ମାଡି଼ ଆସୁଛି ବିଶାଳ ଆଷ୍ଟ୍ରଏଡ; ଧ୍ୱଂସ ପାଇଯିବ କି ପୃଥିବୀ?

ପୃଥିବୀ ଆଡକୁ ମାଡ଼ି ଆସୁଛି ଏକ ବିଶାଳ ଆକାରର ଆଷ୍ଟ୍ରଏଡ । ବୈଜ୍ଞାନିକ ଦେଲେ ଚେତାବନୀ..

ଧ୍ୱସଂ ପାଇଯିବ କି ପୃଥିବୀ?

ଧ୍ୱସଂ ପାଇଯିବ କି ପୃଥିବୀ?

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବୈଜ୍ଞାନିକ ମାନେ ମହାକାଶ ସହ ଜଡ଼ିତ ସବୁ ଖବର ବାବଦରେ ସୂଚନା ପ୍ରଦାନ କରୁଛନ୍ତି । ଅନ୍ତରୀକ୍ଷରେ ଘଟୁଥିବା ଘଟଣାବଳୀ ବାବଦରେ ବୈଜ୍ଞାନିକମାନେ ଲୋକମାନଙ୍କୁ ଅବଗତ କରାଇଥାଆନ୍ତି । ଆବଶ୍ଯକସ୍ଥଳୋ ସେମାନେ ସଚେତନ ମଧ୍ଯ କରିଥାନ୍ତି । ଏବେ ଏକ ବିଶାଳ ଆଷ୍ଟ୍ରଏଡ ବାବଦରେ ତଥ୍ଯ ପ୍ରଦାନ କରିଛନ୍ତି ।

ପୃଥିବୀ ଆଡକୁ ମାଡ଼ି ଆସୁଛି ଏକ ବିଶାଳ ଆକାରର ଆଷ୍ଟ୍ରଏଡ । କମ୍ ଦିନ ମଧ୍ୟରେ ଏହା ପୃଥିବୀ ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି ଚେତାବନୀ ଜାରି କରି ସାରିଲେଣି ବେଜ୍ଞାନିକ । ପୃଥିବୀ ଆଡକୁ ଆସୁଥିବା ଏହି ଆଷ୍ଟ୍ରଏଡ ଘଣ୍ଟାପ୍ରତି ୨୫ ହଜାର କି.ମି ବେଗରେ ଗତି କରୁଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି ।
ଦ ସନ ରିପୋର୍ଟ ଅନୁଯାୟୀ, ପୃଥିବୀ ଆଡକୁ ମାଡି ଆସୁଥିବା ଏହି ଆଷ୍ଟ୍ରଏଡକୁ ବୈଜ୍ଞାନିକମାନେ ୨୦୨୩ ସିଏଲ-୩ ନାମ ଦେଇଛନ୍ତି । ନାସାର ସୂଚନା ଅନୁଯାୟୀ, ଏହି ଆଷ୍ଟ୍ରଏଡ ପ୍ରାୟ ୬୫୬ ଫୁଟ ହେବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି । ତେବେ ଚଳିତମାସ ଶେଷ ସୁଦ୍ଧା ପୃଥିବୀର ଖୁବ ନିକଟ ଦେଇ ଗତି କରିବ । ଏହା ବ୍ୟତୀତ ଏହା ବିପଦଜନକ ବୋଲି ମଧ୍ୟ ଚେତାବନୀ ଦେଇଛି ନାସା । କିନ୍ତୁ ଭବିଷ୍ୟତରେ ଏହାକୁ ନେଇ କୌଣସି ବିପଦ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।


ଆଖି ଡେଇଁବା ଶୁଭ କି ଅଶୁଭ? ଅଛି କି ଅନ୍ଯ କିଛି କାରଣ


ଘଣ୍ଟା ପ୍ରତି ପ୍ରାୟ ୨୫ ହଜାର କି.ମି ବେଗରେ ପୃଥିବୀ ଆଡକୁ ମୁହାଁଇଥିବା ଏହି ଆଷ୍ଟ୍ରଏଡ ମେ ୨୪ ତାରିଖରେ ପୃଥିବୀର ଖୁବ ନିକଟରେ ଅତିକ୍ରମ କରିବ। ଏହି ସମୟରେ ପୃଥିବୀଠାରୁ ଏହାର ଦୂରତା ପ୍ରାୟ ୭୨ ଲକ୍ଷ କି.ମି ରହିବ ବୋଲି ଆକଳନ କରାଯାଇଛି। ଏବେ ପର୍ଯ୍ୟନ୍ତ ପୃଥିବୀ ସହ ଏହାର ଧକ୍କା ହେବାର ସମ୍ଭାବନା ଦେଖା ଯାଉ ନାହିଁ । କିନ୍ତୁ ମହାକାଶରେ ଏହାର ଗତିପଥ ବଦଳିଲେ ପୃଥିବୀ ପାଇଁ ବିପଦଜନକ ହୋଇପାରେ ବୋଲି କୁହାଯାଇଛି ।
Published by:Soumya Das
First published: