News 18 Odia Digital
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଶ୍ୱର ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ଗଣାଯାଏ, କିନ୍ତୁ ସମୟ ସହିତ ବର୍ତ୍ତମାନ ବିଶ୍ୱର ଶକ୍ତିଶାଳୀ ଦେଶମାନେ ମଧ୍ୟ ନରେନ୍ଦ୍ର ମୋଦିଙ୍କ ଶକ୍ତିଶାଳୀ ନେତୃତ୍ବ ମଧ୍ୟ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଗୁରୁବାର ଦିନ ଋଷର ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀଙ୍କୁ କଡ଼ା ପ୍ରଶଂସା କରିଛନ୍ତି। ଏହି ସମୟରେ ସେ ଭାରତ ଏବଂ ଋଷ ମଧ୍ୟରେ ଥିବା ପୁରୁଣା ତଥା ଦୃଢ଼ାର ସମ୍ପର୍କ ବିଷୟରେ ମଧ୍ୟ କହିଥିଲେ। ମସ୍କୋରେ ଭାଲଡାଇ ଆଲୋଚନା କ୍ଲବର ୧୯ତମ ବାର୍ଷିକ ବୈଠକରେ ପୁଟିନ ଏହି କଥା କହିଛନ୍ତି। ଏଥି ସହ ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ କରିଥିବା ଏହି ପ୍ରଶଂସା ବର୍ତ୍ତମାନ ଗଣମାଧ୍ୟମରେ ବହୁ ଚର୍ଚ୍ଚିତ ହୋଇଛି।
ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଯିଏକି ଏକ ସ୍ୱାଧୀନ ବୈଦେଶିକ ନୀତି କାର୍ଯ୍ୟକାରୀ କରିବାକୁ ସକ୍ଷମ ଏବଂ ସେ ଜଣେ ପ୍ରକୃତ ଦେଶପ୍ରେମୀ। ସେ ନିଜ ଲୋକଙ୍କ ସ୍ୱାର୍ଥକୁ କିପରି ରକ୍ଷା କରିବେ ସେ ବହୁତ ଭଲ ଭାବରେ ଜାଣନ୍ତି। ଅନେକ ଦେଶ ତଥା ଲୋକମାନେ ଭାରତ ଉପରେ ଅନେକ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏସବୁ ସତ୍ତ୍ୱେ ମୋଦି ଭାରତ ଉପରେ କୌଣସି ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରିନାହାନ୍ତି।
ସେ ଭାରତ-ରୁଷ ସମ୍ପର୍କ ବିଷୟରେ ମଧ୍ୟ କହିଥିଲେ। ସେ କହିଛନ୍ତି, “ଭାରତ ଏବଂ ଋଷ ଦଶନ୍ଧି ଧରି ସ୍ୱତନ୍ତ୍ର ସମ୍ପର୍କ ଗଢିଛନ୍ତି ଏବଂ ଦୁଇ ଦେଶ ମଧ୍ୟରେ କୌଣସି ବିବାଦ ନାହିଁ। ବ୍ରିଟେନର ଉପନିବେଶକରଣ ଠାରୁ ଆରମ୍ଭ କରି ଏକ ଆଧୁନିକ ଦେଶ ହେବା ପର୍ଯ୍ୟନ୍ତ ଭାରତ ଏହାର ବିକାଶରେ ଅତୁଳନୀୟ ଅଗ୍ରଗତି କରିଛି। ଏହା ଆଖିଦୃଶିଆ ବିକାଶ ଫଳାଫଳ ହାସଲ କରିଛି ଯାହା ଭାରତ ପାଇଁ ସମ୍ମାନ ଏବଂ ପ୍ରଶଂସା ସୃଷ୍ଟି କରେ।
ପୁଟିନ ଆହୁରି କହିଛନ୍ତି, 'ପିଏମ ମୋଦିଙ୍କ ନେତୃତ୍ୱରେ ଗତ କିଛି ବର୍ଷ ମଧ୍ୟରେ ଭାରତରେ ଅନେକ କାର୍ଯ୍ୟ କରାଯାଇଛି। ସ୍ୱାଭାବିକ ଭାବରେ ସେ ଜଣେ ଦେଶପ୍ରେମୀ। ମେକ୍ ଇନ୍ ଇଣ୍ଡିଆ ପାଇଁ ତାଙ୍କର ଧାରଣା ଉଭୟ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଋଷ ଏବଂ ଭାରତ ମଧ୍ୟରେ ଥିବା ପୁରୁଣା ତଥା ଦୃଢ଼ ସମ୍ପର୍କ ସମ୍ପର୍କରେ ପୁଟିନ କହିଛନ୍ତି ଯେ ଆମ ମଧ୍ୟରେ ବାଣିଜ୍ୟରେ ଆହୁରି ବୃଦ୍ଧି ଘଟିଛି। ଭାରତକୁ ସାର ଯୋଗାଣ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଏବଂ ଏହା ୭.୬ ଗୁଣ ବୃଦ୍ଧି ପାଇଛି। କୃଷି କ୍ଷେତ୍ରରେ ବାଣିଜ୍ୟ ପ୍ରାୟ ଦ୍ୱିଗୁଣିତ ହୋଇଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।