ପୋଷା ଜୀବଙ୍କୁ ନେଇ ରେଳଯାତ୍ରା କରିବାକୁ ଚାହୁଁଛନ୍ତି କି ? ଆସିଲା ନୂଆ ନିୟମ !

ଆପଣମାନେ ବିନା ଦ୍ବିଧାରେ ନିଜର ଗୃହପାଳିତ ପଶୁଙ୍କୁ ସାଙ୍ଗରେ ନେଇ ଟ୍ରେନରେ ଯାତ୍ରା କରିପାରିବେ । ତେବେ ଏହା କିପରି ସମ୍ଭବ ତାହା ଜାଣିବା ପାଇଁ ପଢ଼ନ୍ତୁ ପୂରା ଖବର ।

ପୋଷା ଜୀବଙ୍କୁ ନେଇ ରେଳଯାତ୍ରା କରିବାକୁ ଚାହୁଁଛନ୍ତି କି ? ଆସିଲା ନୂଆ ନିୟମ !

ପୋଷା ଜୀବଙ୍କୁ ନେଇ ରେଳଯାତ୍ରା କରିବାକୁ ଚାହୁଁଛନ୍ତି କି ? ଆସିଲା ନୂଆ ନିୟମ !

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ଆପଣ ନିଜ ଘରେ କୁକୁର (dog), ବିଲେଇ (cat) ପାଳିଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି । ଏଣିକି ଆପଣମାନେ ବିନା ଦ୍ବିଧାରେ ନିଜର ପାଳିତ ପଶୁଙ୍କୁ ସାଙ୍ଗରେ ନେଇ ଟ୍ରେନରେ ଯାତ୍ରା କରି ପାରିବେ । ଏହି ଖୁସି ଖବର ରେଳ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି । ରେଳ ମନ୍ତ୍ରଣାଳୟ ଏସି -୧ ଶ୍ରେଣୀ ଟ୍ରେନ୍ ପାଇଁ କୁକୁର-ବିଲେଇଙ୍କ ପାଇଁ ଟିକେଟ୍ ଅନଲାଇନ୍ ବୁକିଂ (online booking)କୁ ସହଜ କରିବା ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି । ରେଳ ମନ୍ତ୍ରଣାଳୟ ମଧ୍ୟ ଗୃହପାଳିତ ପଶୁମାନଙ୍କର ବୁକିଂ ଅଧିକାର TTE କୁ ଦେବାକୁ ଚିନ୍ତା କରୁଛି । ଏହା ସହିତ ରେଳ ଯାତ୍ରୀମାନେ ସେମାନଙ୍କର ପୋଷା ପଶୁମାନଙ୍କୁ ଟ୍ରେନରେ କେମିତି ବିନା କୌଣସି ଅସୁବିଧାରେ ସାଙ୍ଗରେ ନେଇପାରିବେ ସେଥି ପାଇଁ ବ୍ୟବସ୍ଥା କରାଯାଉଛି । ଯାତ୍ରୀମାନଙ୍କୁ ସେମାନଙ୍କର ପଶୁମାନଙ୍କୁ ଟ୍ରେନରେ ନେବା ପାଇଁ ପ୍ରଥମେ ପ୍ଲାଟଫର୍ମର ପାର୍ସଲ ବୁକିଂ କାଉଣ୍ଟରରେ ଟିକେଟ୍ ବୁକ୍ କରିବାକୁ ହେବ । ହାତୀଠାରୁ ଆରମ୍ଭ କରି ପକ୍ଷୀ ପର୍ଯ୍ୟନ୍ତ ସମସ୍ତଙ୍କ ଆକାରକୁ ଦେଖି ଭାରତୀୟ ରେଳର କିଛି ନିୟମ ଏବଂ ନିର୍ଦ୍ଦେଶାବଳୀ ରହିଛି । ଯଦିଓ କିଛି ପ୍ରାଣୀଙ୍କୁ ପୃଥକ ଭାବରେ ନିର୍ଦ୍ଦିଷ୍ଟ ଏକ କୋଚରେ ନିଆଯାଏ, ଯେମିତିକି ବିଲେଇ ଏବଂ କୁକୁର ସମାନ କୋଚରେ ସେମାନଙ୍କ ମାଲିକଙ୍କ ସହିତ ଯାତ୍ରା କରି ପାରିବେ ।

ତେବେ ଏହା ପୂର୍ବରୁ ଯାତ୍ରୀମାନଙ୍କୁ ଏସି ପ୍ରଥମ ଶ୍ରେଣୀରେ ଦୁଇ କିମ୍ବା ଚାରିଟି ବର୍ଥ ସହିତ ପୁରା କମ୍ପାକ୍ଟକୁ ବୁକ୍ କରିବାକୁ ପଡୁଥିଲା ଏବଂ ଏହାର ଫି ମଧ୍ୟ ଅଧିକ ରହୁଥିଲା । ଯଦି କୁକୁରକୁ ତାର ତାର ବାକ୍ସରେ ନିଆଯାଉଥିଲା , ତେବେ ଟ୍ରେନରେ ପ୍ରଯୁଜ୍ୟ ବ୍ୟାଗେଜ ହାରରେ କୁକୁର ପିଛା ୩୦ କିଲୋଗ୍ରାମ ଚାର୍ଜ କରାଯାଉଥିଲା। ସେଗୁଡିକ ଏସି ପ୍ରଥମ ଶ୍ରେଣୀରେ କୁକୁର ପ୍ରତି ୬୦ କିଲୋଗ୍ରାମରେ ମଧ୍ୟ ନିଆଯାଇପାରେ । କିନ୍ତୁ, ସେମାନଙ୍କୁ ଏସି ୨ ଟାୟାର, ଏସି ୩ ଟାୟାର, ଏସି ଚେୟାର କାର, ସ୍ଲିପର କ୍ଲାସ ଏବଂ ଦ୍ୱିତୀୟ ଶ୍ରେଣୀ କୋଚରେ ଯିବାକୁ ଅନୁମତି ଦିଆଯାଇନଥିଲା ।

ଗୃହପାଳିତ ପଶୁମାନଙ୍କ ପାଇଁ IRCTCର ନିର୍ଦ୍ଦେଶାବଳୀ-

-ଯାତ୍ରୀଙ୍କ ପାଖରେ PRS ଟିକେଟ୍ ଥାଉ କି ଆଇଆରସିଟିସି (irctc) ଦ୍ୱାରା ବୁକ୍ ହୋଇଥିବା ଅନଲାଇନ୍ ଟିକେଟ୍, ଟ୍ରେନ୍ ଛାଡିବାର ଅତି କମରେ ତିନି ଘଣ୍ଟା ପୂର୍ବରୁ କୁକୁରକୁ ବ୍ୟାଗେଜ୍ ଅଫିସକୁ ଅଣାଯିବା ଆବଶ୍ୟକ । ଚେକିଂରେ ବିଳମ୍ବ ହେଲେ କୁକୁରକୁ ଛଡ଼ାଯିବ ନାହିଁ ।

-ଏସି ୨ ଟାୟାର, ଏସି ୩ ଟାୟାର, ଏସି ଚେୟାର କାର,  ସ୍ଲିପର କ୍ଲାସ୍ ଏବଂ ଦ୍ୱିତୀୟ ଶ୍ରେଣୀ କୋଚରେ କୁକୁରମାନଙ୍କୁ ପ୍ରବେଶ ଅନୁମତି ନାହିଁ । ଯଦି ଅନ୍ୟ ଯାତ୍ରୀମାନେ କୁକୁରକୁ କମ୍ପାର୍ଟମେଣ୍ଟରେ ରଖିବାକୁ ମନା କରନ୍ତି, ତେବେ କୁକୁରକୁ ସେଠାରୁ ହଟାଇ ଦିଆଯିବ ।

-ଗୃହପାଳିତ କୁକୁରର ପ୍ରଜାତି, ରଙ୍ଗ ଏବଂ ଲିଙ୍ଗର ଏକ ପ୍ରମାଣପତ୍ର ଆବଶ୍ୟକ ହୋଇଥାଏ । ଯାତ୍ରୀମାନେ ସେମାନଙ୍କର କୁକୁରର ନିରାପଦ ପରିବହନ ପାଇଁ କେବଳ ଦାୟୀ ଅଟନ୍ତି । ଯାତ୍ରା ସମୟରେ କୁକୁର ପାଇଁ ଜଳ ଏବଂ ଖାଦ୍ୟ ଯୋଗାଇବା ମାଲିକ ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ ।

ରିପୋର୍ଟ- ରାଜଶ୍ରୀ ନାୟକ
Published by:Soubhagya Mishra
First published: