ଆଜି PM ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନ ମନ୍ତ୍ରୀ ମାରିସନଙ୍କ ମଧ୍ୟରେ ହେବ ଦ୍ୱିତୀୟ ଭର୍ଚୁଆଲ ସମ୍ମିଳନୀ

ଦୁଇ ଦେଶ ମଧ୍ୟରେ ଦୃଢ଼ ସମ୍ପର୍କ ପାରସ୍ପରିକ ବୁଝାମଣା ଓ ବିଶ୍ୱାସ ଉପରେ ଆଧାରିତ। ଭାରତ-ପ୍ରଶାନ୍ତ ମହାସାଗରରେ ଉଭୟ ପକ୍ଷର ଏକ ସାଧାରଣ ମତ ରହିଛି ବୋଲି ଅଷ୍ଟ୍ରେଲିଆ ପ୍ରଧାନ ମନ୍ତ୍ରୀ କହିଛନ୍ତି।

ଆଜି PM ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନ ମନ୍ତ୍ରୀ ମାରିସନଙ୍କ ମଧ୍ୟରେ ହେବ ଦ୍ୱିତୀୟ ଭର୍ଚୁଆଲ ସମ୍ମିଳନୀ

ଆଜି PM ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନ ମନ୍ତ୍ରୀ ମାରିସନଙ୍କ ମଧ୍ୟରେ ହେବ ଦ୍ୱିତୀୟ ଭର୍ଚୁଆଲ ସମ୍ମିଳନୀ

  • Share this:
News18 Odia Digital

ନୂଆ ଦିଲ୍ଲୀ: ଆଜି ମଧ୍ୟାହ୍ନ ୧୨ଟାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନ ମନ୍ତ୍ରୀ ସ୍କଟ ମାରିସନ୍ ଦ୍ୱିତୀୟ ଭାରତ-ଅଷ୍ଟ୍ରେଲିଆ ଭର୍ଚୁଆଲ୍ ସମ୍ମିଳନୀ କରିବେ। ଅଷ୍ଟ୍ରେଲିଆର ପ୍ରଧାନ ମନ୍ତ୍ରୀ ମାରିସନ୍ ମଧ୍ୟ ଏହି ଭର୍ଚୁଆଲ୍ ବୈଠକକୁ ନିଶ୍ଚିତ କରିଛନ୍ତି ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବିଷୟରେ କହିଛନ୍ତି। ଏହି ବୈଠକରେ ଉଭୟ ପ୍ରଧାନ ମନ୍ତ୍ରୀ ୟୁକ୍ରେନର ସାମ୍ପ୍ରତିକ ପରିସ୍ଥିତି ଓ ପାରସ୍ପରିକ ବାଣିଜ୍ୟ ସମ୍ପର୍କ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବେ।

ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ମାରିସନ୍ ଏକ ବିବୃତ୍ତି ଜାରି କରି କହିଥିଲେ ଯେ ଶିଖର ସମ୍ମିଳନୀରେ ଦ୍ୱିପାକ୍ଷିକ ବାଣିଜ୍ୟ ଓ ପୁଞ୍ଜି ବିନିଯୋଗ ସମ୍ପର୍କକୁ ଆହୁରି ଗଭୀର କରିବା ସହିତ ନୂଆ ଅର୍ଥନୈତିକ ସୁଯୋଗ ଅନ୍ୱେଷଣ ପାଇଁ ଆଲୋଚନା କରାଯିବ। ୟୁକ୍ରେନର ସାମ୍ପ୍ରତିକ ପରିସ୍ଥିତି ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଓ ମିଆଁମାର ଉପରେ ଏହାର ପ୍ରଭାବ ସମେତ ଆଞ୍ଚଳିକ ଓ ବହୁପକ୍ଷୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବୁ।

୧୫୦୦ କୋଟି ନିବେଶ ପ୍ୟାକେଜ୍ ଘୋଷଣା କରାଯାଇପାରେ

ଦୁଇ ଦେଶ ମଧ୍ୟରେ ଦୃଢ଼ ସମ୍ପର୍କ ପାରସ୍ପରିକ ବୁଝାମଣା ଓ ବିଶ୍ୱାସ ଉପରେ ଆଧାରିତ। ଭାରତ-ପ୍ରଶାନ୍ତ ମହାସାଗରରେ ଉଭୟ ପକ୍ଷର ଏକ ସାଧାରଣ ମତ ରହିଛି ବୋଲି ଅଷ୍ଟ୍ରେଲିଆ ପ୍ରଧାନ ମନ୍ତ୍ରୀ କହିଛନ୍ତି। ଏଥି ସହିତ ଉଭୟ ଦେଶ ଚଳିତ ମାସ ଶେଷ ସୁଦ୍ଧା ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବାକୁ ପ୍ରସ୍ତୁତ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସୋମବାର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଡିଜିଟାଲ ଶିଖର ବୈଠକରେ ମାରିସନ୍ ୧୫୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ୟାକେଜ୍ ଘୋଷଣା କରିବାକୁ ଯାଉଛନ୍ତି।

ରବିବାର ଦିନ ଅଷ୍ଟ୍ରେଲିଆ ହାଇ କମିଶନର ବାରି ଓ’ଫରେଲ ନିଶ୍ଚିତ କରିଥିଲେ ଯେ ଭାରତର ଉଚ୍ଚାଭିଳାଷୀ 'ମୁକ୍ତ ବାଣିଜ୍ୟ ଚୁକ୍ତିନାମା' (FTA) ର ପ୍ରଥମ ପର୍ଯ୍ୟାୟ ଚୂଡାନ୍ତ ହେବାର ସମ୍ଭାବନା ରହିଛି। ଓ’ଫରେଲ ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଚଳିତ ମାସ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ଅପେକ୍ଷା କରିଛୁ।

ଭାରତ ଓ ଅଷ୍ଟ୍ରେଲିଆର ବାଣିଜ୍ୟ ମୂଲ୍ୟ ୧୨ ବିଲିୟନ ଡଲାର

ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ବାଣିଜ୍ୟର ଆନୁମାନିକ ମୂଲ୍ୟ ୧୨ ବିଲିୟନ ଆମେରିକିୟ ଡଲାର। ସାମଗ୍ରୀ ଓ ସେବା ଉପରେ ପ୍ରଥମ ପର୍ଯ୍ୟାୟ ଚୁକ୍ତିନାମା ସହିତ ଏହା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। କୂଟନୈତିକ ସୂତ୍ରରୁ ପ୍ରକାଶ ଯେ ଏହି ଶିଖର ସମ୍ମିଳନୀରେ ଭାରତ ଓ ଅଷ୍ଟ୍ରେଲିଆର “ଶୀର୍ଷ-ସ୍ତରୀୟ ସହଭାଗୀତା” ପ୍ରତିଫଳିତ ହେବ ଓ ଏହା ଦ୍ରୁତ ଗତିରେ ପରିବର୍ତ୍ତନଶୀଳ ବିଶ୍ୱରେ ବୃହତ ଆକାଂକ୍ଷା ଓ ବ୍ୟବହାରିକ ପ୍ରଗତି ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ଦର୍ଶାଇବ।
Published by:Lipina Das
First published: