ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ହେଲେ ଦେଶର ସବୁଠାରୁ 'ସେକ୍ସି ପୁରୁଷ'; ସର୍ଭେରେ ହେଲା ଖୁଲାସା

ସୁପରଜୋବ ନାମକ ଏକ ଜବ ବୋର୍ଡ ସାଇଟର ଏକ ସର୍ଭେରେ ୧୮ ପ୍ରତିଶତ ପୁରୁଷ ଓ ୧୭ ପ୍ରତିଶତ ମହିଳା ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଦେଶର ସବୁଠାରୁ ଆକର୍ଷଣୀୟ ପୁରୁଷ ଭାବରେ ଭୋଟ୍ ଦେଇଛନ୍ତି । କିନ୍ତୁ ଏହା ଗତ ବର୍ଷ ତୁଳନାରେ ଏକ ପ୍ରତିଶତ କମ୍ ଥିଲା ।

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ହେଲେ ଦେଶର ସବୁଠାରୁ 'ସେକ୍ସି ପୁରୁଷ'; ସର୍ଭେରେ ହେଲା ଖୁଲାସା
ରାଷ୍ଟ୍ରପତି ଭ୍ଲାଦିମିର ପୁତିନ (Reuters)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମସ୍କୋ: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଦେଶର ସବୁଠାରୁ 'ସେକ୍ସି ପୁରୁଷ' ବୋଲି ଘୋଷଣା କରାଯାଇଛି । ୨୦୦୦ ଲୋକଙ୍କ ଉପରେ କରାଯାଇଥିବା ଏକ ସର୍ଭେରେ ୬୮ ବର୍ଷୀୟ ବ୍ୟାଚେଲରଙ୍କୁ ଦେଶର ସବୁଠାରୁ ସୁନ୍ଦର ବ୍ୟକ୍ତି ଭାବରେ ଘୋଷଣା କରାଯାଇଛି । ସୁପରଜୋବ ନାମକ ଏକ ଜବ ବୋର୍ଡ ସାଇଟର ଏକ ସର୍ଭେରେ ୧୮ ପ୍ରତିଶତ ପୁରୁଷ ଓ ୧୭ ପ୍ରତିଶତ ମହିଳା ପୁତିନଙ୍କୁ ଦେଶର ସବୁଠାରୁ ଆକର୍ଷଣୀୟ ପୁରୁଷ ଭାବରେ ମନୋନୀତ କରିଥିଲେ । କିନ୍ତୁ ଏହା ଗତ ବର୍ଷ ତୁଳନାରେ ଏକ ପ୍ରତିଶତ କମ୍ ଥିଲା । ସାଇଟ୍ କହିଛି ଯେ ୠଷିଆର ଲୋକମାନେ ଭ୍ଲାଦିମିର ପୁତିନଙ୍କୁ ଦେଶର ସବୁଠାରୁ ଆକର୍ଷଣୀୟ ବ୍ୟକ୍ତି ବୋଲି କହିଛନ୍ତି ।

ସାଇଟ୍ ଅନୁଯାୟୀ ଏହି ଟାଇଟଲ୍ ପାଇଁ କୌଣସି ଅଭିନେତା, ଆଥଲେଟ୍ କିମ୍ବା ନେତା ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । ପୁତିନଙ୍କ ଅନେକ ଫଟୋ ପ୍ରାୟତଃ ସାର୍ଟଲେସ୍ ମାଛ ଧରିବା ଓ ଘୋଡ଼ା ଚଢ଼ିବା ସମୟରେ ସାମ୍ନାକୁ ଆସିଛି । ୨୦୧୮ ମସିହାରେ ସେ ସ୍ୱୀକାର କରିଛନ୍ତି ଯେ ସେ ଏହି ଫଟୋଗୁଡ଼ିକରେ ଲଜ୍ଜିତ ନୁହଁନ୍ତି ଓ ଛୁଟିଦିନରେ ଲୁଚାଇବାକୁ କୌଣସି ଆବଶ୍ୟକତା ନାହିଁ । ବିଶ୍ୱାସ କରାଯାଉଥିଲା ଯେ ଏହି ଫଟୋଗୁଡ଼ିକରେ ତାଙ୍କୁ ଜଣେ ଶକ୍ତିଶାଳୀ ବ୍ୟକ୍ତି ଭାବରେ ଦେଖାଇବାକୁ ଚେଷ୍ଟା କରାଯାଇଥିଲା ।

ପୁତିନଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଭିନେତା ଦିମିତ୍ରୀ ନାଗିୟେଭ ଓ ତାଙ୍କ ପଛରେ ପରେ ଡାନିଲା କୋଜଲୋଭସ୍କି ଓ କନଷ୍ଟାଣ୍ଟିନ ଖାବେନସ୍କି ୨-୩ ପ୍ରତିଶତ ଅନ୍ତରରେ ରହିଥିଲେ । ଏଥିରେ ୩୦୦ ସହରର ୧୦୦୦ ପୁରୁଷ ଓ ୨୦୦୦ ମହିଳା ସାମିଲ ଥିଲେ ।
Published by: Jagdish Barik
First published: April 4, 2021, 2:51 PM IST