ନିଜ ଅନ୍ତରଙ୍ଗ ମୁହୂର୍ତ୍ତକୁ ରେକର୍ଡ଼ କରୁଥିଲେ ମହିଳା; ହେଲେ ଆରମ୍ଭ ହୋଇଗଲା ଫେସବୁକ Live..

@rroberson16 ନାମକ ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କ ସହିତ ଏପରି ଘଟଣା ଘଟିଲା ଯାହା ତାଙ୍କୁ ବହୁତ ଲଜ୍ଜିତ କରିଥିଲା । ସେ କ୍ୟାମେରାରେ ନିଜର ଅନ୍ତରଙ୍ଗ ମୁହୂର୍ତ୍ତକୁ କାବୁ କରିବାକୁ ଚେଷ୍ଟା କରୁଥିବାବେଳେ ହଠାତ୍ ଫେସବୁକରେ ଲାଇଭ୍ ଆରମ୍ଭ ହୋଇ ଯାଇଥିଲା।

ନିଜ ଅନ୍ତରଙ୍ଗ ମୁହୂର୍ତ୍ତକୁ ଲାଇଭ କରିଦେଇଥିଲେ ମହିଳା (ପ୍ରତୀକାତ୍ମକ ଛବି)

ନିଜ ଅନ୍ତରଙ୍ଗ ମୁହୂର୍ତ୍ତକୁ ଲାଇଭ କରିଦେଇଥିଲେ ମହିଳା (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ପ୍ରାୟତଃ ଦମ୍ପତ୍ତିମାନେ ସେମାନଙ୍କର ବ୍ୟକ୍ତିଗତ ମୁହୂର୍ତ୍ତକୁ ରେକର୍ଡ କରିବାକୁ ଚାହାଁନ୍ତି। ଅନେକ ଦମ୍ପତ୍ତି ଦାବି କରନ୍ତି ଯେ ଏହା କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ପ୍ରେମ ବଢିଥାଏ ଓ ସେମାନେ ଅଧିକ ରୋମାଣ୍ଟିକ୍ ହୋଇଥାନ୍ତି । କିନ୍ତୁ ବେଳେବେଳେ ବ୍ୟକ୍ତିଗତ ମୂହୁର୍ତ୍ତଗୁଡିକ ରେକର୍ଡିଂ କରିବା କାହା ପାଇଁ ଭାରୀ ପଡିପାରେ। ସମ୍ପ୍ରତି ଜଣେ ମହିଳା ସୋସିଆଲ ମିଡିଆରେ ଏହିପରି ଏକ ଅନୁଭୂତି ବାଣ୍ଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।

ଦି ସନ୍ ୱେବସାଇଟର ରିପୋର୍ଟ ଅନୁଯାୟୀ, ଟିକଟକ ବ୍ୟବହାରକାରୀ @rroberson16 ନିକଟରେ ଏକ ଭିଡିଓ ସେୟାର କରି କହିଥିଲେ ଯେ ଥରେ ତାଙ୍କ ଓ ତାଙ୍କ ସ୍ୱାମୀଙ୍କ ସହିତ ଏପରି ଘଟଣା ଘଟିଲା ଯାହା ତାଙ୍କୁ ବହୁତ ଲଜ୍ଜିତ କରିଥିଲା ।  ମହିଳା ଜଣକ କହିଛନ୍ତି ଯେ ଗତ ବର୍ଷ ସେ କ୍ୟାମେରାରେ ନିଜର ଅନ୍ତରଙ୍ଗ ମୁହୂର୍ତ୍ତକୁ କାବୁ କରିବାକୁ ଚେଷ୍ଟା କରୁଥିବାବେଳେ ହଠାତ୍ ଫେସବୁକରେ ଲାଇଭ୍ ଆରମ୍ଭ ହୋଇ ଯାଇଥିଲା। ଅନେକ ଲୋକ ଏହି ଲାଇଭ୍ ଦେଖିଥିଲେ, ଯେଉଁଥିରେ ତାଙ୍କ ପିତା ମଧ୍ୟ ସାମିଲ ଥିଲେ।

ମହିଳାଙ୍କ ପିତା ମଧ୍ୟ ଏହି ଭିଡିଓ ଦେଖିଛନ୍ତି

ଏହା ଶୁଣିବା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଥିବେ। ଉଲ୍ଲେଖଥାଉ କି, ମହିଳାଙ୍କ ପ୍ରତିକ୍ରିୟା ମଧ୍ୟ ସମାନ ଥିଲା।  ସେ କହିଛନ୍ତି ଯେ ସେ ଜାଣନ୍ତି ନାହିଁ କିନ୍ତୁ ଲାଇଭ ଭିଡିଓ ଫେସବୁକରେ ଆରମ୍ଭ ହୋଇଯାଇଥିଲା ଓ ପ୍ରାୟ ୪୬ ଜଣ ଲୋକ ଏହି ଭିଡିଓ ଦେଖିଥିଲେ।  ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ପିତା ଥିଲେ। ଏକ ଶିଶୁର ମା ଭିଡିଓରେ କହିଛନ୍ତି ଯେ ତାଙ୍କର ଜଣେ ବନ୍ଧୁ ଏହା ଜାଣିବା ପରେ ତୁରନ୍ତ ତାଙ୍କୁ ଫୋନ କରିଥିଲେ, ଓ ସେ ଭିଡିଓ ବନ୍ଦ କରିଦେଇଥିଲେ। ଯେତେବେଳେ ସେ ଦେଖିଲେ ଯେ ପିତା ମଧ୍ୟ ଏହି ଭିଡିଓ ଦେଖିଛନ୍ତି, ମହିଳା ଜଣକ ଲଜ୍ଜାରେ ଏକ ସପ୍ତାହ କାନ୍ଦୁଥିଲେ।

ଲୋକ ମଜାଳିଆ ମନ୍ତବ୍ୟ ଦେଇଥିଲେ

କିନ୍ତୁ ମହିଳାଙ୍କ ସ୍ୱାମୀ ବହୁତ ସୋପୋର୍ଟିଭ ଥିଲେ। ଏଇ ଘଟଣାର ଗୋଟିଏ ବର୍ଷ ପରେ ମଧ୍ୟ ସେ ଏ ବିଷୟକୁ ନେଇ ଚିନ୍ତିତ ନଥିଲେ। ସେ ମହିଳାଙ୍କୁ ବୁଝିବାକୁ ମଧ୍ୟ ଦେଲେ ନାହିଁ ଯେ ଏହା ଏକ ଚିନ୍ତାର ବିଷୟ। ତେବେ ଲୋକମାନେ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଅନେକ ଲୋକ ମହିଳାଙ୍କ ଏହି ଅନୁଭୂତି ଶୁଣିବାକୁ ଡରି ଯାଇଥିଲେ। ସେ କହିଛନ୍ତି ଯେ ଏହି ନୂତନ ପଦ୍ଧତିର ବିପଦ ଚିହ୍ନଟ ହୋଇଛି, ଯାହା ପାଇଁ ଭବିଷ୍ୟତରେ ଆମେ ସତର୍କ ରହିବୁ।  ଅନ୍ୟ ଜଣେ ଥଟ୍ଟା କରି କହିଲା ଯେ ଯଦି ଏହା ମୋ ସହିତ ହୋଇଥାନ୍ତା, ତେବେ ମୋ ଦେହରୁ ପ୍ରାଣ ବାହାରି ଯାଇଥାନ୍ତା।
Published by:Soumya Das
First published: