Ice Cream: ଆଇସ୍କ୍ରିମ୍‌ର ଦାମରେ କିଣିପାରିବେ କାର ! ଦାମ୍ ଜାଣିଲେ ହୋଇଯିବେ ବେହୋସ

Most Expensive Ice Cream: ଏପ୍ରିଲ୍ ୨୫ରେ ବଜାରକୁ ନୂଆ ଆଇସ୍କ୍ରିମ୍ ଆସିଛି ।ଯାହା ଦାମ୍‌ରେ ଆପଣ ଏକ ନୂଆ କାର କିଣିପାରିବେ ! ଦାମ୍ ଜାଣିଲେ ହୋଇଯିବେ ବେହୋସ ।

Ice Cream: ଆଇସ୍କ୍ରିମ୍‌ର ଦାମରେ କିଣିପାରିବେ କାର ! ଦାମ୍ ଜାଣିଲେ ହୋଇଯିବେ ବେହୋସ

Ice Cream: ଆଇସ୍କ୍ରିମ୍‌ର ଦାମରେ କିଣିପାରିବେ କାର ! ଦାମ୍ ଜାଣିଲେ ହୋଇଯିବେ ବେହୋସ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Most Expensive Ice Cream: ଏପ୍ରିଲ୍ ୨୫ ରେ ବଜାରକୁ ଗୋଟିଏ ନୂଆ ଆଇସ୍କ୍ରିମ୍ ଆସିଛି । ଯାହା ଦୁନିଆର ସବୁଠାରୁ ମହଙ୍ଗା ଆଇସ୍କ୍ରିମ୍ (Most expensive ice cream in the world)। ଖବରରୁ ଜଣା ପଡ଼ିଛି ଏହା ପୁରୁଣା ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ (guinness world record) ସୃଷ୍ଟି କରିଛି । ଜାପାନର ଆଇସ୍କ୍ରିମ୍ ନିର୍ମାତା ସିଲାଟୋ ବାଇକୁୟା ଏହି ଆଇସ୍କ୍ରିମ୍କୁ ଲଞ୍ଚ କରିଛନ୍ତି ।

ଖରାଦିନ ଏବେ ଆରମ୍ଭ ହୋଇଯାଇଛି ଏବଂ ବଜାରରେ ବିଭିନ୍ନ ପ୍ରକାରର ଆଇସକ୍ରିମ୍ ଆସିବାକୁ ଲାଗିଛି । ପିଲାଠୁ ବୁଢ଼ା ପର୍ଯ୍ୟନ୍ତ, ସମସ୍ତେ ଆଇସ୍କ୍ରିମ୍ ଖାଇବାକୁ ପସନ୍ଦ କରନ୍ତି । ଆଇସକ୍ରିମର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ , କିଛି ୫ ଟଙ୍କାରେ ମିଳିଥାଏ ତ ଆଉ କିଛିର ମୂଲ୍ୟ ୫୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ଜଣେ ବ୍ୟକ୍ତି ନିଜର ପକେଟକୁ ଦେଖି ଆଇସକ୍ରିମ ଖାଏ । କିନ୍ତୁ ଦୁନିଆରେ ଏପରି ଏକ ଆଇସ୍କ୍ରିମ୍ ଅଛି, ଯାହା କେବଳ ଧନୀ ଲୋକମାନେ କିଣିପାରିବେ, କାରଣ ଏହା ଏତେ ମହଙ୍ଗା ଯେ ଗରିବ ଲୋକ ଏହାକୁ କିଣିବାକୁ ହେଲେ ଋଣ ନେବାକୁ ପଡିପାରେ । ଏବଂ ଏହି ଆଇସକ୍ରିମ୍ ବଦଳରେ ଏକ ଭଲ କାର ମଧ୍ୟ ଆସିଯିବ ।

ଓଡିଟି ସେଣ୍ଟ୍ରାଲ୍ ନ୍ୟୁଜ୍ (Oddity Central News)ୱେବସାଇଟ୍ ରିପୋର୍ଟ ଅନୁଯାୟୀ, ଏପ୍ରିଲ୍ ୨୫ରେ ଗୋଟିଏ ନୂଆ ଲଞ୍ଚ ହୋଇଛି ଯାହା ଦୁନିଆର ସବୁଠୁ ଦାମୀ ଆଇସ୍କ୍ରିମ୍ ହେବାର ରେକର୍ଡ ସୃଷ୍ଟି କରିଛି ଏବଂ ପୁରୁଣା ରେକର୍ଡ ଭାଙ୍ଗିଛି। ଜାପାନର ଆଇସ୍କ୍ରିମ୍ ନିର୍ମାତା ସିଲାଟୋ ବାଇକୁୟା ଏହି ଆଇସ୍କ୍ରିମ୍କୁ ଲଞ୍ଚ କରିଛନ୍ତି । ଏହା ଏକ ନୂଆ ପ୍ରୋଟିନ୍ ଯୁକ୍ତ ଆଇସ୍କ୍ରିମ୍ ଯାହା ଦୁନିଆର ସବୁଠାରୁ ମହଙ୍ଗା ଆଇସ୍କ୍ରିମ୍ ପାଲଟିଛି ।

ଆଇସ୍କ୍ରିମ୍ ସହିତ ଆସୁଛି ସ୍ୱତନ୍ତ୍ର ଚାମଚ

ଏହାର ତଳଭାଗ ଭେଲଭେଟର ଯାହା କ୍ଷୀର, ଦୁଇ ପ୍ରକାରର ପନିର, ଅଣ୍ଡାର ହଳଦିଆ ଅଶଂ ଇତ୍ୟାଦିରୁ ତିଆରି ହେଉଛି । ଏହା ବ୍ୟତୀତ ପାରମିଗିଆନୋ ପନିର(Parmigiano Cheese) ,ଧଳା ଟ୍ରଫଲ୍ (White Truffle), ଟ୍ରଫ୍ ତେଲ (Truffle Oil) ଇତ୍ୟାଦି ଅନେକ ଜିନିଷ ଏହି ଆଇସ୍କ୍ରିମରେ ପଡ଼େ । ଆଇସ୍କ୍ରିମ୍ ଏକ ସୁନ୍ଦର କଳା ବାକ୍ସରେ ଆସିଥାଏ ଏବଂ କାଇଟୋରେ (Kyoto)କାରିଗରମାନଙ୍କ ଦ୍ୱାରା ନିର୍ମିତ ଏକ ହସ୍ତତନ୍ତ ଧାତୁର ଚାମଚ, ଯାହା ମନ୍ଦିର ତିଆରି କୌଶଳରେ ବ୍ୟବହୃତ ହୁଏ ।

ବର୍ତ୍ତମାନ ଆଇସକ୍ରିମ୍ ବିଷୟରେ ସବୁକିଛି ଜାଣିଲେ, ଏବେ ଏହାର ମୂଲ୍ୟ ବିଷୟରେ ମଧ୍ୟ ଜାଣନ୍ତୁ । କମ୍ପାନୀର ୱେବସାଇଟ୍ ରେ ୧୩୦ ମିଲି ବାଇକୁୟା ଆଇସ୍କ୍ରିମ୍ ଉପଲବ୍ଧ, ଯାହାର ମୂଲ୍ୟ ୬୭୦୦ ଡଲାରରୁ ଅଧିକ ଅର୍ଥାତ୍ ୫ ଲକ୍ଷରୁ ଅଧିକ ଟଙ୍କା । ଏହା ପୂର୍ବରୁ ଅନୁମାନ କରାଯାଉଥିଲା ଯେ ଆଇସକ୍ରିମ ସହିତ ଆସୁଥିବା ଚାମଚ ଏତେ ମହଙ୍ଗା ଯେ ଆଇସକ୍ରିମର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି, କିନ୍ତୁ ତାହା ନୁହେଁ, ଗିନିଜ ୱାର୍ଲ୍ଡ ରେକର୍ଡ ଏହି ଚାମଚକୁ ହିସାବ ନକରି ଆଇସକ୍ରିମର ମୂଲ୍ୟ ଦେଇଛି। ଆଇସକ୍ରିମ ତିଆରିକାରୀ କମ୍ପାନୀ କହିଛି ଯେ ଧଳା ୱାଇନ୍ (White Wine) ସହିତ ଖାଇଲେ ଏହା ଅଧିକ ସ୍ୱାଦିଷ୍ଟ ଲାଗେ ।

ପଢନ୍ତୁ ଏହି ଖବର : Smart TV: ୭ ହଜାର ଟଙ୍କାରେ ମିଳୁଛି Samsung ଟିଭି; ଜାଣନ୍ତୁ କଣ ରହିଛି ଅଫର୍‌
Published by:Sujit Swain
First published: