News18 Odia Digital
Vladimir Putin: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟ ପୁଣି ଥରେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ପୁଟିନଙ୍କ କିଛି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କ ହାତରେ ଅଜବ ଚିହ୍ନ ଦେଖିବାକୁ ମିଳିଛି। ବ୍ରିଟେନ ଭିତ୍ତିକ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ପୁଟିନଙ୍କ ହାତରେ ଅଜବ ଚିହ୍ନ ଏବଂ ରଙ୍ଗ ଦେଖାଯାଇଥିବା ଏହି ଫଟୋ ଅନଲାଇନରେ ଭାଇରାଲ ହେଉଛି।
ଅନେକ ସୋସିଆଲ ମିଡ଼ିଆ ୟୁଜର୍ସ ପୁଟିନଙ୍କ ଏହି ଫଟୋଗୁଡ଼ିକୁ ଏକ IV ଟ୍ରାକ୍ ମାର୍କ ବୋଲି ଦାବି କରୁଛନ୍ତି। ବ୍ରିଟିଶ ସେନାର ଅବସରପ୍ରାପ୍ତ ଅଧିକାରୀ ତଥା ହାଉସ ଅଫ୍ ଲର୍ଡସର ସଦସ୍ୟ ରିଚାର୍ଡ ଡେନଟ ଏକ ଟିଭି ଚ୍ୟାନେଲ କାର୍ଯ୍ୟକ୍ରମ ସମୟରେ ପୁଟିନଙ୍କ ସ୍ୱାସ୍ଥ୍ୟ ବିଷୟରେ କହିଥିଲେ। ସେ କହିଥିଲେ ଯେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଠିକ ଅଛନ୍ତି କି ନାହିଁ ସେ ବିଷୟରେ ଆଲୋଚନା କରିବା ଆବଶ୍ୟକ।
'ଅନ୍ୟ ଅଂଶରେ ଇଞ୍ଜେକ୍ସନ ନଦେବାର ସୂଚକ'ରିଚାର୍ଡ ଆହୁରି କହିଥିଲେ, ‘‘ ଲୋକ ଜାଣିବା ପାଇଁ ବ୍ୟାକୁଳ ଅଚନ୍ତି ଯେ ପୁଟିନଙ୍କ ହାଥ ଉପରେ ଥିବା କଳା ଦାଗ ବିଷଷୟରେ। ଯାହା ଶରୀରର ଅନ୍ୟ ଅଙ୍ଗରେ ଇଞ୍ଜେକ୍ସନ ନ ନେବାର ସଙ୍କେତକୁ ସୂଚାଏ। ଏହା ଧ୍ୟାନ ଦେବା ମୁଖ୍ୟ କଥା ଯେ ସେ ସେତିକି ଫିଟ୍ ଅଛନ୍ତି ଯେମିତି ସେ ନିଜକୁ ଦେଖାଇବାକୁ ଚେଷ୍ଟା କରନ୍ତି। ଯାହା ଉପରେ ନଜର ରଖାଯାଇପାରିବ।’’
ପୁଟିନ ହୁଏତ କର୍କଟ ଭଳି ମାରାତ୍ମକ ରୋଗରେ ପୀଡିତ ହୋଇପାରନ୍ତିକିଛି ମାସ ପୂର୍ବେ ଆମେରିକାର ଗୁପ୍ତଚର ରିପୋର୍ଟରେ ଦର୍ଶାଯାଇଥିଲା ଯେ ଭ୍ଲାଦିମିର ପୁଟିନ କର୍କଟ ଭଳି ମାରାତ୍ମକ ରୋଗରେ ପୀଡିତ ହୋଇପାରନ୍ତି। ଗତ ମାସରେ ଭ୍ଲାଦିମିର ପୁଟିନଙ୍କୁ ୭୦ ବର୍ଷ ହୋଇଥିଲା। ତାଙ୍କ ଜନ୍ମଦିନରେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ପ୍ରାର୍ଥନା କରାଯାଇଥିଲା। ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପୁଟିନ ତାଙ୍କ ଶାସନ ପାଇଁ ସବୁଠାରୁ ବଡ଼ ଆହ୍ବାନର ସମ୍ମୁଖୀନ ହେଉଛନ୍ତି।
ୟୁକ୍ରେନ ଉପରେ ଆକ୍ରମଣ ପରେ ପୁଟିନ ସବୁଠାରୁ ବଡ଼ ଆହ୍ବାନର ସମ୍ମୁଖୀନ ହୋଇଛନ୍ତିପ୍ରକାଶ ଥାଉକି ୧୯୯୯ ଶେଷରେ ଋଷ ସଂସଦର ସର୍ବୋଚ୍ଚ ପଦ ଗ୍ରହଣ କରିଥିବା ପୁଟିନ ୟୁକ୍ରେନ ଆକ୍ରମଣ ପରଠାରୁ ତାଙ୍କର ସବୁଠୁ ବଡ଼ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ୧୯୬୨ କ୍ୟୁବା କ୍ଷେପଣାସ୍ତ୍ର ସଙ୍କଟ ପରେ ପାଶ୍ଚାତ୍ୟ ଦେଶ ସହିତ ଏହା ଋଷର ସବୁଠାରୁ ବଡ଼ ଟେନସନ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।