ଭାରତ ସହିତ ବାଣିଜ୍ୟ କାରବାର କରିବୁ କିନ୍ତୁ... ଏହି ସର୍ତ୍ତ ବିଷୟରେ କହିଲେ ଋଷି ସୁନାକ

ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ କହିଛନ୍ତି, ସେ ଭାରତ ସହିତ ବାଣିଜ୍ୟ ଚୁକ୍ତି କରିବାକୁ ପ୍ରତିଶ୍ରୁତିବଦ୍ଧ କିନ୍ତୁ ଏଥିପାଇଁ ସେ କିଛି ସମୟ ଚାହୁଁଛନ୍ତି, ଯାହା ଦ୍ୱାରା ଏହି ଚୁକ୍ତି ଠିକ୍ ଭାବେ ହୋଇପାରିବ ।

ଭାରତ ସହିତ ବାଣିଜ୍ୟ କାରବାର କରିବୁ କିନ୍ତୁ... ଏହି ସର୍ତ୍ତ ବିଷୟରେ କହିଲେ ଋଷି ସୁନାକ

ଭାରତ ସହିତ ବାଣିଜ୍ୟ କାରବାର କରିବୁ କିନ୍ତୁ... ଏହି ସର୍ତ୍ତ ବିଷୟରେ କହିଲେ ଋଷି ସୁନାକ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଏକ ପୃଥକ ସାମ୍ବାଦିକ ସମ୍ମିଳନୀ କରି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ କହିଛନ୍ତି, ସେ ଭାରତ ସହିତ ବାଣିଜ୍ୟ ଚୁକ୍ତି କରିବାକୁ ପ୍ରତିଶ୍ରୁତିବଦ୍ଧ କିନ୍ତୁ ଏଥିପାଇଁ ସେ କିଛି ସମୟ ଚାହୁଁଛନ୍ତି, ଯାହା ଦ୍ବାରା ଏହି ଚୁକ୍ତି ଠିକ୍ ଭାବେ ହୋଇପାରିବ । ଋଷି ସୁନାକ କହିଛନ୍ତି ଯେ ତାଙ୍କର କେବଳ ଗୋଟିଏ ଦୃଷ୍ଟିକୋଣ ରହିଛି କି ଶୀଘ୍ର କରିବା ଆଳରେ ଗୁଣବତ୍ତାରେ କମି କରାଯାଇପାରିବ ନାହିଁ ।
ଉଲ୍ଲେଖନୀୟ କଥା ହେଉଛି, ଭାରତ ଓ ବ୍ରିଟେନ ଜାନୁଆରୀରେ ମୁକ୍ତ ବାଣିଜ୍ୟ କାରବାର ଉପରେ ଆଲୋଚନା କରିଥିଲେ, ଯାହା ଚଳିତ ବର୍ଷ ଦୀପାବଳିରୁ କାର୍ଯ୍ୟକାରୀ ହେବାର ଥିଲା । ସେତେବେଳେ ବୋରିସ୍ ଜନସନ ବ୍ରିଟେନର ମଙ୍ଗ ଧରିଥିଲେ । କିନ୍ତୁ ବ୍ରିଟେନରେ ଦୁର୍ନୀତି ଓ ରାଜନୈତିକ ଅସ୍ଥିରତା ଅଭିଯୋଗ ବୃଦ୍ଧି ପାଇବା ପରେ ସେ ଇସ୍ତଫା ଦେଇଛନ୍ତି । ଯାହା ପରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ଏହି ଚୁକ୍ତି ଅଟକି ରହିଗଲା ।

ବୋରିସ୍ ଜନସନଙ୍କ ପରେ ଲିଜ୍ ଟ୍ରସ୍ ମଧ୍ୟ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ । ଗ୍ରହଣ କରିଥିଲେ, କିନ୍ତୁ ତାଙ୍କର କାର୍ଯ୍ୟକାଳ ବହୁତ କମ୍ ଦିନ ଥିଲା। ସେ କେବଳ ୪୫ ଦିନ ବ୍ରିଟେନର ପ୍ରଧାନମନ୍ତ୍ରୀ ରହି ପାରିଥିଲେ । ବର୍ତ୍ତମାନ ଋଷି ସୁନାକ ବ୍ରିଟେନ ସରକାରଙ୍କ ଦାୟିତ୍ୱ ଗ୍ରହଣ କରିସାରିଥିବାରୁ ବାଣିଜ୍ୟ ଚୁକ୍ତି କାର୍ଯ୍ୟକାରୀ ହେବାର ଆଶା ପୁଣି ଉଜିବିତ ହୋଇଛି ।

ଯେହେତୁ ଋଷି ସୁନାକ କହିଛନ୍ତି ସମୟ ଚାହାଁନ୍ତି, ତେଣୁ ଏହି ଚୁକ୍ତି ଶୀଘ୍ର କାର୍ଯ୍ୟକାରୀ ହେବାର ସମ୍ଭାବନା ଦୃଶ୍ୟମାନ ହେଉନାହିଁ । ଅନ୍ୟପକ୍ଷରେ ଆମେରିକା ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ସଂପର୍କରେ ଋଷି ସୁନାକ କହିଛନ୍ତି, ସେ ଆଶା କରନ୍ତି ଯେ ବ୍ରିଟେନ୍ ଓ ଆମେରିକା ସେମାନଙ୍କର ଆର୍ଥିକ ସମ୍ପର୍କକୁ ଆହୁରି ଗଭୀର କରିପାରିବେ । କିନ୍ତୁ ସେ ସ୍ପଷ୍ଟ କରିଛନ୍ତି ଯେ ଜି -୨୦ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ତାଙ୍କର ଏହି ବିଷୟରେ କୌଣସି ପୃଥକ ଆଲୋଚନା ହୋଇ ନାହିଁ।

ବ୍ରିଟେନ ଭାରତୀୟଙ୍କ ଅଧିକାର ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି

ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଋଷି ସୁନାକଙ୍କ ପ୍ରଥମ ବୈଠକ ପରେ ବ୍ରିଟେନ ସରକାର ଭାରତୀୟଙ୍କ ସପକ୍ଷରେ ଏକ ବଡ ପଦକ୍ଷେପ ନେଇଛନ୍ତି । ବାସ୍ତବରେ, ବ୍ରିଟେନ ସରକାର ୧୮ ରୁ ୩୦ ବର୍ଷ ମଧ୍ୟରେ ଯୁବକମାନଙ୍କ ପାଇଁ ପ୍ରତିବର୍ଷ ତିନି ହଜାର ଭିସା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏହି ଭିସା ସେହି ଯୁବକମାନଙ୍କ ପାଇଁ, ଯେଉଁମାନେ ବ୍ରିଟେନ ଯାଇ ନିଜର କ୍ୟାରିୟର ପ୍ରତିଷ୍ଠା କରିପାରିବେ । ତେବେ ତାଙ୍କ କ୍ୟାରିୟର ଗଢ଼ିବା ପାଇଁ ତାଙ୍କୁ ମାତ୍ର ଦୁଇ ବର୍ଷ ସମୟ ମିଳିବ ।
Published by:Soubhagya Mishra
First published: