News18 Odia Digital
2000 Note Exchange: ଆଜିଠାରୁ ୨ହଜାର ଟଙ୍କିଆ ନୋଟ ବଦଳାଇବା ପ୍ରକ୍ରିୟା ଆରମ୍ଭ ହେବ । ଦେଶର ଯେକୌଣସି ବ୍ୟାଙ୍କରେ ଲୋକେ ଏହି ସୁବିଧା ପାଇପାରିବେ । ତେବେ ଏଭଳି ନିଷ୍ପତ୍ତିକୁ ନେଇ କେନ୍ଦ୍ର ସରକାରକୁ ଖୁବ୍ ସମାଲୋଚନା କରିଛନ୍ତି ବିରୋଧୀ ଦଳ । ବିଜେପି ମଧ୍ୟ ପାଲଟା ଜବାବ ରଖିଛି । ଏହାରି ଭିତରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛି । କେମିତି ୨ହଜାର ଟଙ୍କା ବଦଳାଇବେ, ତାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଦେଖା ଦେଇଛି ।
କେମିତି ବଦଳାଇବେ ୨୦୦୦ଟଙ୍କିଆ ନୋଟଷ୍ଟେପ ୧-ଲୋକମାନେ ନିଜ ନିକଟସ୍ଥ ବ୍ୟାଙ୍କକୁ ଯାଇ ନିଜ ଆକାଉଣ୍ଟ ବୀବରଣୀ ପ୍ରଦାନ କରିବେ । ଆରବିଆଇ ନିୟମ ଅନୁସାରେ ବ୍ୟାଙ୍କରେ ଆକାଉଣ୍ଟ ନଥିବା ଲୋକମାନେ ମଧ୍ଯ ୨୦୦୦ଟଙ୍କିଆ ନୋଟ ବଦଳାଇ କିମ୍ୱା ଡିପୋଜିଟ କରିପାରିବେ ।
ଷ୍ଟେପ ୨- ବ୍ୟାଙ୍କ ତରଫରୁ ଆପଣଙ୍କୁ ଏକ ଅନୁରୋଧମୂଳକ ସ୍ଲିପ ପ୍ରଦାନ କରାଯିବ, ଯେଉଁଥିରେ ଗ୍ରାହକ ନିଜର ସୂଚନା ଦାଖଲ କରିବେ । ଲୋକମାନେ ନିଜ ନାମ, ଠିକଣା, ଟଙ୍କା ସଂଖ୍ଯା, ଭଳି ଅନ୍ୟ ଡାଟା ପ୍ରଦାନ କରିବେ । ସେମାନଙ୍କୁ ସ୍ଥାନ ଓ କେବେ ବିନିମୟ କରିବେ, ସମୟ ଓ ତାରିଖ ମ୍ଧ୍ଯ ଦେବାକୁ ପଡ଼ିବ ।
ଷ୍ଟେପ ୩-ସେମାନେ ଫର୍ମ ପୂରଣ ପରେ ଦସ୍ତଖତ କରି ବ୍ୟାଙ୍କକୁ ଫର୍ମ ଓ ୨୦୦୦ଟଙ୍କିଆ ନୋଟ ଦେବେ ।
ଉଲ୍ଲେଖଯୋଗ୍ୟ, ବିନା କୌଣସି ପ୍ରତିବନ୍ଧକରେ ବ୍ୟାଙ୍କରେ ଟଙ୍କା ଜମା କରାଯାଇପାରିବ ଓ ବର୍ତ୍ତମାନର ନିର୍ଦ୍ଦେଶାବଳୀ ଓ ବ୍ୟବସ୍ଥା ଅନୁଯାୟୀ, ଆରବିଆଇ କହିଛି ଯେ, କୌଣସି ବ୍ୟାଙ୍କରେ ଗୋଟିଏ ସମୟରେ ୨୦୦୦୦ ଟଙ୍କା ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ୨୦୦୦ ଟଙ୍କା ନୋଟ୍ ବିନିମୟ କରିବାର ବିକଳ୍ପ ଅଛି ।
ଲୋକଙ୍କ ଦ୍ୱନ୍ଦ୍ୱ ଦୂର କରି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଲୋକେ ସବୁ ବ୍ୟାଙ୍କରେ ୨ ହଜାର ନୋଟ ବଦଳାଇ ପାରିବେ କିମ୍ବା ଜମା କରିପାରିବେ । ଥରକରେ ଜଣେ ୧୦ ଖଣ୍ଡ ୨ହଜାର ଟଙ୍କିଆ ନୋଟ ବଦଳାଇପାରିବ । କିନ୍ତୁ ୫୦ହଜାର ଟଙ୍କାରୁୁ ଅଧିକ ୨ହଜାର ଟଙ୍କିଆ ନୋଟ ବଦଳାଇଲେ ପାନକାର୍ଡ ତଥ୍ୟ ଦେବାକୁ ପଡିବ।
Budh Gochar 2023: ୧୫ ଦିନ ପରେ ବୁଧ ଗୋଚର; ଏହି ରାଶି ହୁଅନ୍ତୁ ସର୍ତକ
ସମସ୍ତ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟର ମୁଖ୍ୟ ଜେନେରାଲ୍ ମ୍ୟାନେଜରଙ୍କୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସୂଚନା ଦେଇଛି ଯେ ଏକ ସମୟରେ ଲୋକମାନେ ଗୋଟିଏ ସମୟରେ ୨୦୦୦ଟଙ୍କିଆ ନୋଟ୍ ବିନିମୟ ସୁବିଧା ବିନା ଅନୁମତି ଦିଆଯିବ। ନିଜ ଆକାଉଣ୍ଟରେ ଏହିପରି ନୋଟଗୁଡିକର ଜମା ସମ୍ବନ୍ଧରେ, ଆରବିଆଇ କୌଣସି ସୀମା ନିର୍ଦ୍ଦିଷ୍ଟ କରି ନାହିଁ କିନ୍ତୁ KYC ନିୟମ ଆଧାରରେ ବ୍ୟାଙ୍କ ଜମା କିମ୍ୱା ବିନିମୟ କରିବ|
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।