News 18 Odia Digital
ନୂଆଦିଲ୍ଲୀ : ଶନିବାର ଦିନ ଜାମ୍ମୁ କାଶ୍ମୀର ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ବାସଭବନରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଵୈଠକ ପରେ ଫାରୁକ୍ ଅବଦୁଲ୍ଲା କହିଛନ୍ତି, "ଆମେ ଚାହୁଁ ନାହୁଁ ଯେ ବାହାର ଲୋକ ଜାମ୍ମୁ କାଶ୍ମୀରରେ ଭୋଟିଂ ଅଧିକାର ପାଆନ୍ତୁ ବୋଲି ।"
ଵୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଅବଦୁଲ୍ଲା କହିଛନ୍ତି ଆଜି ସମସ୍ତ ରାଜନୈତିକ ଦଳର ନେତା ଉପସ୍ଥିତ ଥିଲେ । ଜାମ୍ମୁ କାଶ୍ମୀରରେ ବାହାର ଲୋକ ଭୋଟ୍ ଅଧିକାର ପାଇବାକୁ ଆମେ ଚାହୁଁନାହୁଁ ।
ପିଏମ ମୋଦିଙ୍କୁ ମଧ୍ୟ ଟାର୍ଗେଟ କରି କହିଛନ୍ତି ଜାମ୍ମୁ କାଶ୍ମୀରର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଦେଇଥିବା ଆଶ୍ୱାସନାକୁ ଆମେ ଗ୍ରହଣ କରୁନାହୁଁ । ସେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଚାପ ପକାଇ କହିଛନ୍ତି ପ୍ରଧାନମନ୍ତ୍ରୀ କହିଥିଲେ ଯେ 'ଦିଲ୍ଲୀ ର ଦୂରତା' ଏବଂ 'ଦିଲ୍ କି ଦୂରତା' ହ୍ରାସ କରିବେ ବୋଲି କିନ୍ତୁ ଏପର୍ଯ୍ୟନ୍ତ କିଛି କଲେ ନାହିଁ ।
ସଂଶୋଧିତ ନିର୍ବାଚନ ତାଲିକାରେ ଭୋଟର ଯୋଡିବା ଉପରେ ୟୁନିଅନ ଟେରିଟୋରି ସିଇଓ ହ୍ରିଦେଶ କୁମାରଙ୍କ ମନ୍ତବ୍ୟ ପରେ ଫାରୁକ ଅବଦୁଲ୍ଲାଙ୍କ ଦ୍ୱାରା ସର୍ବଦଳୀୟ ଵୈଠକ ଡକାଯାଇଥିଲା । ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତୀ,ପିପୁଲ୍ସ ଆଲିଆନ୍ସ ଫର ଗୁପକାର ଡିକ୍ଲାରେସନର ମୁଖପାତ୍ର ୟୁଶୁଫ ତରିଗାମୀ, ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଓ ଅନ୍ୟମାନେ ଏହି ଵୈଠକରେ ଯୋଗ ଦେଇଥିଲେ।
ଅନିଲ ବିଜୟ ଏହି ବୈଠକକୁ କଟାକ୍ଷ କରିଛନ୍ତି ।ଜାମ୍ମୁରେ ନ୍ୟାସନାଲ କନଫରେନ୍ସର ଫାରୁକ୍ ଅବଦୁଲ୍ଲା ଡାକିଥିବା ସର୍ବଦଳୀୟ ବୈଠକକୁ ନେଇ ହରିୟାଣାର ଗୃହମନ୍ତ୍ରୀ ଅନିଲ ବିଜୟ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଏମାନେ ବିସ୍ଫୋରଣ ହୋଇଥିବା ବୋମା, ସେମାନଙ୍କର କୌଣସି ଶକ୍ତି ନାହିଁ। ସମୟ ସମୟରେ ସେମାନେ ଦେଶରେ ଅସ୍ଥିରତା କରିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।