ପାଣି ଯୋଗୁଁ ପୋଲ ଉପରେ ଫସିଲା ଆମ୍ବୁଲାନ୍ସ; JCBରେ ହସ୍ପିଟାଲ ଗଲେ ଗର୍ଭବତୀ ମହିଳା

ଆମ୍ବୁଲାନ୍ସ ନୁହେଁ ଜେସିବିରେ ଡାକ୍ତରଖାନା ଗଲେ ଗର୍ଭବତୀ ମହିଳା । ପୋଲ ଉପରେ ପାଣି ଭରିଯିବାରୁ ଏପରି ପଦକ୍ଷେପ ନେଇଥିଲେ ସ୍ଥାନୀୟ ବିଧାୟକ ।

ଭାଇରାଲ ଭିଡ଼ିଓ (ପ୍ରତୀକାତ୍ମକ ଛବି)

ଭାଇରାଲ ଭିଡ଼ିଓ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ମଧ୍ୟପ୍ରଦେଶର ନେମଚ ଜିଲ୍ଲାରେ ବର୍ଷା ଜାରି ରହିଛି। ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ଏହି ସମୟରେ ବେସଡା ଗାଁର ବାସିନ୍ଦା ୩୦ ବର୍ଷିୟ ଗୀତା ବାଇଙ୍କର ପ୍ରସବ ବେଦନା ଆରମ୍ଭ କରିଥିଲେ। ମହିଳାଙ୍କୁ ମନସା ଡାକ୍ତରଖାନାକୁ ନେବା ପାଇଁ ପରିବାର ସଦସ୍ୟ ଆମ୍ବୁଲାନ୍ସରୁ ବାହାରିଥିଲେ। କିନ୍ତୁ ରାସ୍ତାରେ ଥିବା ପାଣି ଯୋଗୁଁ ଆମ୍ବୁଲାନ୍ସ ନଦୀର ଆରପାରିକୁ ଯାଇପାରି ନଥିଲା।

ଏଭଳି ସ୍ଥିତିରେ ସମ୍ପର୍କୀୟମାନେ ସ୍ଥାନୀୟ ବିଧାୟକ ମାଧବ ମାରୁଙ୍କ ସାହାଯ୍ୟ ଲୋଡିଥିଲେ। ବିଧାୟକ ମାଧବ ମାରୁ  ଆମ୍ବୁଲାନ୍ସ ଓ ଜେସିବି ଯୋଗେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଗର୍ଭବତୀ ମହିଳାଙ୍କୁ ଜେସିବିରେ ବସି ସୁରକ୍ଷିତ ଭାବେ ନଦୀ ପାର ହେବା ପାଇଁ ପ୍ରସ୍ତୁତ କରାଯାଇଥିଲା। କୂଳକୁ ଆସିବା ପରେ ମହିଳାଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ମନସା ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା। ଯେଉଁଠାରୁ ଉକ୍ତ ମହିଳାଙ୍କୁ ଜିଲ୍ଲା ଡାକ୍ତରଖାନା ନେମୁଚକୁ ପଠାଯାଇଥିଲା। ଏହି ସମୟରେ କଏଦ ହୋଇଥିବା ଭିଡିଓ ସୋସିଆଲରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।
Published by:Soumya Das
First published: