ହରିଣ ଶିକାର କରିବାକୁ ଚାହୁଁଥିଲା ଭୋକିଲା ଚିତା, VIDEO ରେ ଦେଖନ୍ତୁ କିପରି ବଞ୍ଚିଗଲା ଜୀବନ

ସୋସିଆଲ ମିଡିଆରେ ଏକ ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ହରିଣର ଛୁଆ କିପରି ଚିତାବାଘ ଆକ୍ରମଣରୁ ନିଜକୁ ରକ୍ଷା କରୁଛି ତାହା ଏଥିରେ ଦେଖିବାକୁ ମିଳୁଛି ।

ହରିଣ ଶିକାର କରିବାକୁ ଚାହୁଁଥିଲା ଭୋକିଲା ଚିତା, VIDEO ରେ ଦେଖନ୍ତୁ କିପରି ବଞ୍ଚିଗଲା ଜୀବନ
ଫଟୋ ସୌଜନ୍ୟ (ଟ୍ୱିଟର-ଭିଜୁଆଲ୍ ଟି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ସୋସିଆଲ ଭାଇରାଲ୍: ଆପଣ ନିଶ୍ଚୟ ଶୁଣିଥିବେ 'ରଖେ ହରି ମାରେ କିଏ' । ଯେତେବେଳେ ଜଣେ ବ୍ୟକ୍ତି ଅସୁବିଧାରେ ପଡ଼ନ୍ତି ସତେବେଳେ ନିଜ ଜୀବନକୁ ବାଜି ଲଗାଇ ସବୁକିଛି କରିବାକୁ ପ୍ରସ୍ତୁତ ହୋଇଯାଇଥାନ୍ତି । ଟ୍ୱିଟରରେ ଆମେ ଏପରି ଏକ ଭିଡିଓ ପାଇଲୁ ଯେଉଁଥିରେ ଏକ ଭୋକିଲା ଚିତାବାଘ ଯେତେବେଳେ ହରିଣ ଉପରେ ଅତର୍କିତ ଆକ୍ରମଣ କରୁଛି ସେତେବେଳେ ହରିଣ ବହୁତ ସାହସିକତା ପ୍ରଦର୍ଶନ କରୁଛି ଓ ଚିତାକୁ ଲଗାତାର ଚକମା ଦେଇ ଖସି ପଳାଇ ଯାଉଛି । ଯଦିଓ ଚିତାବାଘ ଏକ ଉଚ୍ଚ ଗତିର ପ୍ରାଣୀ ତଥାପି ଚିତାବାଘର ଅବସ୍ଥା ଖରାପ ହୋଇଯାଉଛି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ଲୁଟେରା ରାଜ୍‌: ନ୍ୟୁଜ୍୧୮ ସାମ୍ବାଦିକଙ୍କୁ ରାସ୍ତାରେ ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା

ଭିଡିଓ ଆରମ୍ଭରେ ଏହା ଦେଖିବାକୁ ମିଳେ ଯେ ଏକ ଚିତାବାଘ ବୁଦା ଭିତରେ ବୁଲୁଛି । ଏହି ସମୟରେ ଏକ ଚିତାବାଘର ଆଖି ଏକ ହରିଣ ଓ ତା'ର ଛୁଆ ଉପରେ ପଡୁଛି । ଏହା ପରେ ଚିତା ହରିଣ ଓ ତା'ର ଛୁଆ ଉପରେ ଆକ୍ରମଣ କରିବାର ଉପଯୁକ୍ତ ସୁଯୋଗ ଖୋଜୁଛି । ଏଥି ସହିତ ହରିଣ ଓ ତା'ର ଛୁଆ ମଧ୍ୟ ଏହା ଅନୁଭବ କରୁଛନ୍ତି ଯେ ଏକ ଭୟଙ୍କର ପଶୁ ତାଙ୍କ ଉପରେ ଆକ୍ରମଣ କରିବାକୁ ଯାଉଛି । ଏହା ପରେ ହରିଣ ଓ ତା'ର ଛୁଆ ଦୌଡ଼ିବା ଆରମ୍ଭ କରି ଦେଉଛନ୍ତି । ମା' ହରିଣଟି ଆଗକୁ ଅତିକ୍ରମ କରିଯାଉଛି କିନ୍ତୁ ତା'ର ପିଲାଟି ପଛରେ ରହିଯାଉଛି ।



ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଆଜି ଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋ - ସବ୍ୟସାଚୀଙ୍କୁ ବାହା ହୋଇ କହିଲେ ଅର୍ଚ୍ଚିତା

ଚିତାବାଘ ଏହାକୁ ହିଁ ଅପେକ୍ଷା କରିଥିଲା । ଚିତାବାଘ ସମୟ ନ ହରାଇ ସେହି ହରିଣ ଛୁଆ ପଛରେ ଦୌଡ଼ିବା ଆରମ୍ଭ କରିଦେଉଛି । କିନ୍ତୁ ହରିଣ ଛୁଆ ମଧ୍ୟ ନିଜ ଜୀବନ ବଞ୍ଚାଇବା ପାଇଁ ଦ୍ରୁତ ଗତିରେ ଦୌଡୁଛି । ଅନେକ ଥର ଚିତାବାଘ ହରିଣର ନିକଟତର ହେଉଛି ଓ ହରିଣ ଛୁଆଟି ଚିତାବାଘକୁ ଚକମା ଦେଇ ଖସି ପଳାଇ ଯାଉଛି । ଅନେକ ଥର ଏହା ଘଟେ ଯେ ଚିତାବାଘ ହରିଣ ଛୁଆର ନିକଟତର ହୋଇଥାଏ ଓ ହରିଣ ପିଲାଟିକୁ ଧରିବାକୁ ଚେଷ୍ଟା କରିବା ମାତ୍ରେ ହରିଣ ଛୁଆଟି ବିପରୀତ ଦିଗକୁ ଦୌଡିବାକୁ ଆରମ୍ଭ କରେ ।



କିନ୍ତୁ ଚିତାବାଘ ନିଜକୁ ନିୟନ୍ତ୍ରଣ କରି ପୁଣି ହରିଣ ଛୁଆକୁ ଗୋଡ଼ାଇବା ଆରମ୍ଭ କରେ । ଶେଷରେ ଅନେକ ଥର ଚେଷ୍ଟା କରିବା ପରେ ଚିତାବାଘ ସଫଳତା ପାଏ ଓ ଅନ୍ୟ ପଟେ ହରିଣ ଛୁଆଟି ନିଜ ଜୀବନର ଯୁଦ୍ଧରେ ହାରିଯାଏ । ଚିତାବାଘ ହରିଣ ଛୁଆଟିକୁ ଧରି ଭୂମିରେ ରଖି ତା’ର ବେକରେ ନିଜ ଦାନ୍ତ ପୁରାଇ ଦିଏ ।
Published by: Jagdish Barik
First published: March 6, 2021, 2:06 PM IST