ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Viral Video: ମଥା ଉପରେ ଚଢ଼ିଗଲା ଟ୍ରାକ୍ଟର୍‌ର ଚକ; ହେଲମେଟ୍ ପିନ୍ଧିଥିଲା ବୋଲି ବଞ୍ଚିଗଲା ଲୋକଟି

Viral Video: ମଥା ଉପରେ ଚଢ଼ିଗଲା ଟ୍ରାକ୍ଟର୍‌ର ଚକ; ହେଲମେଟ୍ ପିନ୍ଧିଥିଲା ବୋଲି ବଞ୍ଚିଗଲା ଲୋକଟି

Helmet saves man in road accident as seen in viral video | କୁନି ପିଲାଟି ବି ନିଜ ମା’ ହାତରୁ ଖସିପଡ଼ିବା ପରେ ଟ୍ରାକ୍ଟରର ଚକ ତଳକୁ ଆସିଯାଇଥାନ୍ତା, ହେଲେ ତାକୁ ମା’ ବାହାରକୁ ଟାଣି ଆଣିଥିଲେ । କିନ୍ତୁ ଟ୍ରାକ୍ଟର୍ ଡାଲାର ପଛ ଚକ ସେହି ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଚଢ଼ି ବାହାରିଯାଇଥିଲା ।

Viral Video: ମଥା ଉପରେ ଚଢ଼ିଗଲା ଟ୍ରାକ୍ଟର୍‌ର ଚକ; ହେଲମେଟ୍ ପିନ୍ଧିଥିଲା ବୋଲି ବଞ୍ଚିଗଲା ଲୋକଟି
ଭାଇରାଲ୍ ଭିଡିଓରୁ ଏକ ଦୃଶ୍ୟ
  • News18 Odia
  • Last Updated: September 15, 2021, 11:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଦାହୋ (ଗୁଜୁରାଟ): ଏହି ଭିଡିଓ ଦେଖି ଆପଣଙ୍କୁ ଭୟଭୀତ ହୋଇଯାଇପାରନ୍ତି । ଏହା ଏକ ଭୟଙ୍କର ସଡ଼କ ଦୁର୍ଘଟଣାର ଭିଡିଓ । କିନ୍ତୁ ଏହି ଭିଡିଓ ଦେଖି ଆପଣ ଜାଣିପାରିବେ ହେଲମେଟ୍‌ ପିନ୍ଧିବା କେତେ ଜରୁରୀ । କାହିଁକି ଟ୍ରାଫିକ୍‌ ପୋଲିସ, ସରକାର ଓ ଆମର ସବୁ ଶୁଭଚିନ୍ତକ ଆମକୁ ହେଲମେଟ୍‌ ପିନ୍ଧି ବାଇକ୍‌ ଚଳାଇବାକୁ କହନ୍ତି ତାହା ଏହି ଭିଡିଓ ଦେଖିଲେ ସ୍ପଷ୍ଟ ହେବ ।

ଏହା ଏମିତି ଗୋଟିଏ ସଡ଼କ ଦୁର୍ଘଟଣା ଥିଲା ଯେଉଁଥିରେ ବ୍ୟକ୍ତିର ତତକ୍ଷଣାତ୍‌ ମୃତ୍ୟୁ ଅବଶ୍ୟମ୍ଭାବୀ ଲାଗୁଥିଲା, ହେଲେ ସେ ବଞ୍ଚିଯାଇଥିଲା । ଏପରିକି ତାକୁ ସାମାନ୍ୟ ଆଘାତ ବି ଲାଗି ନ ଥିଲା । ଏହି ଦୁର୍ଘଟଣା ଗୁଜୁରାଟର ଦାହୋଦରେ ଘଟିଛି ଓ ଏହାର ଏକ ଭିଡିଓ ଭାଇରାଲ ହୋଇଛି । ଏଥିରେ ଜଣେ ବ୍ୟକ୍ତିଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିବା ଦେଖାଯାଇଛି । ଭିଡିଓ ନ ଦେଖିଲେ ତାହା କେମିତି ହେଲା ବୁଝି ହେବ ନାହିଁ (Dahod accident viral video)।

ଏହା ବି ପଢ଼ନ୍ତୁ | ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଚୋରି ଅଭିଯୋଗରେ ଜଣ ସନ୍ଦିଗ୍ଧ ଗୁପ୍ତଚର ଗିରଫ ହେଲେ

ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ବାଇକ୍ ପଛ ପଟେ ବସାଇ ଯାଉଥିଲେ । ପତ୍ନୀଙ୍କ କୋଳରେ ସେମାନଙ୍କର ଛୋଟ ପିଲାଟିଏ ବି ଥିଲା । ପ୍ରବଳ ବର୍ଷା ଯୋଗୁଁ ରାସ୍ତାଟିର ଅନେକ ସ୍ଥାନରେ ପାଣି ଜମିଥିଲା । ସେହି ଜଳକୁ ଏଡ଼ାଇବା ପାଇଁ ବ୍ୟକ୍ତି ଜଣକ ନିଜ ମୋଟର ସାଇକେଲକୁ ସାମାନ୍ୟ ମୋଡ଼ିବା ବେଳେ ସାମ୍ନାରୁ ଏକ ଟ୍ରାକ୍ଟର ଆସିଥିଲା । ସେତିକି ବେଳେ ବାଇକ୍ ଚଳାଳୀ ଭାରମାମ୍ୟ ହରାଇବସିଥିଲେ ଓ ନିଜ ବାଇକରୁ ଖସି ପଡି଼ଥିଲେ । ଟ୍ରାକ୍ଟରର ପଛ ପଟେ ଲାଗିଥିବା ଡଲାର ଚକ ତାଙ୍କ ମଥା ଉପରେ ଚଢ଼ି ବାହାରିଯାଇଥିଲା (Dagod accident)।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେ ନିଶାମୁକ୍ତି ନାଁରେ ଯୁବକକୁ ପିଟିପିଟି ହତ୍ୟା କରିଥିଲେ; କେନ୍ଦ୍ରର ମାଲିକ ଧରାପଡ଼ିଲା

କୁନି ପିଲାଟି ବି ନିଜ ମା’ ହାତରୁ ଖସିପଡ଼ିବା ପରେ ଟ୍ରାକ୍ଟରର ଚକ ତଳେ ପଡ଼ିଯାଇଥାନ୍ତା, ହେଲେ ତାକୁ କୌଣସି ପ୍ରକାରେ ମା’ ବାହାରକୁ ଟାଣି ଆଣି ତା’ ଜୀବନ ବଞ୍ଚାଇଥିଲେ । କିନ୍ତୁ ଟ୍ରାକ୍ଟର୍‌ ଡାଲାର ପଛ ଚକ ସେହି ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଚଢ଼ି ବାହାରିଯିବା ପରେ ବି ସେ ଚମତ୍କାର ଭାବରେ ବଞ୍ଚିଯାଇଥିଲେ । ଆପଣ ଏହି ଭିଡିଓ ନ ଦେଖିଲେ ଏହି ଘଟଣାକୁ ବିଶ୍ୱାସ କରିପାରିବେ ନାହିଁ (Gujarat accident video)।

ଏଇଠି ଦେଖନ୍ତୁ ସେହି ଭାଇରାଲ୍‌ ଭିଡିଓ:



ମଥା ଉପରେ ଟ୍ରାକ୍ଟର୍‌ ଡାଲାର ଚକ ପୂରା ଚଢ଼ି ବାହାରିଯିବା ପରେ ବି ସେହି ବ୍ୟକ୍ତିଙ୍କ ମଥାରେ ଆଘାତ ଲାଗି ନ ଥିଲା । ଏହା ସମ୍ଭବ ହୋଇଥିଲା ସେ ହେଲମେଟ୍‌ ପିନ୍ଧିଥିଲେ ବୋଲି । କିଛି ଲୋକ ତାଙ୍କୁ ତଳୁ ଉଠିବାରେ ସାହାଯ୍ୟ କରିବା ପରେ ସେ ଉଠି ଠିଆ ହୋଇଥିଲେ । ତାଙ୍କ ଦେହର କୌଣସି ଜାଗାରେ ବି କୌଣସି ଆଘାତ ଲାଗି ନ ଥିଲା । ଏହି ଘଟଣାକୁ ଦେଖିଥିବା ଲୋକେ ଏହାକୁ ଭଗବାନଙ୍କ କୃପା ବୋଲି କହୁଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପାଣିକୋଇଲି ଡବଲ୍ମର୍ଡ଼ର: Sex ସମ୍ପର୍କକୁ ନେଇ ହୋଇଥିଲା ହତ୍ୟା; କିନ୍ନର ସମେତ ଜଣ ଗିରଫ

ଯଦିଓ ହେଲମେଟ୍‌ ପିନ୍ଧିଥିଲେ ବୋଲି ଏହି ବ୍ୟକ୍ତି ଜଣଙ୍କ ମଥାରେ ଆଦୌ ଆଘାତ ତାଗି ନ ଥିଲା, କହି ହେବ ନାହିଁ ଯେ ହେଲମେଚ୍‌ ସବୁ ବେଳେ ଏମିତି ସୁରକ୍ଷା ଦେବ । ହେଲମେଟ୍‌ ପିନ୍ଧିଥିଲେ ସୁରକ୍ଷା ମିଳିବାର ସମ୍ଭାବନା ଅଧିକ ଥାଏ, ହେଲେ ନିଜେ ଠିକ୍‌ ଭାବରେ ଓ ସାବଧାନତା ସହ ଗାଡ଼ି ଚାଳନା କରିବା ସବୁବେଳେ ଜରୁରୀ ।



ଭିଡିଓରେ ଦେଖାଯାଉଛି ଯେ ବ୍ୟକ୍ତି ଜଣଙ୍କ ମଥା ଉପରେ ଟ୍ରାକ୍ଟର୍‌ ଡାଲାର ଚକ ଚଢ଼ି ବାହାରିଯିବା ପରେ ତାଙ୍କ ସ୍ତ୍ରୀ ତଳୁ ଉଠି ପ୍ରଥମେ ବ୍ୟକ୍ତିଙ୍କୁ ନ ଦେଖି ଆଗେ ଟ୍ରାକ୍ଟର୍‌ ଡ୍ରାଇଭର୍‌ ଉପରେ କ୍ରୋଧ ପ୍ରକାଶ କରୁଛନ୍ତି ।
Published by: Anand S.T. Das
First published: September 15, 2021, 11:29 PM IST