ଆମେ ଆମର ସୀମା ଭୁଲି ଯାଇଥିଲୁ; ଗ୍ରାଜୁଏଟ ଚା' ବାଲି କାନ୍ଦି କାନ୍ଦି କାହିଁକି କହିଲେ ଏହି କଥା ?

ଏ ହେଉଛି ବିହାର, ଏଠାରେ ଝିଅ ମାନେ କେବଳ ଚୁଲି ନିକଟରେ ସୀମିତ, ରହିବା ମଧ୍ୟ ଉଚିତ । ଏଠାରେ ଝିଅମାନଙ୍କୁ ଆଗକୁ ବଢିବାର କୌଣସି ଅଧିକାର ନାହିଁ, କାନ୍ଦି କାନ୍ଦି କହିଲେ ପ୍ରିୟଙ୍କା ।

ଆମେ ଆମର ସୀମା ଭୁଲି ଯାଇଥିଲୁ; ଗ୍ରାଜୁଏଟ ଚା' ବାଲି କାନ୍ଦି କାନ୍ଦି କାହିଁକି କହିଲେ ଏହି କଥା ?

ଆମେ ଆମର ସୀମା ଭୁଲି ଯାଇଥିଲୁ; ଗ୍ରାଜୁଏଟ ଚା' ବାଲି କାନ୍ଦି କାନ୍ଦି କାହିଁକି କହିଲେ ଏହି କଥା ?

  • News18 Odia
  • Last Updated :
  • Bihar, India
  • Share this:
News 18 Odia Digital

ପାଟନା; କିଛି ମାସ ପୂର୍ବେ ପ୍ରିୟଙ୍କା ଗୁପ୍ତା ବିହାରର ରାଜଧାନୀ ପାଟନାସ୍ଥିତ ମହିଳା ମହାବିଦ୍ୟାଳୟ ନିକଟରେ ଗ୍ରାଜୁଏଟ୍ ଚା' ବାଲି ନାମରେ ନିଜର ଛୋଟ ଚା-ଷ୍ଟଲ୍ ସ୍ଥାପନ କରିଥିଲେ । ଏହା ମଧ୍ୟ ବହୁତ ପ୍ରସିଦ୍ଧ ହେଲା । ଏବେ ପ୍ରିୟଙ୍କାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ୍ ଭିଡିଓରେ ପ୍ରିୟଙ୍କା କାନ୍ଦୁଛନ୍ତି ଓ କହୁଛନ୍ତି ଯେ, ଆପଣ ସମସ୍ତେ ମୋତେ ଜାଣିଥିବେ, ଗ୍ରାଜୁଏଟ ଚା' ବାଲି, ସୋ କଲ୍ଡ ଗ୍ରାଜୁଏଟ୍ ଚା' ବାଲି କୁହାଯାଏ । ଆମେ ଆମର ସୀମା ଭୁଲି ଯାଇଥିଲୁ, ମୁଁ ଭାବିଲି ବିହାରରେ ଆମେ କିଛି ଅଲଗା କରୁଛୁ, ବର୍ତ୍ତମାନ ଆପଣ ତ ଆମକୁ ସମର୍ଥନ କରୁଛ, କିନ୍ତୁ ଆମେ ଆମର ସୀମା ଭୁଲି ଯାଇଛୁ । ଏହା ହେଉଛି ବିହାର, ଏଠାରେ ଝିଅ ମାନଙ୍କର ସ୍ଥିତି କେବଳ ଚୁଲି ନିକଟରେ ସୀମିତ, ରହିବା ମଧ୍ୟ ଉଚିତ । ଏଠାରେ ଝିଅମାନଙ୍କୁ ଆଗକୁ ବଢିବାର କୌଣସି ଅଧିକାର ନାହିଁ ।

ପୁରା ଘଟଣାଟି କ’ଣ?

ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା ଗୁପ୍ତା ରୋଡରେ ଯେଉଁଠାରେ ଚା ’ଷ୍ଟଲ୍ ଲଗାଉଥିଲେ ହଠାତ୍ ସେହି ସ୍ଥାନରୁ ତାଙ୍କର ଠେଲା କୁଆଡେ ଗାୟବ ହୋଇଗଲା । ବର୍ତ୍ତମାନ ସେଠାରେ କେବଳ ଦୁଇଟି ଡଷ୍ଟବିନ୍ ଅଛି ଯେଉଁଥିରେ ଚା କପ୍ ଓ ଅଳିଆ ଆବର୍ଜନା ରଖାଯାଏ । ଭିଡିଓରେ ପ୍ରିୟଙ୍କା ପାଟନା ମ୍ୟୁନିସିପାଲ କର୍ପୋରେସନ ଉପରେ କଠୋର ଅଭିଯୋଗ ଲଗାଇଛନ୍ତି । ଭାଇରାଲ୍ ଭିଡିଓରେ ପ୍ରିୟଙ୍କା କହିଛନ୍ତି ଯେ 'ଯେତେବେଳେ ମତେ ମ୍ୟୁନିସିପାଲିଟି କମିଶନର ସାରଙ୍କ ଠାରୁ ମୋର ଷ୍ଟଲ ଏଠାରେ କିଛି ଦିନ ସେଟ୍ ଅପ୍ କରିବାକୁ ଅନୁମତି ମିଳିଛି, ତେବେ ମୋର ଷ୍ଟଲ୍ ବାରମ୍ବାର କାହିଁକି ଉଠାଇ ନିଆଯାଉଛି? ପ୍ରିୟଙ୍କା କହିଛନ୍ତି ଯେ ସେ ନିଜ ଦୋକାନ ସବୁଦିନ ପାଇଁ ବନ୍ଦ କରିବାକୁ ଯାଉଛନ୍ତି ।

ପୂର୍ବରୁ ମଧ୍ୟ ନିଆଯାଇଥିଲା କାର୍ଯ୍ୟାନୁଷ୍ଠାନ

ପୁର୍ନିଆର ପ୍ରିୟଙ୍କା ଗୁପ୍ତା କିଛି ମାସ ପୂର୍ବେ ବିହାରର ରାଜଧାନୀ ପାଟନାର ବିଏମସି କଲେଜ ନିକଟରେ ଗ୍ରାଜୁଏଟ୍ ଚା' ବାଲି ନାମକ ଏକ ଛୋଟ ଟି-ଷ୍ଟଲ୍ ସ୍ଥାପନ କରିଥିଲେ ଯାହା ଅତ୍ୟନ୍ତ ପ୍ରସିଦ୍ଧ ହୋଇଥିଲା । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ, ପ୍ରିୟଙ୍କା ଅର୍ଥନୀତିରେ ଗ୍ରାଜୁଏଟ କରିଛନ୍ତି । ଏହା ପରେ ସେ ଜିଡି ମହିଳା କଲେଜ ସମ୍ମୁଖରେ ନିଜର ଷ୍ଟଲ୍ ସ୍ଥାପନ କରିବା ଆରମ୍ଭ କଲେ । ଦେଖୁ ଦେଖୁ କିଛି ସମୟ ମଧ୍ୟରେ ସେ ଗ୍ରାଜୁଏଟ ଚା' ବାଲି ନାମରେ ସାରା ଭାରତରେ ପ୍ରସିଦ୍ଧ ହୋଇପାରିଛନ୍ତି । ଏହା ପରେ ମ୍ୟୁନିସିପାଲିଟି କର୍ପୋରେସନ ନିୟମ ଉଲଙ୍ଘନ ମାମଲା କରି ତାଙ୍କ ଟି-ଷ୍ଟଲକୁ ହଟାଇ ଦେଇଥିଲା । ଏହା ପରେ ସେ ପୂର୍ବତନ ସିଏମ ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ ନିବେଦନ କରିଥିଲେ ।
Published by:Soubhagya Mishra
First published: