Virat welcomes Baby Girl: ବିରାଟ ଓ ଅନୁଷ୍କାଙ୍କ କୁନି ଝିଅର ପ୍ରଥମ ଫଟୋ ସାମନାକୁ ଆସିଲା

ବିରାଟ ଓ ଅନୁଷ୍କାଙ୍କ ଘରେ ଆସି ପହଞ୍ଚିଥିବା କୁନି ପରୀର ଫଟୋକୁ ବିରାଟଙ୍କ ଭାଇ ବିକାଶ କୋହଲି ଶେୟାର କରିଛନ୍ତି । ବିରାଟ ଓ ଅନୁଷ୍କାଙ୍କ ପରିବାର ବର୍ଗ ଏହି କନ୍ୟା ସନ୍ତାନର ଜନ୍ମକୁ ନେଇ ଖୁବ୍ ଖୁସି ଅଛନ୍ତି ।

Virat welcomes Baby Girl: ବିରାଟ ଓ ଅନୁଷ୍କାଙ୍କ କୁନି ଝିଅର ପ୍ରଥମ ଫଟୋ ସାମନାକୁ ଆସିଲା
କୁନି ପରୀର ଫଟୋ ଓ (ଡାହାଣ) ତା’ ଗର୍ବିତ ପିତାମାତା
  • News18 Odia
  • Last Updated: January 11, 2021, 8:31 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ବିରାଟ କୋହଲି (Virat Kohli) ଓ ଅନୁଷ୍କା ଶର୍ମା (Anushka Sharma) ପ୍ରଥମ ଥର ପାଇଁ ପିତାମାତା ହୋଇଛନ୍ତି । ଗୋଟିଏ କୁନି ପରୀ ସେମାନଙ୍କ ଘରକୁ ଆସିଛି । ପିତା ହେବା ମାତ୍ରେ ବିରାଟକୋହଲି ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜ ପ୍ରଶଂସକମାନଙ୍କୁ ଏହାର ସୂଚନା ଦେଇଥିଲେ । ଏବେ ବିରୁଷ୍କାଙ୍କ (Virushka) ଏହି କୁନି ପରୀର ପ୍ରଥମ ଫଟୋ ସାମନାକୁ ଆସିଛି ।

ଏହି ଫଟୋକୁ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ଶେୟାର କରିଛନ୍ତି । ବିରାଟ ଓ ଅନୁଷ୍କାଙ୍କ ପରିବାର ବର୍ଗ ଏହି କନ୍ୟା ସନ୍ତାନର ଜନ୍ମକୁ ନେଇ ଖୁବ୍‌ ଖୁସି ଅଛନ୍ତି ।

ବିରାଟ କୋହଲି (Virat welcome Baby Girl) ଏକ ଟ୍ୱିଟ୍ କରି କହିଛନ୍ତି, ‘‘ଆମେ ଆପଣଙ୍କୁ ଏହି ଖବର ଶୁଣେଇ ଖୁସି ଅନୁଭବ କରୁଛୁ ଯେ ଆଜି ଅପରାହ୍ଣରେ ମୁଁ ଓ ଅନୁଷ୍କା ଏକ କନ୍ୟା ସନ୍ତାନର ପିତାମାତା ହୋଇଛୁ । ଆମେ ଆପଣମାନଙ୍କୁ ଆପଣଙ୍କ ପ୍ରେମ, ଶୁଭେଚ୍ଛା ଓ ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣାଉଛୁ ।’’

ଏହା ବି ପଢ଼ନ୍ତୁ | ଢେଙ୍କାନାଳରେ ପଡ଼ୋଶୀ ଘର ବୋହୂ ହିଁ ୩ ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରିଥିଲା; ମାନିଲା, ଗିରଫ ହେଲା

ବିରାଟ କୋହଲି ଏହା ବି କହିଛନ୍ତି ଯେ ଉଭୟ ଅନୁଷ୍କା ଓ ଶିଶୁ କନ୍ୟା ସୁସ୍ଥ ଅଛନ୍ତି । ‘‘ଆମ ଜୀବନର ଏହି ନୂଆ ଅଧ୍ୟାୟ ଆରମ୍ଭ କରୁଥିବାରୁ ଆମ ଖୁସିର ସୀମା ନାହିଁ । ଆମେ ଆଶା କରୁଛୁ ଯେ ଆପଣମାନେ ଏହି ସମୟରେ ଆମର ଗୋପନୀୟତାକୁ ସମ୍ମାନ କରିବେ,’’ ସେହି ଟ୍ୱିଟରେ ସେ ଲେଖିଛନ୍ତି ।








View this post on Instagram






A post shared by Vikas Kohli (@vk0681)






ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସେଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବା ପରେ ବିରାଟ କୋହଲି ଭାରତ ଫେରି ଆସିଥିଲେ । ଅନୁଷ୍କାଙ୍କ ଯତ୍ନ ନେବା ପାଇଁ ବିରାଟ କୋହଲି ଏବେ ପୈତୃକ ଛୁଟି (paternity leave) ନେଇଛନ୍ତି ।

ଏହା ବି ପଢ଼ନ୍ତୁ | ଓଲିଉଡ୍ ଷ୍ଟାର୍ ଦମ୍ପତି ବର୍ଷା ଅନୁଭବ ମହିଳା କମିଶନଙ୍କ ନିକଟରେ ହାଜର ହେଲେ

କ୍ରିକେଟ୍‌ ଖେଳାଳୀ ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ସେମାନଙ୍କ ପ୍ରଶଂସକମାନେ ପ୍ରେମରେ 'ବିରୁଷ୍କା' (Viruksha) ବୋଲି ଡାକନ୍ତି । ୧୧ ଡିସେମ୍ବର ୨୦୧୭ରେ ଏହି ଦମ୍ପତି ଇଟାଲୀରେ ଏକ ବିବାହ କରିଥିଲେ । ସେବେ ଠାରୁ ଏହି ସେଲିବ୍ରିଟି ଦମ୍ପତିଙ୍କୁ ସୋସିଆଲ ମିଡ଼ିଆରେ ବହୁତ ପ୍ରେମ ମିଳିଆସୁଛି । ଏହି ଯୋଡ଼ିକୁ ସେମାନଙ୍କ ପ୍ରଶଂସକମାନେ ବହୁତ ଭଲ ପାଆନ୍ତି ।



ଅନୁଷ୍କା ପୂର୍ବରୁ କହିଛନ୍ତି ଯେ ସେ ଓ ତାଙ୍କ ସ୍ୱାମୀ ବିରାଟ ‘‘ଲୋକମାନଙ୍କ ଆଖି ଆଗରେ ନିଜ ପିଲାକୁ ବଡ଼ କରିବାକୁ’’ ଚାହୁଁ ନାହାଁନ୍ତି । ସେ କହିଥିଲେ, ‘‘ଆମେ ନିଜ ପିଲାକୁ ସୋସିଆଲ ମିଡ଼ିଆରେ ଜଡ଼ିତ କରିବାକୁ ଯୋଜନା କରୁନାହୁଁ । ମୁଁ ଭାବୁଛି ଏହି ନିଷ୍ପତ୍ତି ଆପଣଙ୍କ ପିଲା ନେବାରେ ସକ୍ଷମ ହେବା ଉଚିତ୍ । କୌଣସି ପିଲାକୁ ଅନ୍ୟ ପିଲା ଠାରୁ ଅଧିକ ସ୍ୱତନ୍ତ୍ର (ସ୍ପେଶାଲ୍‌) କରିବା ଉଚିତ୍ ନୁହେଁ । ବୟସ୍କମାନଙ୍କୁ ବି ଏହାର ମୁକାବିଲା କରିବା କଷ୍ଟକର ଲାଗୁଛି । ଏହା ଆମ ପାଇଁ ବି କଷ୍ଟସାଧ୍ୟ ହେବ, କିନ୍ତୁ ଆମେ ଏହି ନୀତି ଅନୁସରଣ କରିବାକୁ ଚାହୁଁ ।’’
Published by: Anand Shankar Thankur Das
First published: January 11, 2021, 8:31 PM IST
corona virus btn
corona virus btn
Loading