News18 Odia Digital
ଝାଡ଼ଖଣ୍ଡ: ଝାଡ଼ଖଣ୍ଡ (Jharkhand) ଜାମସେଦପୁରରେ (Jamshedpur) ହିଂସାକାଣ୍ଡ (Violent)। ୧୪୪ ଧାରା ଲାଗୁ। ଜାମସେଦପୁରର ଶାସ୍ତ୍ରୀ ନଗରରେ ଧାର୍ମିକ ପତାକାକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମୁହାମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ।
ଉଭୟ ଗୋଷ୍ଠୀ ମଧ୍ୟରେ ଟେକାପଥର ଫିଙ୍ଗାଫିଙ୍ଗି ଓ ପୋଡ଼ାଜଳା ଭଳି ହିଂସାକାଣ୍ଡ ଘଟିଛି। ସଂଘର୍ଷ ସମୟରେ କେତୋଟି ଦୋକାନ ଓ ଯାନବାହନରେ ନିଆଁ ଲଗାଇ ଦିଆଯାଇଥିଲା।
ସ୍ଥିତି ଏଭଳି ହୋଇଥିଲା ଯେ ପୋଲିସକୁ ବାଧ୍ୟ ହୋଇ ସେଠାରେ ଲୁହବୁହା ଗ୍ୟାଗ ପ୍ରୟୋଗ କରିବା ପଡ଼ିଥିଲା। ଫଳରେ ସ୍ଥିତି ସୁଧାର ପାଇଁ ୧୪୪ ଧାରା ଜାରି କରାଯିବା ସହ ଦଙ୍ଗାଦମନକାରୀ ପୋଲିସ ମୁତୟନ କରାଯାଇଛି।
ପଢ଼ନ୍ତୁ ଏହି ଖବର: SBI: ସରକାରୀ ବ୍ୟାଙ୍କକୁ ନେଇ ଆସିଲା ଖୁସି ଖବର; ଅଛି କି ଏଥିରେ ଆପଣଙ୍କ ଆକାଉଣ୍ଟ?ସେ ଅଞ୍ଚଳର ଇଣ୍ଟର୍ନେଟ୍ ସେବା ମଧ୍ୟ ବନ୍ଦ କରାଯାଇଛି। କଦ୍ମା ଥାନା ଅଞ୍ଚଳରେ ପୋଲିସ ଫ୍ଲାଗମାର୍ଚ୍ଚ ବି କରିଛି। ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, କିଛି ଅଞ୍ଚଳରେ ଶନିବାରରୁ ହିଁ ହିଂସା ଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଶନିବାର ଏକ ସ୍ଥାନୀୟ ସଙ୍ଗଠନ ଅଭିଯୋଗ କରିଥିଲା ଯେ, ଧାର୍ମିକ ପତାକାରେ ଖଣ୍ଡେ ମାଂସ ବନ୍ଧା ହୋଇଥିବା ସଦସ୍ୟମାନେ ଦେଖିବା ପରେ ଶନିବାର ରାତିରୁ ସେ ଅଞ୍ଚଳରେ ଉତ୍ତେଜନା ଆରମ୍ଭ ହୋଇଥିଲା। ରବିବାର ରାତିରେ ଏହି ଘଟଣାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଟେକା ପଥର ଫିଙ୍ଗାଫିଙ୍ଗି ହେବାରୁ ପରିସ୍ଥିତି ଉଗ୍ର ହୋଇଉଠିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।