News18 Odia Digital
ନୂଆ ଦିଲ୍ଲୀ: ସୋସିଆଲ୍ ମିଡିଆ (Social Media) ହେଉଛି ଏପରି ଏକ ପ୍ଲାଟଫର୍ମ ଯେଉଁଠାରେ ଆପଣ ଘଣ୍ଟା ଘଣ୍ଟା ସମୟ ବିତାଇ ପାରିବେ । ଏଠାରେ ସମସ୍ତ ପ୍ରକାରର ଭିଡିଓ ଉପଲବ୍ଧ ରହିଛି ଓ ତାହା ବି ଗୋଟିଏ କ୍ଲିକରେ ଦେଖି ହେଉଛି । କିଛି ଦିନ ହବେ ଗୋଟିଏ ଭିଡିଓ ଜୋରଦାର ଭାଇରାଲ ହେଉଛି ଓ ଲୋକମାନେ ଏହାକୁ ସବୁ ସ୍ଥାନରେ ସେୟାର କରୁଛନ୍ତି । ଏହି ଭିଡିଓଟି କାର୍ ପାର୍କିଂର ଅଟେ । ଭିଡିଓର ଶେଷ ଭାଗରେ ଜଣେ ମହିଳା ଅନ୍ୟ ଜଣେ ଝିଅକୁ ଏପରି ଚକମା ଦେଉଛନ୍ତି ଯେ ତାହାକୁ ଆପଣ ଏହା ଦେଖି ନିଜର ହସକୁ ଅଟକାଇ ପାରିବେ ନାହିଁ ।
ପ୍ରାୟ ଏକ ମିନିଟର ଏହି ଭିଡିଓ ଟିକଟକରେ ପ୍ରସ୍ତୁତ କରାଯାଇଛି, କିନ୍ତୁ ଏହାକୁ ଟ୍ୱିଟରରେ ପୋଷ୍ଟ କରାଯାଇଛି । କିଛିଦିନ ହେବ ଚାଇନିଜ୍ ଆପ୍ ଟିକଟକକୁ ନିଷେଧ କରାଯଇଛି । ବର୍ତ୍ତମାନ ଏହି ଭିଡିଓରେ କ’ଣ ଅଛି ତାହା ବ୍ୟବସ୍ଥିତ ଭାବରେ ବୁଝିବାକୁ ଚେଷ୍ଟା କରନ୍ତୁ । ରାସ୍ତା ସାମ୍ନାରେ ଏକ ପାର୍କିଂ କ୍ଷେତ୍ର ଅଛି । ଦୁଇଟି କାର ସେଠାରେ ପୂର୍ବରୁ ଠିଆ ହୋଇଛି । ଦୁଇଟି କାର ମଧ୍ୟରେ ଟିକିଏ ସ୍ଥାନ ଅଛି । ଏହା ମଝିରେ ଏକ କାର ପାର୍କିଂ ହୋଇପାରିବ । କିନ୍ତୁ ଅସୁବିଧା ହେଉଛି ଯେ ଯାନକୁ ସିଧା ଲାଇନରେ ପାର୍କ କରିବା କଷ୍ଟକର । ତେବେ ଦୁଇଥର ଚେଷ୍ଟା କରି ବିଫଳ ହେବା ପରେ ମହିଳା ଜଣକ ବିରକ୍ତ ହୁଅନ୍ତି । ତା’ପରେ ଏହି ଭିଡିଓରେ ଅନ୍ୟ ଜଣେ ମହିଳାଙ୍କ ଏଣ୍ଟ୍ରି ହୁଏ ।
ରାସ୍ତାରେ ଠିଆ ହୋଇଥିବା ମହିଳା କାର ପାର୍କରେ ବସିଥିବା ମହିଳାଙ୍କୁ ସାହାଯ୍ୟ କରନ୍ତି । ଗାଡିକୁ ତିନି କିମ୍ବା ଚାରିଥର ଆଗକୁ ଓ ପଛକୁ ଘୁଞ୍ଚାଇବା ପରେ ଶେଷରେ ଗାଡି ଦୁଇଟି କାର ମଧ୍ୟରେ ପାର୍କିଂ କରିବାରେ ମହିଳା ସକ୍ଷମ ହେଉଛନ୍ତି । ଏହା ପରେ ମହିଳା ଜଣକ ଦୀର୍ଘ ନିଶ୍ୱାସ ତ୍ୟାଗ କରୁଛନ୍ତି । କିନ୍ତୁ ଏହି ଭିଡିଓରେ ପ୍ରକୃତ ମୋଡ଼ ଏବେବି ରହିଯାଇଛି । କାର ପାର୍କିଂ କରିବାରେ ସାହାଯ୍ୟ କରୁଥିବା ଅନ୍ୟ ମହିଳା ନିଜ କାର ପଛରେ ଠିଆ ହୋଇଥିଲେ । ଏବଂ କାର ପାର୍କିଂ ହେବା ମାତ୍ରେ ସେ ନିଜ କାର ସହିତ ପଳାୟନ କରୁଛନ୍ତି । ଯଦି ସେ ଏହା ପୂର୍ବରୁ କରିଥାନ୍ତେ ତେବେ ସେଠାରେ ପାର୍କିଂ କରିବାକୁ ପହଞ୍ଚିଥିବା ମହିଳାଙ୍କୁ ନିଜ କାର ପାର୍କିଂ କରିବାରେ କୌଣସି ଅସୁବିଧା ହୋଇ ନ ଥାନ୍ତା ।
ଏହି ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ୮ କୋଟି ଲୋକ ଏହି ଭିଡିଓକୁ ଦେଖି ସାରିଛନ୍ତି । ଭିଡିଓ ଦେଖିବା ପରେ ଲୋକମାନେ ହସୁଛନ୍ତି ଓ ଜୋରସୋରରେ ସେୟାର କରୁଛନ୍ତି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।