IPLର ଐତିହାସିକ ମ୍ୟାଚକୁ ନେଇ ବିରେନ୍ଦ୍ର ସେହୱାଗ କହିଲେ- ଗୋଟିଏ ଦିନ, ଦୁଇଟା ସୁପର ଓଭର, ଅତ୍ୟନ୍ତ ଅନ୍ୟାୟ

IPL: ଏଥର ଆଇପିଏଲରେ ଏପର୍ଯ୍ୟନ୍ତ ୪ ଥର ସୁପର ଓଭର (Super Over) ହୋଇସାରିଛି । ଯେକୌଣସି ଆଇପିଏଲ୍ ସିଜିନରେ ଏହା ହେଉଛି ସର୍ବାଧିକ ସୁପର ଓଭର ରେକର୍ଡ ।

IPLର ଐତିହାସିକ ମ୍ୟାଚକୁ ନେଇ ବିରେନ୍ଦ୍ର ସେହୱାଗ କହିଲେ- ଗୋଟିଏ ଦିନ, ଦୁଇଟା ସୁପର ଓଭର, ଅତ୍ୟନ୍ତ ଅନ୍ୟାୟ
ବିରେନ୍ଦ୍ର ସେହୱାଗ (ଫାଇଲ ଫଟୋ)
  • News18 Odia
  • Last Updated: October 19, 2020, 10:31 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ରବିବାର ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ତିନିଥର ସୁପର ଓଭର (Super Over) ହୋଇଥିଲା । ପ୍ରଥମେ କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ (KKR Vs SRH) ମଧ୍ୟରେ ମ୍ୟାଚ୍ ସୁପର ଓଭର ହୋଇଥିଲା । ଏହା ପରେ ଦିନର ଦ୍ୱିତୀୟ ମ୍ୟାଚରେ ଆଉ ଏକ ଜବରଦସ୍ତ ଡ୍ରାମା ଦେଖିବାକୁ ମିଳିଥିଲା ​​। ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ୍ ଏକାଦଶ ପଞ୍ଜାବ (MI Vs KXIP) ମଧ୍ୟରେ ପ୍ରଥମଥର ପାଇଁ ମ୍ୟାଚ ଅମିମାଂସିତ ହୋଇଥିଲା । ତା’ପରେ ସୁପର ଓଭରରେ ସ୍କୋର ମଧ୍ୟ ସମାନ ଥିଲା । ପୁର୍ନବାର ଆଉ ଏକ ସୁପର ଓଭର ହୋଇଥିଲା ଯେଉଁଥିରେ ପଞ୍ଜାବ ଜିତିଥିଲେ । ଏହି ଦୁଇଟି ମ୍ୟାଚ୍କୁ ନେଇ ସାରା ବିଶ୍ୱରେ ଆଲୋଚନା ହେଉଛି । ପ୍ରତ୍ୟେକ ବଡ ବଡ଼ କ୍ରିକେଟର ଏହି ରୋମାଞ୍ଚକର ମ୍ୟାଚ୍ ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

କ’ଣ କହିଲେ ସେହୱାଗ?
ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ ସୋସିଆଲ ମିଡିଆରେ ନିଜର ଅନ୍ଦାଜ ତଥା ମଜାଳିଆ କମେଣ୍ଟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ତିନୋଟି ସୁପର ଓଭରକୁ ନେଇ ସେ ରବିବାର ଏକ ଟ୍ୱିଟ୍ କରି ଲେଖିଛନ୍ତି, 'ଏକ ଦିନ, ସୁପର ଓଭର ଦୋ, ବହତ୍ ନାଇନସାଫି ହେ ।'





କିଙ୍ଗସ୍ ଏକାଦଶ ପଞ୍ଜାବର ମାଲିକାଣୀ ପ୍ରୀତି ଜିଣ୍ଟାଙ୍କ ଖୁସି ହୋଇ କହିଛନ୍ତି- 'ବିଶ୍ୱାସ ହେଉନାହିଁ, ଏହା କିପରି ହୋଇପାରେ ତାହା ନିଶ୍ଚିତ ନୁହେଁ।'





ୟର୍କର ପରେ ୟର୍କରସ ମ୍ୟାଚ୍ ପରେ ମହମ୍ମଦ ଶାମି ଓ ଜସପ୍ରୀତ ବୁମ୍ରାଙ୍କୁ ସୁପର ଓଭରର ସବୁ ସ୍ଥାନରେ ଆଲୋଚନା କରାଯାଉଛି । ଭାସ୍ୟକାର ଆକାଶ ଚୋପ୍ରା ଏହି ଚମତ୍କାର ୟର୍କର ପାଇଁ ଏହି ଦୁଇଜଣଙ୍କୁ ପ୍ରଶଂସା କରିଛନ୍ତି ।





ସୁପର ଓଭର ରେକର୍ଡ
ଏଥର ଆଇପିଏଲରେ ଏପର୍ଯ୍ୟନ୍ତ ୪ଟି ସୁପର ଓଭର ହୋଇଛି । ଯେକୌଣସି ଆଇପିଏଲ୍ ସିଜିନରେ ଏହା ହେଉଛି ସର୍ବାଧିକ ସୁପର ଓଭର । ୨୦୧୩ ଓ ୨୦୧୯ ସିଜିନରେ ଦୁଇଟି ଲେଖାଏଁ ସୁପର ଓଭର ହୋଇଥିଲା ।
Published by: Jagdish Barik
First published: October 19, 2020, 10:27 AM IST
corona virus btn
corona virus btn
Loading