Viral video: ଇନ୍ଦୋରରେ ରାସ୍ତା ମଝିରେ ଦେଲେ ମହିଳାଙ୍କୁ ଆକ୍ରମଣ; ଜାଣନ୍ତୁ ପୁରା ଖବର

ମଧ୍ୟପ୍ରଦେଶର ତିନିଜଣ ମହିଳାଙ୍କ ବିରୋଧରେ ୨୫ ବର୍ଷ ବୟସ୍କା ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଏଫ୍ଆଇଆର୍ ପଞ୍ଜିକୃତ କରଯାଇଛି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରାସ୍ତା ମଝିରେ ଦେଲେ ମହିଳାଙ୍କୁ ନିର୍ଯାତନା

ରାସ୍ତା ମଝିରେ ଦେଲେ ମହିଳାଙ୍କୁ ନିର୍ଯାତନା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ତିନିଜଣ ମହିଳାଙ୍କ ବିରୋଧରେ ୨୫ ବର୍ଷ ବୟସ୍କା ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଏଫ୍ଆଇଆର୍ ପଞ୍ଜିକୃତ କରଯାଇଛି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନଭେମ୍ବର ୪ ତାରିଖ ବିଳମ୍ବିତ ରାତିରେ ଇନ୍ଦୋର ସହରର LIG ଛକଠାରେ ଥିବା ଏକ ପବ୍ ସମ୍ମୁଖରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପ୍ରିୟା ବର୍ମା ନାମକ ଜଣେ ମହିଳାଙ୍କୁ ରାସ୍ତା ମଝିରେ ଚାପୁଡ଼ା ମାରିବା, ମହିଳାମାନେ ବେଲ୍ଟରେ ପିଟିବା ସହ ଅନ୍ୟମାନେ ଏହି କାର୍ଯ୍ୟକୁ ଦେଖି ରେକର୍ଡ କରିବା ଭିଡ଼ିଓ ଭାଇରାଲ ହୋଇଥିଲା। ଭାଇରାଲ ଭିଡିଓରେ ଚାରିଜଣ ମହିଳା ପୀଡିତାଙ୍କୁ ଆକ୍ରମଣ କରୁଥିବା ଦେଖାଯାଇଥିବାବେଳେ ଏଫଆଇଆର ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କେବଳ ତିନିଜଣଙ୍କ ନାମରେ ପଞ୍ଜୀକୃତ ହୋଇଛି।

ଏ ସମ୍ପର୍କରେ ଏକ ବିବୃତ୍ତି ପୋଲିସ କମିଶନର ଇନ୍ଦୋରଙ୍କ ଅଫିସିଆଲ ଆକାଉଣ୍ଟରେ ଟ୍ୱିଟରରେ ସେୟାର କରାଯାଇଛି। ଘଟଣାର ଏକ କ୍ଲିପ୍ ସେୟାର କରି ଏଥିରେ କୁହାଯାଇଛି, “MIG ପୋଲିସ୍ ଷ୍ଟେସନ ଅଞ୍ଚଳରେ କିଛି ଝିଅ ଅନ୍ୟ ଜଣେ ଝିଅକୁ ଅତି ନିର୍ମମ ଭାବେ ଆକ୍ରମଣ କରିବା ଘଟଣାରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଧାରା ୩୦୭ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ତୁରନ୍ତ ସମସ୍ତଙ୍କୁ ଗିରଫ କରି ଅଗ୍ରୀମ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଟ୍ୱିଟରେ କହିଛନ୍ତି। ଅଧିକାରୀ କହିଛନ୍ତି ଯେ ଧାରା ୨୯୪ (ଅଶ୍ଳୀଳ କାର୍ଯ୍ୟ), ୩୨୩ (ସ୍ବେଚ୍ଛାକୃତ ଭାବରେ ଆଘାତ), ୫୦୬ (ଡରାଇବା) ଏବଂ ଭାରତୀୟ ଦଣ୍ଡବିଧି ଆଇନର ଅନ୍ୟାନ୍ୟ ପ୍ରଯୁଜ୍ୟ ଧାରା ଅନୁଯାୟୀ ଏକ FIR ପଞ୍ଜିକୃତ ହୋଇଛି।
Published by:Soumyashree Mishra
First published: