News18 Odia Digital
ଲକ୍ଷ୍ନୌ: ଉତ୍ତର ପ୍ରଦେଶ (Uttar Pradesh) ପୋଲିସ ହେପାଜତରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଏନକାଉଣ୍ଟରେ (police encounter) ମୃତ୍ୟୁ ବରଣ କରିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର (gangster Vikas Dubey) ପୋଷ୍ଟ ମର୍ଟମ ରିପୋର୍ଟ ଆସିଛି। ନ୍ୟୁଜ୍୧୮ ପାଖରେ ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଏନକାଉଣ୍ଟର ସମୟରେ ଦୁବେକୁ ୬ ଥର ଗୁଳି ମରାଯାଇଥିଲା । ଛଅଟି ଗୁଳି ମଧ୍ୟରୁ ତିନିଟି ତା’ ଦେହରେ ପଶି ରହିଥିଲା। ପୋଷ୍ଟ ମର୍ଟମ୍ ରିପୋର୍ଟରେ (Vikas Dubey post-mortem report) ଦୁବେର ଦେହରେ ମୋଟ ୧୦ଟି କ୍ଷତର ଉଲ୍ଲେଖ ଅଛି । ସେଥିରୁ ୬ଟି ଗୁଳି ଆଘାତରେ ହୋଇଥିବା କୁହାଯାଇଛି ।
ଦୁଇଟି ଗୁଳି ବିକାଶ ଦୁବେର ଛାତିର ବାମ ପାର୍ଶ୍ୱରେ ପଶିଥିବା ବେଳେ ଆଉ ଗୋଟିଏ କାନ୍ଧର ଡାହାଣ ପାର୍ଶ୍ୱରେ ପଶିଥିଲା । ଏହି ରିପୋର୍ଟରେ କେତେ ଦୂରରୁ ଦୁବେ ଉପରକୁ ଗୁଳି ଚଳାଯାଇଥିଲା ତାହା ଉଲ୍ଲେଖ କରାଯାଇ ନାହିଁ, କିନ୍ତୁ ସବୁ ଗୁଳିର ପ୍ରବେଶ ସାମ୍ନା ପଟୁ ହୋଇଥିବାରୁ ଗ୍ୟାଙ୍ଗଷ୍ଟର ଏସଟିଏଫ୍ (STF) ସହ ଲଢ଼େଇ କରିଥିବାର ସୂଚନା ମିଳିଛି । ଅନ୍ୟ ଆଘାତଗୁଡ଼ିକ ହୁଏତ ଦୁବେ ଘଟଣା ସ୍ଥଳରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ହୋଇଛି ।
ରିପୋର୍ଟରେ କୁହାଯାଇଛି ଯେ, ‘‘ମୃତ୍ୟୁ ପୂର୍ବରୁ (ଆଣ୍ଟି-ମର୍ଟମ) ଅସ୍ତ୍ରଶସ୍ତ୍ର ଦ୍ୱାରା ହୋଇଥିବା ଆଘାତ ହେତୁ ରକ୍ତସ୍ରାବ ଓ ଝଟକା (haemorrhage and shock)’’ ଯୋଗୁଁ ଦୁବେର ମୃତ୍ୟୁ ହୋଇଥିଲା । ଏଥିରେ ଏହା ବି କୁହାଯାଇଛି ଯେ ଗୁଳି ଦ୍ୱାରା ହୋଇଥିବା ଆଘାତ ମୃତ୍ୟୁ ପାଇଁ ଯଥେଷ୍ଟ ଥିଲା । ମଧ୍ୟ ପ୍ରଦେଶର (Madhya Pradesh) ଉଜ୍ଜୟନୀରୁ (Ujjain) ଗିରଫ ହେବା ପରେ ଦୁବେକୁ କାନପୁରକୁ ଅଣାଯାଉଥିବା ବେଳେ ଭୌଟି ରାଜପଥରେ
ପୋଲିସ୍ ଏନକାଉଣ୍ଟରରେ ତା’ର ମୃତ୍ୟୁ ହୋଇଥିଲା (Vikas Dubey encounter) ।

ଗିରଫ ହେବା ପରେ ବିକାଶ ଦୁବେ
ଏହି ଏନକାଉଣ୍ଟରର ସତ୍ୟତା ଉପରେ ପ୍ରଶ୍ନ ଉଠିଥିବା ବେଳେ ଏବେ ଏହି ମାମଲା ସୁପ୍ରିମ କୋର୍ଟରେ (Supreme court) ବିଚାରାଧୀନ ଅଛି। ଏହି ମାମଲାରେ ଦୁବେର ଏନକାଉଣ୍ଟରର କେଉଁ ପରିସ୍ଥିତିରେ ହେଲା ତାହା ଉପରେ ପ୍ରଶ୍ନ ଉଠିଛି।
ଏହା ବି ପଢ଼ନ୍ତୁ:
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମିକା ନତାଶା ଗର୍ଭବତୀ ହେଲେ; ଫଟୋ ସେୟାର କରି ସେ ଏହି କଥା ଲେଖିଲେଏହା ବି ପଢ଼ନ୍ତୁ:
ଦିଲ୍ଲୀ AIIMSରେ କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛିଜୁଲାଇ ୩ରେ କାନପୁରର (Kanpur) ଚୌବେପୁର ପୋଲିସ ଷ୍ଟେସନ ଅନ୍ତର୍ଗତ ଭିକ୍ରୁ ଗାଁରେ ଆଠ ଜଣ ପୋଲିସ କର୍ମୀଙ୍କ ହତ୍ୟା ଘଟଣାରେ ଦୁବେ ମୁଖ୍ୟ ଅଭିଯୁକ୍ତ ଥିଲା । ହତ୍ୟା ଉଦ୍ୟମ ସହ ଜଡିତ ଏକ ମାମଲାରେ ଦୁବେକୁ ଗିରଫ କରିବା ପାଇଁ ପୋଲିସ ପହଞ୍ଚିବା ପରେ ଘଟିଥିବା ଏହି ଘଟଣାରେ ଛଅ ଜଣ ପୋଲିସ କର୍ମୀ ନିହତ ହୋଇଥିଲେ । ଗତ ବର୍ଷ ଦୁବେ ବିରୁଦ୍ଧରେ ଡଜନ ଡଜନ ଆପରାଧିକ ମାମଲା ରୁଜୁ ହୋଇଥଲା ଓ ତାକୁ ରାଜନୈତିକ ସଂରକ୍ଷଣ ମିଳୁଥିବା ଅଭିଯୋଗ ବି ଆସିଥିଲା। ଉତ୍ତର ପ୍ରଦେଶ ପୋଲିସ ଦ୍ୱାରା ହୋଇଥିବା ଏନକାଉଣ୍ଟରର ଦିନକ ଆଗରୁ ସୁପ୍ରିମ କେର୍ଟରେ ଦାଖଲ ଏକ ପିଟିସନରେ
ଅନୁମାନ ହୋଇଥିଲା ଯେ ଦୁବେକୁ ମାରିଦେବ ପୋଲିସ୍ ।
Published by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।