Video: ଗାଧୋଇଲେ, ଡ୍ରେସ ବି ବଦଳାଇଲେ..ଚଳନ୍ତା ମେଟ୍ରୋରେ ଯୁବକଙ୍କ ହରକତ

ବିକିନି ଗାର୍ଲ ପରେ ଯୁବକଙ୍କ ଭିଡ଼ିଓ ଭାଇରାଲ । ମେଟ୍ରୋରେ ଗାଧୋଇଲେ..ଲୋକ ଆଗରେ ଡ୍ରେସ ବି ବଦଳାଇଲେ...

 ଭିଡ଼ିଓ ଭାଇରାଲ

ଭିଡ଼ିଓ ଭାଇରାଲ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Matro Bathing Video: କିଛି ସମୟ ଦିନ ହେବ ମେଟ୍ରୋ(Metro)ରେ ଅଜବ ହରକତ ଦେଖିବାକୁ ମିଳୁଛି। ନିକଟରେ ଦିଲ୍ଲୀ ମେଟ୍ରୋରେ ବିକିନି ପିନ୍ଧା ଝିଅର କ୍ଲିପ୍ ଭାଇରାଲ ହୋଇଥିଲା। ବର୍ତ୍ତମାନ ଆମେରିକାର ନ୍ୟୁୟର୍କ ସିଟିରୁ ଜଣେ ଯୁବକଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଚଳନ୍ତା ମେଟ୍ରୋରେ ହଠାତ ଯୁବକ ଜଣେ ଯୁବକ ଡ୍ରେସ କାଢ଼ି ଗାଧୋଇବା ଆରମ୍ଭ କରିଥିଲେ। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭୟଙ୍କର ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଧଳା ସାର୍ଟ ଓ କଳା ପ୍ୟାଣ୍ଟ ପିନ୍ଧିଥିବା ଜଣେ ଯୁବକ ମେଟ୍ରୋରେ ଯାତ୍ରା କରୁଛନ୍ତି। ତାଙ୍କ ପାଖରେ ଜଣେ ମହିଳା ବସିଛନ୍ତି। ତା’ପରେ ଯୁବକଟି ହଠାତ ସିଟରୁ ଉଠି ସାର୍ଟ କାଢ଼ିଥିଲେ। ତାଙ୍କ ସାମ୍ନାରେ ଥିବା ସୁଟକେସ୍ ଖୋଲି ଏକ ବୋତଲ ପାଣି ବାହାର କରି ନିଜ ଉପରେ ଢାଳିବା ଆରମ୍ଭ କଲେ। ତା’ପରେ ଏକ ବଡ ହଳଦିଆ ସ୍ପଞ୍ଜରେ ଘଷି ଗାଧୋଇଥିଲେ।



ଏହା ପରେ ଯୁବକ ଜଣଙ୍କ ସୁଟକେସ ଭିତରୁ ଏକ ଟାୱେଲ ବାହାର କରି ନିଜ ଶରୀରକୁ ପୋଛିବା ଆରମ୍ଭ କଲେ। ଏହି ଦୃଶ୍ୟ ଦେଖି ମହିଳା ଓ ପାଖରେ ବସିଥିବା ଜଣେ ବ୍ୟକ୍ତି ଉଠି ପଳାଇଥିଲେ। ଯୁବକଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓ ଶେଷରେ, ଦେଖିବାକୁ ମିଳୁଛି ଯେ ମେଟ୍ରୋରୁ ବାହାରୁଥିବା ଲୋକମାନେ ଯୁବକଙ୍କୁ ଦେଖି ହସିବା ଆରମ୍ଭ କରିଥିଲେ।
Published by:Soumya Das
First published: