କହିଛନ୍ତି, “ଆମେ ଅଭିଯୁକ୍ତକୁ ଗିରଫ କରିଛୁ। ଅଭିଯୋଗ ଗ୍ରହଣ କରିବା ପରେ, ଆମେ ଅସାବଧାନତା ଡ୍ରାଇଭିଂ ଓ ଅନ୍ୟାନ୍ୟ ଅପରାଧରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବୁ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।