ଆମେ ସରକାରକୁ ଆସିଲେ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର ଯୋଗାଇ ଦବୁ; ରାହୁଲ ଗାନ୍ଧି

ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧି ଆଜି ଗୁଜୁରାଟ ଗସ୍ତରେ ଯାଇଛନ୍ତି । ସେଠାରେ ଆୟୋଜିତ ପରିବର୍ତ୍ତନ ସଂକଳ୍ପ ସଭାକୁ ସମ୍ଭୋଧିତ କରି ରାହୁଲ ଗାନ୍ଧି ଅନେକ ପ୍ରତିଶ୍ରୁତି ଦେଇଛନ୍ତି ।

ଆମେ ସରକାରକୁ ଆସିଲେ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର ଯୋଗାଇ ଦବୁ; ରାହୁଲ ଗାନ୍ଧି

ଆମେ ସରକାରକୁ ଆସିଲେ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର ଯୋଗାଇ ଦବୁ; ରାହୁଲ ଗାନ୍ଧି

  • News18 Odia
  • Last Updated :
  • Share this:
News 18 Odia Digital

ଗୁଜୁରାଟ : ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜାତୀୟ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଗୁଜୁରାଟ ଗସ୍ତରେ ଯାଇଛନ୍ତି । ସେଠାରେ ଆୟେଜିତ ପରିବର୍ତ୍ତନ ସଂକଳ୍ପ ସଭାକୁ ସମ୍ଭୋଧିତ କରି ଆଗାମୀ ନିର୍ବାଚନ ପାଇଁ ଅନେକ ପ୍ରତିଶ୍ରୁତି ଦେଇଛନ୍ତି ଓ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ ଯଦି କଂଗ୍ରେସ ଗୁଜୁରାଟରେ ସରକାରକୁ ଆସେ ତେବେ ସମସ୍ତ ଗ୍ରାହକଙ୍କୁ ୫୦୦ ଟଙ୍କାରେ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ ।

କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ସାବରମତୀ ନଦୀ କୂଳରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିଛନ୍ତି । ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି ଯେ ଗୁଜରାଟ ଡ୍ରଗ୍ସ କେନ୍ଦ୍ରରେ ପରିଣତ ହୋଇଛି । ସମସ୍ତ ଡ୍ରଗ୍ସ ମୁଣ୍ଡ୍ରା ବନ୍ଦରରୁ ବାହାରୁଛି ।

ସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଅନେକ ନିର୍ବାଚନ ପାଇଁ ପ୍ରତିଶୃତି ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ଗୁଜୁରାଟରେ ଆମେ ସରକାରକୁ ଆସିଲେ ଚାଷୀଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇଦବୁ ଏବଂ ସାଧାରଣ ଗ୍ରାହକଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ମଧ୍ୟ ଦିଆଯିବ । ସେ କହିଛନ୍ତି ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ କରାଯିବ ।

ଡ୍ରଗ୍ସ ମାମଲାରେ କାହିଁକି କୌଣସି ପଦକ୍ଷେପ ନିଆଯାଉ ନାହିଁ - ରାହୁଲ

ଗୁଜୁରାଟରୁ କ୍ରମାଗତ ଭାବେ ବାହାରୁଥିବା ଡ୍ରଗ୍ସ ମାମଲା ସମ୍ପର୍କରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାର କାହିଁକି କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧି । ଗୁଜୁରାଟର ଯୁବକଙ୍କ ଭବିଷ୍ୟତକୁ ନଷ୍ଟ କରୁଛନ୍ତି । ମୁଣ୍ଡ୍ରା ବନ୍ଦରରେ ପ୍ରତି ୨-୩ ମାସରେ ଡ୍ରଗ୍ସ ମିଳୁଛି ।
Published by:Sujit Swain
First published: