ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ; ରାଷ୍ଟ୍ରପତି ଜେଲେନ୍‌ସ୍କି ସାମାନ୍ୟ ଆହତ

ରାଜଧାନୀ କିଭ୍ ନିକଟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର ଦୁର୍ଘଟଣାଗ୍ରସ୍ତ । ସୂଚନା ଅନୁଯାୟୀ ଦୁର୍ଘଟଣାରେ ଜେଲେନସ୍କି ସାମାନ୍ୟ ଆହତ ହୋଇଛନ୍ତି।

ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ୟୁକ୍ରେନ ରାଷ୍ଟ୍ରପତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

  • News18 Odia
  • Last Updated :
  • Share this:
News 18 Odia Digital

ୟୁକ୍ରେନ: ରାଜଧାନୀ କିଭ୍ ନିକଟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର ଦୁର୍ଘଟଣାଗ୍ରସ୍ତ । ସୂଚନା ଅନୁଯାୟୀ ଦୁର୍ଘଟଣାରେ ଜେଲେନସ୍କି ସାମାନ୍ୟ ଆହତ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ମୁଖପାତ୍ର କହିଛନ୍ତି ଯେ ସୁରକ୍ଷା ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି। ରାଷ୍ଟ୍ରପତିଙ୍କ ମୁଖପାତ୍ର ନିକିଫୋରୋଭ ଏକ ଫେସବୁକ ପୋଷ୍ଟରେ କହିଛନ୍ତି ଯେ ସମୟ ୧୦.୨୨ରେ (କିଭ) ଏକ ଯାତ୍ରୀବାହୀ କାର ୟୁକ୍ରେନ ରାଷ୍ଟ୍ରପତିଙ୍କ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ “ରାଷ୍ଟ୍ରପତିଙ୍କ ସହ ଆସୁଥିବା ଡାକ୍ତରମାନେ ଯାତ୍ରୀବାହୀ କାର ଡ୍ରାଇଭରକୁ ଜରୁରୀକାଳୀନ ସହାୟତା ପ୍ରଦାନ କରି ଆମ୍ବୁଲାନ୍ସକୁ ସ୍ଥାନାନ୍ତର କରିଥିଲେ।”

ସେ କହିଛନ୍ତି ଯେ ଆଇନ ଶୃଙ୍ଖଳା ଅଧିକାରୀମାନେ ଦୁର୍ଘଟଣାର ସମସ୍ତ ଘଟଣାର ଅନୁସନ୍ଧାନ କରିବେ।ଏହାପୂର୍ବରୁ ବୁଧବାର ଦିନ, ଜେଲେନସ୍କି ୟୁକ୍ରେନ ସୈନ୍ୟ ଦ୍ଵାରା ରୁଷରୁ ଖାର୍କିଭ୍ ଇଜିୟମ୍ ସହର ପରିଦର୍ଶନ କରିଥିଲେ। ଏହାର ଫଟୋ ସେନାର ଫେସବୁକ୍ ପେଜରେ ମଧ୍ୟ ସେୟାର କରାଯାଇଛି। ଫଟୋରେ ଜେଲେନସ୍କି ସହରର ପ୍ରଶାସନିକ ଭବନ ଉପରେ ୟୁକ୍ରେନର ପତାକା ଉତ୍ତୋଳନ କରୁଥିଲେ। ଆମର ନୀଳ-ହଳଦିଆ ପତାକା ହିଁ ଆମ ପାଇଁ ବିଜୟର ପ୍ରତୀକ।ଆମେ କେବଳ ଗୋଟିଏ ଦିଗରେ - ଆଗକୁ ଏବଂ ବିଜୟ ଆଡକୁ ଗତି କରୁଛୁ ବୋଲି ଜେଲେନସ୍କି ସୋସିଆଲ ମିଡିଆରେ ଏକ ବିବୃତ୍ତିରେ କହିଛନ୍ତି।

ଗୋଟିଏ ଦିନ ପୂର୍ବରୁ ଜେଲେନସ୍କି ରୁଷ ସହିତ ଚାଲିଥିବା ଯୁଦ୍ଧରେ ୟୁକ୍ରେନ ପାଇଁ ଏକ ଦାବି କରିଥିଲେ। ସେ କହିଛନ୍ତି ଯେ ସାତ ମାସ ଧରି ଚାଲିଥିବା ଏହି ଯୁଦ୍ଧରେ ୟୁକ୍ରେନ କୌଣସି ସ୍ଥିତିରେ ହାର ମାନିବ ନାହିଁ। ଜେଲେନସ୍କି ଦାବି କରିଛନ୍ତି ଯେ ଗତ ୧୨ ଦିନ ମଧ୍ୟରେ ତାଙ୍କ ସୈନ୍ୟମାନେ ପ୍ରାୟ ୬୦୦୦ ବର୍ଗ କିଲୋମିଟର ଅଞ୍ଚଳକୁ ଋଷ ଦଖଲରୁ ଫେରାଇ ନେଇଥିଲେ।
Published by:Soumyashree Mishra
First published: