ମହିଳା ପୋଲିସ୍ ଚତୁରତାର ସହ ଲାଞ୍ଚ ନେଲେ; ଲୋକେ କହିଲେ ଏହାକୁ କୁହନ୍ତି 'ପକେଟ୍ ପେ', VIDEO ଭାଇରାଲ୍

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ଏକ ଲେଡି ଟ୍ରାଫିକ୍ ପୋଲିସ୍ କିପରି ଏକ ଝିଅ ଠାରୁ ସେଠାରୁ ଯିବା ପାଇଁ ଲାଞ୍ଚ ନେଉଛନ୍ତି ଓ କେହିବି ଏହା ଜାଣି ପାରୁ ନାହାନ୍ତି ।

ମହିଳା ପୋଲିସ୍ ଚତୁରତାର ସହ ଲାଞ୍ଚ ନେଲେ; ଲୋକେ କହିଲେ ଏହାକୁ କୁହନ୍ତି 'ପକେଟ୍ ପେ', VIDEO ଭାଇରାଲ୍
ମହିଳା ପୋଲିସ୍ ଚତୁରତାର ସହ ଲାଞ୍ଚ ନେଲେ
  • News18 Odia
  • Last Updated: December 20, 2020, 11:05 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ସୋସିଆଲ ମିଡିଆରେ (Social Media) ପ୍ରତିଦିନ କିଛିନା କିଛି ଭିଡିଓ ଭାଇରାଲ ହୋଇଥାଏ । ଏହା ମଧ୍ୟରୁ କିଛି ଭିଡିଓ ଆପଣଙ୍କୁ ହସାଇଥାଏ ତ ଆଉକିଛି ଭିଡ଼ିଓ ଆପଣଙ୍କୁ ଚିନ୍ତାରେ ପକାଇ ଥାଏ । ଆଜି ଆମେ ଆପଣଙ୍କୁ ଏପରି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯେଉଁଥିରେ କେବଳ ଆଇନର ରକ୍ଷକ ଜଣେ ପୋଲିସ କର୍ମଚାରୀ କିପରି ଆଇନର ଭକ୍ଷକ ସାଜିଛନ୍ତି । ଏହି ଭିଡିଓର ବିଶେଷ କଥା ହେଉଛି ଏହା ଜଣେ ଲେଡି ଟ୍ରାଫିକ୍ ପୋଲିସର ଅଟେ । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ଏକ ଲେଡି ଟ୍ରାଫିକ୍ ପୋଲିସ୍ କିପରି ଏକ ଝିଅ ଠାରୁ ସେଠାରୁ ଯିବା ପାଇଁ ଲାଞ୍ଚ ନେଉଛନ୍ତି ଓ କେହିବି ଏହା ଜାଣି ପାରୁ ନାହାନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଜଣେ ମହିଳା ଟ୍ରାଫିକ ପୋଲିସର । ପୁଣେର ସାଇ ଛକରୁ ଏହି ଘଟଣା ବୋଲି ଜଣାପଡ଼ିଛି । ସମାନ ଭିଡିଓ ଟ୍ୱିଟର ବ୍ୟବହାରକାରୀ @mat_jane_de_yar ଦ୍ୱାରା 18 ଡିସେମ୍ବରରେ ସେୟାର କରାଯାଇଛି । ଏହା ସହ ଟ୍ୱିଟର ବ୍ୟବହାରକାରୀ କ୍ୟାପସନରେ ଲେଖିଛନ୍ତି, ନା ଗୁଗୁଲ୍ ପେ, ନା ଫୋନ୍ ପେ, ନା UPI… ସିଧାସଳଖ ପକେଟ୍ ପେ ।



ଭିଡିଓରେ ଦେଖାଯାଇଥିବା ଜଣେ ମହିଳା ଟ୍ରାଫିକ ପରିଚାଳନା କରୁଥିବା ଜଣେ ଟ୍ରାଫିକ ପୋଲିସ ଜଣେ ଝିଅ ଓ ତାଙ୍କ ମାଙ୍କୁ ଅଟକାଇ କାରର କାଗଜ ଦେଖାଇବାକୁ କହୁଛନ୍ତି । ଯେତେବେଳେ କାରର କାଗଜପତ୍ର ଝିଅ ଜଣକ ଦେଖାଇ ପାରୁ ନାହାନ୍ତି ସେତେବଳେ ମହିଳା ପୋଲିସ୍ ଝିଅଙ୍କୁ ସେଠାରୁ ଯିବାକୁ ଟଙ୍କା ମାଗୁଛନ୍ତି । ଏହି ଭିଡିଓରେ ଦେଖାଯାଉଛି ଯେ ସେହି ସମୟରେ ଅନେକ ପୋଲିସ କର୍ମଚାରୀ ମଧ୍ୟ ସେଠାରେ ଠିଆ ହୋଇଥିଲେ । ଏହି କାରଣରୁ ମହିଳା ପୋଲିସ୍ ସିଧାସଳଖ ଟଙ୍କା ନ ମାଗି ଝିଅଟିକୁ ତାଙ୍କ ପକେଟ ଭିତରେ ପୂରେଇ ଦେବାକୁ କହୁଛନ୍ତି ।

ତା’ପରେ ଝିଅଟି ମହିଳା ପୋଲିସଙ୍କ ପକେଟରେ କିଛି ଟଙ୍କା ରଖି କାରଟିକୁ ସେଠାରୁ ନେଇ ଚାଲିଯାଉଛି । ଏହି ପୂରା ଭିଡିଓ ଏକ ବିଲଡିଂରୁ ସୁଟିଂ କରାଯାଇଛି । ମହିଳା ପୋଲିସ୍ ଏହି ଭିଡିଓ ପ୍ରତି ଅଣଦେଖା କରୁଛନ୍ତି । ଏହି ଭିଡିଓ ଦେଖିବା ପରେ ଅନେକ ସୋସିଆଲ ମିଡ଼ିଆ ୟୁଜର୍ ଏହା ଉପରେ ବିଭିନ୍ନ କମେଣ୍ଟ ଦେଇଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି ଯିଏ କିଏ କହୁଛି ପୁଅମାନଙ୍କଠାରୁ ଝିଅ ମାନେ କମ୍ । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଏହା ଆଗରେ ଡିଜିଟାଲ୍ ଇଣ୍ଡିଆ କ’ଣ?
Published by: Jagdish Barik
First published: December 20, 2020, 10:57 AM IST
corona virus btn
corona virus btn
Loading