ବିରାଟ କୋହଲି ରଚିଲେ ଇତିହାସ; ଟି -୨୦ କ୍ରିକେଟରେ ୯୦୦୦ ରନ୍ କରିଥିବା ପ୍ରଥମ ଭାରତୀୟ ହେଲେ

ବିରାଟ କୋହଲି ହର୍ଷଲ ପଟେଲଙ୍କ ଚତୁର୍ଥ ଓଭରର ପ୍ରଥମ ବଲକୁ ଚୌକା ମାରି ବ୍ୟକ୍ତିଗତ ସ୍କୋର ୧୦ ରନରେ ପହଞ୍ଚିଥିଲେ । ଏହା ସହ ବିରାଟ କୋହଲି ମଧ୍ୟ ୯୦୦୦ ରନ୍ ପୂରଣ କରିବାରେ ପ୍ରଥମ ଭାରତୀୟ ହେବାର ଗୌରବ ହାସଲ କରିଥିଲେ ।

ବିରାଟ କୋହଲି ରଚିଲେ ଇତିହାସ; ଟି -୨୦ କ୍ରିକେଟରେ ୯୦୦୦ ରନ୍ କରିଥିବା ପ୍ରଥମ ଭାରତୀୟ ହେଲେ
ବିରାଟ କୋହଲି ଟି -୨୦ କ୍ରିକେଟରେ ୯୦୦୦ ରନ୍ କରିଥିବା ପ୍ରଥମ ଭାରତୀୟ ହେଲେ
  • News18 Odia
  • Last Updated: October 6, 2020, 9:59 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର (RCB) ଅଧିନାୟକ ବିରାଟ କୋହଲି ସୋମବାର ଏକ ପ୍ରମୁଖ ସଫଳତା ହାସଲ କରିଛନ୍ତି । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ ବିପକ୍ଷରେ ଖେଳି ବିରାଟ ୩୯ଟି ବଲରେ ୪୩ ରନ୍ ସଂଗ୍ରହ କରିଥିଲେ । ଏହି ମ୍ୟାଚରେ ୧୦ ରନ୍ ସ୍କୋର କରିବା ପରେ ଭାରତୀୟ ଅଧିନାୟକ ଟି -୨୦ କ୍ରିକେଟରେ ୯୦୦୦ ରନ୍ ସ୍କୋର କରିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଥିଲେ । ଆଇପିଏଲର ୧୩ ତମ ସିଜନରେ ପ୍ରଥମ ତିନୋଟି ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ କରିଥିବା ବିରାଟ ଏବେ ତାଙ୍କ ଫର୍ମକୁ ଫେରିଥିବାର ନଜର ଆସିଛନ୍ତି । ଏହାପୂର୍ବରୁ ସେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଅପରାଜିତ ୭୨ ରନ୍ ସ୍କୋର କରି ଦଳକୁ ଜିତାଇଥିଲେ ।

ବିରାଟ କୋହଲି ହର୍ଷଲ ପଟେଲଙ୍କ ଚତୁର୍ଥ ଓଭରର ପ୍ରଥମ ବଲକୁ ଚୌକା ମାରିଥିଲେ ଓ ନିଜର ବ୍ୟକ୍ତିଗତ ସ୍କୋର ୧୦ ରନରେ ପହଞ୍ଚିଥିଲେ । ଏହା ସହ ବିରାଟ କୋହଲି ମଧ୍ୟ ୯୦୦୦ ରନ୍ ପୂରଣ କରିବାରେ ପ୍ରଥମ ଭାରତୀୟ ହେବାର ଗୌରବ ହାସଲ କରିଥିଲେ । ବିରାଟ କୋହଲି ମଧ୍ୟ ଆଇପିଏଲ ଇତିହାସରେ ସର୍ବାଧିକ ରନ୍ କରିଥିବା ଖେଳାଳି ଅଟନ୍ତି । ସେ ହାରାହାରି ୩୭.୭୨ ଓ ଷ୍ଟ୍ରାଇକ୍ ରେଟ୍ ୧୩୦.୯୯ ରେ ୧୮୨ଟି ମ୍ୟାଚରେ ୫୫୪୫ ରନ୍ ସ୍କୋର କରିଛନ୍ତି ।

ଟି -୨୦ କ୍ରିକେଟରେ ୯୦୦୦ ରନ୍ ପୂରଣ କରିଥିବା ସପ୍ତମ ବ୍ୟାଟ୍ସମ୍ୟାନ୍
ବିରାଟ କୋହଲି ଟି -୨୦ କ୍ରିକେଟରେ ୯୦୦୦ ରନ୍ ପୂରଣ କରିଥିବା ସପ୍ତମ ବ୍ୟାଟ୍ସମ୍ୟାନ୍ ଅଟନ୍ତି । ବିରାଟ କୋହଲିଙ୍କ ପୂର୍ବରୁ କ୍ରିସ୍ ଗେଲ୍ (୧୩୨୯୬), କିରନ୍ ପୋଲାର୍ଡ (୧୦୩୪୫), ଶୋଏବ ମଲିକ୍ (୯୯୧୬), ବ୍ରେଣ୍ଡନ୍ ମ୍ୟାକକୁଲମ୍ (୯୯୨୨), ଡେଭିଡ଼ ୱାର୍ଣ୍ଣର (୯୪୫୧) ଓ ଆରୋନ ଫିଞ୍ଚ (୯୧୬୧)ରନ୍ କରି ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି ।

୨୭୧ଟି ଇନିଂସରେ ହାସଲ କଲେ ଏହି କୃତିତ୍ୱ
ବିରାଟ କୋହଲି ୨୭୧ଟି ଇନିଂସରେ ଏହି କୃତିତ୍ୱ ହାସଲ କରିଛନ୍ତି । ଏହି ସମୟ ମଧ୍ୟରେ ସେ 5ଟି ଶତକ ଓ ୬୫ଟି ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଆଇପିଏଲରେ ସେ ୧୯୩ଟି ଛକା ଓ ୪୮୯ଟି ଚୌକା ମାରିଛନ୍ତି ।

ଦିଲ୍ଲୀ ଆରସିବିକୁ ୫୯ ରନରେ ପରାସ୍ତ କଲା
ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତିବା ପରେ ବିରାଟ କୋହଲି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ମାର୍କସ ଷ୍ଟୋଇନିସଙ୍କ ନେତୃତ୍ୱରେ ବ୍ୟାଟ୍ସମ୍ୟାନ୍ ମାନେ ବିସ୍ଫୋରକ ବେଟିଂ ସହ ଘାତକ ବୋଲିଂ ଯୋଗୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୫୯ ରନରେ ପରାସ୍ତ କରି ଆଇପିଏଲ-୨୦୨୦ ରେ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚି ଯାଇଛନ୍ତି ।

ଆରସିବି ୯ ୱିକେଟ୍ ହରାଇ ୧୩୭ ରନ୍ ସ୍କୋର କରିପାରିଥିଲା
ମାର୍କସ୍ ଷ୍ଟୋଇନିସ୍ (୨୬ଟି ବଲ, ଦୁଇଟି ଛକା, ଛଅ ଚାରି, ୫୩ ନଟ୍ ଆଉଟ୍ ) ଓ ଋଷଭ ପନ୍ତଙ୍କ (୩୭) ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୮୯ ରନ୍ ସହଭାଗୀତା ହେତୁ ଦିଲ୍ଲୀ ଚାରିଟି ୱିକେଟ୍ ହରାଇ ୧୯୬ ସ୍କୋର କରିଥିଲା । ଏହାର ଜବାବରେ ଦ୍ରୁତ ବୋଲର କାଗିସୋ ରାବାଡା (୨୪ ରନ୍ ଦେଇ ଚାରିଟି ୱିକେଟ୍), ବାମହାତୀ ସ୍ପିନର ଆକ୍ସର ପଟେଲ (୧୮ ରନ୍ ଦେଇ ଦୁଇଟି ୱିକେଟ୍), ଏନ୍ରିକ୍ ନର୍ଟେଜେ (୨୨ ରନ୍ ଦେଇ ଟି ୱିକେଟ୍) ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ (୨୬ ରନ୍ ଦେଇ ୧ ୱିକେଟ୍) ଘାତକ ବୋଲିଂ ସାମ୍ନାରେ ଆରସିବି ଦଳ ନଅ ୱିକେଟ୍ ହରାଇ କେବଳ ୧୩୭ ରନ୍ ସ୍କୋର କରିପାରିଥିଲା ।

ବିରାଟ କୋହଲି କରିଥିଲେ ୪୩ ରନ୍
କ୍ୟାପଟେନ ବିରାଟ କୋହଲି ଆରସିବି ପାଇଁ ୪୩ ରନ୍ ସଂଗ୍ରହ କରିଥିଲେ । ତାଙ୍କ ବ୍ୟତୀତ ଆରସିବିର କୌଣସି ବ୍ୟାଟ୍ସମ୍ୟାନ୍ ମଧ୍ୟ ୨୦ ରନ୍ ଛୁଇଁ ପାରି ନ ଥିଲେ । ପାଞ୍ଚଟି ମ୍ୟାଚରେ ଚାରିଟି ବିଜୟରୁ ଆଠ ପଏଣ୍ଟ ସହ ଦିଲ୍ଲୀର ଦଳ ଶୀର୍ଷରେ ପହଞ୍ଚିଛି । ପାଞ୍ଚଟି ମ୍ୟାଚରୁ ଆରସିବି ୬ ପଏଣ୍ଟ ମିଳିଛି ।
Published by: Jagdish Barik
First published: October 6, 2020, 9:59 AM IST
corona virus btn
corona virus btn
Loading