News18 Odia Digital
Viral Wedding: ପୁଅର ପତ୍ନୀଙ୍କୁ ବିବାହ କରିଲେ ଶ୍ୱଶୁର । କାରଣ ବୋହୂ ନିଜେ କହିଥିଲେ ବିବାହ କରିବା ପାଇଁ । କ୍ୟାମେରା ଆଗରେ ଠିଆ ହୋଇ ଶ୍ୱଶୁର ତାଙ୍କ ବୋହୂକୁ ବିବାହ କରିବାର ପ୍ରକୃତ କାରଣ ସ୍ୱୀକାର କରିଛନ୍ତି । ପୁଅର ମୃତ୍ୟୁ ପରେ ଶ୍ୱଶୁର ବୋହୂକୁ ବିବାହ କରିଛନ୍ତି । କେବଳ ସେତିକି ନୁହେଁ, ତାଙ୍କ ବୋହୂ ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ନିଜେ ଶ୍ୱଶୁରଙ୍କୁ ନିଜ ଇଚ୍ଛାରେ ବିବାହ କରିଛନ୍ତି, କୌଣସି ଚାପରେ ସେ କରିନାହଁନ୍ତି । ଶ୍ୱଶୁର ଓ ବୋହୂଙ୍କର ଏହି 'ବିରଳ' ବିବାହ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନବ ବିବାହିତ କନ୍ୟା ଓ ତାଙ୍କ ଶ୍ୱଶୁରଙ୍କ କଥାବାର୍ତ୍ତାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଭିଡିଓରେ ଦେଖାଯାଉଛି ଯେ ଜଣେ ମହିଳା ବିବାହ ପାଇଁ ପୋଷାକ ପିନ୍ଧିଛନ୍ତି। କଳା ଟି-ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ତାଙ୍କ ପାଖରେ ଛିଡା ହୋଇଛନ୍ତି । ଏଥିରୁ ଜଣା ପଡୁଛି ଯେ ସେମାନେ ଏକ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ସେମାନଙ୍କୁ ମନ୍ଦିରରୁ ବାହାରକୁ ଆସୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ସେହି ସମୟରେ ମହିଳାଙ୍କୁ ଜଣେ ପଚାରୁଛନ୍ତି, "ତୁମେ କଣ ନିଜ ଇଚ୍ଛାରେ ବିବାହ କରିଛ ?" ପ୍ରଶ୍ନର ଉତ୍ତର ଦେଇ ମହିଳା ଜଣଙ୍କ କହୁଛନ୍ତି ଯେ, ‘ହଁ, ମୁଁ ମୋର ନିଜ ଇଚ୍ଛାରେ ବିବାହ କରିଛି।’
ତା’ପରେ ଶ୍ୱଶୁରଙ୍କୁ ଯେତେବେଳେ ପଚରୁଛନ୍ତି, ତୁମର ବିବାହ କରୁଥିବା ପତ୍ନୀ ତୁମଠାରୁ ବହୁତ ସାନ କି ? ଶ୍ୱଶୁର ଉତ୍ତର ଦେଇ କହୁଛନ୍ତି ଯେ, ’ମୁଁ ମୋ ନିକଟରେ ପୁଅକୁ ହରାଇଛି । ମୋ ପୁଅ ମୋର ସବୁ ଯତ୍ନ ନେଉଥିଲା । ମୋ ପୁଅ ମଧ୍ୟ ତାର ସ୍ତ୍ରୀର ବି ଯତ୍ନ ନେଉଥିଲା । ତେଣୁ ମୁଁ ଭାବିଲି ଯେ ଘରର ଲୋକମାନେ ଘରେ ରହିବା ଉଚିତ୍ । ବୋହୂକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଲି ।
କିନ୍ତୁ ପରେ ଅନ୍ୟ ଏକ ଖବର ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଦାବି କରାଯାଇଛି ଯେ ଏହି ଘଟଣା ସଂପୂର୍ଣ୍ଣ ଭାବରେ କାଳ୍ପନିକ ଅଟେ । ଜଣେ ୟୁଟ୍ୟୁବର୍ ( YouTuber ) ସବୁକିଛି ପ୍ଲାନ୍ କରି ଏହି ପ୍ରକାରର ଭିଡିଓ ତିଆରି କରିଛନ୍ତି । ପ୍ଲାନ୍ ଅନୁଯାୟୀ, ୟୁଟ୍ୟୁବର୍ ଭିଡିଓ ସୁଟ୍ କରିଛନ୍ତି । ତା’ପରେ ସେ ଏହାକୁ ୟୁଟ୍ୟୁବରେ ଅପଲୋଡ୍ କରିଛନ୍ତି । ସେଠାରୁ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।
ପଢନ୍ତୁ ଏହି ଖବର :
Success Story: ବ୍ୟବସାୟ ପାଇଁ ଚାକିରି ଛାଡ଼ିଲେ; ପ୍ରଥମେ ୧୨ ଲକ୍ଷ କ୍ଷତି ସହିଲେ ଏବେ ୧୦୦ କୋଟିର ମାଲିକନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।