News18 Odia Digital
ନୂଆ ଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ (Facebook) ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଜଣେ ବ୍ୟକ୍ତି ସେଲୁନରେ ପହଞ୍ଚି ସେଠାରେ ଏକ ଗୀତ ବାଜିବା ପରେ କାନ୍ଦିବା ଆରମ୍ଭ କରିଦେଉଛନ୍ତି । ବାସ୍ତବରେ ଏହି ଭିଡିଓ ଅଶୋକ ସାହୁ ନାମକ ଜଣେ ଉପଭୋକ୍ତାଙ୍କ ଦ୍ୱାରା ମେକ୍ ଜୋକ୍ ଅଫ୍ (କାନପୁରିଆ ମସ୍ତି) Make joke of (Kanpuriya Masti) ରେ ପୋଷ୍ଟ କରାଯାଇଛି । ଏହି ପୋଷ୍ଟ ସହିତ ସେ ଲେଖିଛନ୍ତି, 'ସେଲୁନ୍ ବାଲାଙ୍କୁ କେବଳ ଗୋଟିଏ ଅନୁରୋଧ ହେଉଛି ଯେ ସେ ଏପରି ଗୀତ ଲଗାଇବେ ନାହିଁ ।'
ପୋଷ୍ଟରେ ଏହା ଦେଖାଯାଏ ଯେ ଜଣେ ବ୍ୟକ୍ତି ସେଭିଙ୍ଗ୍ କରିବା ପାଇଁ ସେଲୁନ୍କୁ ଆସିଛନ୍ତି ଓ ସେ କେଶବିନ୍ୟାସ କରିବା ମାତ୍ରେ ସେଠାରେ ବାଜୁଥିବା ଗୀତ ଶୁଣିବା ପରେ ସେ କାନ୍ଦିବାକୁ ଲାଗୁଛନ୍ତି । ଏହା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ ହସିବା ଆରମ୍ଭ କରନ୍ତି ।
ସେଲୁନରେ ବାଜୁ ଥିବା ଗୀତ, "ଅଜନବି ତୁମ ହୋ ଯାଓ, ଗେର ହମ୍ ହୋ ନା ସକେଙ୍ଗେ, କିସି ବେଗାନେ କି ଖାତିର, ତୁନେ ଅପୁନ କୋ ଭୁଲଦିଆ" ଶୁଣିବା ମାତ୍ରେ ବ୍ୟକ୍ତି ଜଣକ ମୁହଁରେ ଗାମୁଛା ଦେଇ କାନ୍ଦିବାକୁ ଲାଗୁଛନ୍ତି ଓ ତାଙ୍କୁ ଖିଅର କରିବା ପାଇଁ ଉପସ୍ଥିତ ଥିବା ଲୋକ ଜଣକ ଟିକେ ଦୁରକୁ ଯାଇ ହସିବା ଆରମ୍ଭ କରିଦେଉଛନ୍ତି ।
ଏହି ୩୦ ସେକେଣ୍ଡର ଭିଡିଓରେ ବ୍ୟକ୍ତି ଜଣକ ପ୍ରାୟ ୨୭ ସେକେଣ୍ଡ କାନ୍ଦିବା ଅବସ୍ଥାରେ ରହିଛନ୍ତି । ଏହି ଖବର ଲେଖିବା ବେଳକୁ ଏହି ଭିଡିଓ ୪୦୦ ରୁ ଅଧିକ ଥର ସେୟାର ହୋଇଥିବାବେଳେ ଏହାର କମେଣ୍ଟ ବିଭାଗରେ ଲୋକମାନେ ଅନେକ ମଜାଳିଆ ମନ୍ତବ୍ୟ ଲେଖୁଛନ୍ତି ଓ ଏହି ପୋଷ୍ଟକୁ ମଧ୍ୟ କିଛି ବନ୍ଧୁଙ୍କୁ ଟ୍ୟାଗ୍ କରୁଛନ୍ତି । ଯାହା ଦ୍ୱାରା ସେମାନେ ମଧ୍ୟ ଏହି ଭିଡିଓ ଉପଭୋଗ କରନ୍ତୁ ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।