ବାହା ଘର ଷ୍ଟେଜରେ କନ୍ୟାଙ୍କୁ ମାଡ଼ ମାରିଲେ ବର
News18 Odia Digital
Viral Video: ସୋସିଆଲ ମିଡ଼ିଆ ଏମିତି ଏକ ପ୍ଲାଟଫର୍ମ ଯେଉଁଠାରେ ଆପଣଙ୍କ ଦୁଃଖ ଜିନିଷଠୁ ନେଇ ରାଗ ମଜାଳିଆ ବିଷୟ ବସ୍ତୁ ଦେଖିବାକୁ ପାଇବେ। ପ୍ରତିଦିନ କିଛି ନା କିଛି ଭାଇରାଲ ହେଉଥିବାର ଦେଖିବାକୁ ମିଳେ। ଯାହାକୁ ଦେଖି ୟୁଜର୍ସ ବେଶ୍ ମନୋରଞ୍ଜନ ହୁଅନ୍ତି। ଇତିମଧ୍ୟରେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି କିଛି ୟୁଜର୍ସ ବେଶ୍ ଖୁସି ହେଉଥିବା ବେଳେ ଆଉ କିଛି ରାଗିଯାଇଛନ୍ତି।
କଥାଟି ହେଲା ଯେ କିଛି ଦିନରୁ ସୋସିଆଲ ମିଡ଼ିଆରେ ଏକ ବାହା ଘରର ଭିଡିଓ ଭାଇରାଲ ହେଉଛୁ। ଯେଉଁଥିରେ ବର ଓ କନ୍ୟା ମଧ୍ୟରେ ଫାଇଟ୍ ଦେଖିବାକୁ ମିଳୁଛି। ଭିଡିଓରେ ବର ଓ କନ୍ୟା ନିଜ ସମ୍ପର୍କୀୟଙ୍କ ସହ ବିବାହ ମଞ୍ଚରେ ପରସ୍ପର ସାମ୍ନାରେ ଠିଆ ହୋଇଥିବା ଦେଖାଯାଉଛନ୍ତି। ବର ଯିଏ ଆଦୌ ଖୁସି ନଜର ଆସୁନାହାଁନ୍ତି, ବର କନ୍ୟାକୁ ପ୍ରଥମେ ମିଠା ଖାଇବାକୁ ଦେଉଥିଲେ କିନ୍ତୁ କନ୍ୟା ମୁହଁ ବୁଲାଇ ଦେଲେ।
ବର ଏଥିରେ ବିରକ୍ତ ହୋଇ ମିଠାକୁ କନ୍ୟାର ମୁହଁ ଉପରକୁ ଫିଙ୍ଗି ଦେଲେ। ସେପଟେ କନ୍ୟା ମଧ୍ୟ କ୍ରୋଧିତ ହୋଇ, ମିଠା ଉଠାଇ ବର ଉପରକୁ ଫୋପାଡି ଦେଲେ। ଏହା ତାଙ୍କୁ ଏତେ କ୍ରୋଧିତ କଲା ଯେ ସେ କନ୍ୟାକୁ ମାଡ଼ ମାରିବାକୁ ମଧ୍ୟ ପଛାଇଲେ ନାହିଁ। ଯାହା ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।
ଏହି ଭିଡିଓ ଫେସବୁକରେ ରାମସୁବାଗ ଯାଦବଙ୍କ ଦ୍ୱାରା ଅପଲୋଡ୍ ହୋଇଛି ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ୨.୩ ମିଲିୟନ ଭ୍ୟୁଜ୍ ସଂଗ୍ରହ କରିଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।