Video: ଇସ୍ରାଏଲର 'ଆଇରନ୍ ଡୋମ୍', ଯିଏ ହାମାସର ୯୦% କ୍ଷେପଣାସ୍ତ୍ରକୁ ବାୟୁମଣ୍ଡଳରେ ନଷ୍ଟ କଲା

ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଆରପାରର ଯୁଦ୍ଧ ଦେଖିବାକୁ ମିଳୁଛି । ଏହି ସମୟରେ କିଛି ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେ ଇସ୍ରାଏଲର (Israel) ଶକ୍ତିଶାଳୀ 'ଆଇରନ୍ ଡୋମ୍' (Iron Dome) କିପରି ବାୟୁମଣ୍ଡଳରୁ ହିଁ କ୍ଷେପଣାସ୍ତ୍ରଗୁଡ଼ିକୁ ନଷ୍ଟ କରି ଦେଉଛି ।

Video: ଇସ୍ରାଏଲର 'ଆଇରନ୍ ଡୋମ୍', ଯିଏ ହାମାସର ୯୦% କ୍ଷେପଣାସ୍ତ୍ରକୁ ବାୟୁମଣ୍ଡଳରେ ନଷ୍ଟ କଲା
ଇସ୍ରାଏଲର 'ଆଇରନ୍ ଡୋମ୍', ଯିଏ ହାମାସର ୯୦% କ୍ଷେପଣାସ୍ତ୍ରକୁ ବାୟୁମଣ୍ଡଳରେ ନଷ୍ଟ କଲା
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଜେରୁସଲମ: ଇସ୍ରାଏଲ ଓ ପାଲେଷ୍ଟାଇନ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ମଙ୍ଗଳବାର ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ ଜୋରଦାର କରିଥିଲା । ଏହି ଦୁଇଟି ବହୁ ମହଲା ବିଶିଷ୍ଟ କୋଠାକୁ ଟାର୍ଗେଟ କରିଥିଲେ ଯାହାକୁ ସେ ବିଶ୍ୱାସ କରିଥିଲେ ଯେ ହାମାସ ଉଗ୍ରବାଦୀମାନେ ସେମାନଙ୍କ ଟାର୍ଗେଟରେ ଅତି କମରେ ତିନିଜଣ ଉଗ୍ରବାଦୀଙ୍କୁ ହତ୍ୟା କରିଥିଲେ । ଏହି ଇସ୍ରାଏଲ୍ ଆକ୍ରମଣରେ ଆହୁରି ଅନେକ ଲୋକ ପ୍ରାଣ ହରାଇଛନ୍ତି । ସୋମବାର ସନ୍ଧ୍ୟାରେ ହିଂସା ଆରମ୍ଭ ହେବା ପରେ ଗାଜା ଷ୍ଟ୍ରିପରେ ଇସ୍ରାଏଲ ଆଡକୁ ୧୦୫୦ ରୁ ଅଧିକ ରକେଟ୍ ଓ ମୋର୍ଟାର ଗୁଳି ଚଳା ଯାଇଥିବା ଇସ୍ରାଏଲ୍ ସେନା ବୁଧବାର କହିଛି । ଏଥି ସହିତ ପାଲେଷ୍ଟାଇନ ମଧ୍ୟ ଏହାର ଜବାବରେ ରକେଟ୍ ଆଟାକ କରିଥିଲା କିନ୍ତୁ ଇସ୍ରାଏଲର 'ଆଇରନ୍ ଡୋମ୍' ବାୟୁ ପ୍ରତିରକ୍ଷା ପ୍ରଣାଳୀ ବାୟୁରେ ଥିବା ୯୦% କ୍ଷେପଣାସ୍ତ୍ରକୁ ନଷ୍ଟ କରି ଦେଇଥିଲା । ଆଇରନ୍ ଡୋମକୁ ବିଶ୍ୱର ସର୍ବଶ୍ରେଷ୍ଠ ମିସାଇଲ୍ ପ୍ରତିରକ୍ଷା ପ୍ରଣାଳୀ ବୋଲି କୁହାଯାଏ । ଜାଣନ୍ତୁ ଆଇରନ୍ ଡୋମ୍ କ’ଣ ଓ ଏହା କିପରି ବିକଶିତ ହୋଇଛି ।



ଆମେରିକାର ଆର୍ଥିକ ଓ ବୈଷୟିକ ସହାୟତା ସହିତ ଇସ୍ରାଏଲର ଆଇରନ୍ ଡୋମ୍ ହେଉଛି ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀ । ଉଚ୍ଚ ଟେକ୍ନୋଲୋଜି ସହିତ ସଜ୍ଜିତ ଆଇରନ୍ ଡୋମ୍ ହେଉଛି ଏକ ସ୍ୱଳ୍ପ ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଯାହା ବାୟୁରେ ରକେଟ୍, ମୋର୍ଟାରକୁ ନଷ୍ଟ କରି ଦେଇଥାଏ ।



ବିଶେଷ କଥା ହେଉଛି ଏହା ପ୍ରତ୍ୟେକ ସିଜିନରେ କାମ କରିପାରିବ । ୨୦୧୧ ମସିହାରେ ଏହା ସର୍ବ ପ୍ରଥମେ ସେବାରେ ଅନ୍ତର୍ଭୁକ୍ତ ହୋଇଥିଲା । ରାଡାର ମାଧ୍ୟମରେ ଏହା ଶତ୍ରୁମାନଙ୍କର କ୍ଷେପଣାସ୍ତ୍ର ଓ ରକେଟକୁ ଚିହ୍ନିତ କରିଥାଏ ଓ ଖୁବ୍ କମ୍ ସମୟ ମଧ୍ୟରେ ଏହାକୁ ବାୟୁରେ ନଷ୍ଟ କରିଦିଏ । ପାଲେଷ୍ଟାଇନ ଦ୍ୱାରା ଚଳାଇଥିବା ଅଧିକାଂଶ ରକେଟ୍ ଓ କ୍ଷେପଣାସ୍ତ୍ରକୁ ବାୟୁରେ ନଷ୍ଟ କରିବାର ଶ୍ରେୟ ଇସ୍ରାଏଲର 'ଆଇରନ୍ ଡୋମ୍'କୁ ଯାଇଛି ।
Published by: Jagdish Barik
First published: May 13, 2021, 12:59 PM IST